Home ଜିଲ୍ଲା ପରିକ୍ରମା ପ୍ରସ୍ଥାବିତ ଠିପି ଖୋଲା ମଦ ଦୋକାନ ସ୍ଥାନ ଅନୁଧ୍ୟାନ, ଓ ଅଭିଯୋଗକାରୀଙ୍କ ସହିତ ଆଲୋଚନା କଲେ...

ପ୍ରସ୍ଥାବିତ ଠିପି ଖୋଲା ମଦ ଦୋକାନ ସ୍ଥାନ ଅନୁଧ୍ୟାନ, ଓ ଅଭିଯୋଗକାରୀଙ୍କ ସହିତ ଆଲୋଚନା କଲେ ଅବକାରୀ ବିଭାଗ

38

ଭଦ୍ରକ, ୧୯ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଧାମନଗର ଏନଏସି ଅଂଚଳ ଅଧିନସ୍ଥ ଧାମନଗର-ଚୁଡାକୁଟୀ ରାସ୍ତାର ରାହାପିତା ଠାରେ ପ୍ରସ୍ଥାବିତ ସରକାରୀ ସ୍ୱିତୃତୀପ୍ରାପ୍ତ ଠିପି ଖୋଲା ମଦ ଦୋକାନ ଖୋଲିବା ନେଇ ପ୍ରତିବାଦ ଜାରି ରହିଛି । ପୂର୍ବରୁ ଏହି ମଦ ଦୋକାନକୁ ବିରୋଧ କରି କଂଗ୍ରେସ ଦଳ ସହିତ ବିଭିନ୍ନ ସଂଗଠନ ଓ ମହିଳା ସ୍ୱଂୟ ସହାୟିକା ଗୋଷ୍ଠୀର ସଦସ୍ୟା ମାନେ ପ୍ରତିବାଦ ଓ ଜିଲାପାଳଙ୍କ ଠାରେ ଅଭିଯୋଗ କରିଆସୁଥିଲେ । ଆଜି ଜିଲାପାଳଙ୍କ ନିର୍ଦେଶ ଅନୁଯାୟୀ ଅବକାରୀ ବିଭାଗର ଅଧିକାରୀ ମାନେ ସେଠାରେ ପହଂଚି ଅଭିଯୋଗକାରୀଙ୍କ ସହିତ ଆଲୋଚନା କରିବା ସହ ପାରିପାର୍ଶିକ ସ୍ଥିତି ଅନୁଧ୍ୟାନ କରିଥିଲେ । ଏପରିକି ନିକଟରେ ଥିବା ମନ୍ଦିର, ବିଦ୍ୟାଳୟ ଓ ଜନବସତି ଅଂଚଳ ଠାରୁ ପ୍ରସ୍ଥାବିତ ମଦ ଦୋକାନର ଦୂରତ୍ୱକୁ ନେଇ ଅନୁଧ୍ୟାନ କରିଥିଲେ । ଏହି ସମୟରେ କଂଗ୍ରେସ ଦଳର ନେତା ବିଦ୍ୟାଧର ଯେନା, ପ୍ରସନ୍ନ ଧଳ, ହରେକୃଷ୍ଣ ଦେବତା, ନରେନ୍ଦ୍ର ମଲ୍ଲିକ, ବାବା ହରେକୃଷ୍ଣ ସେଠୀ, ରବୀନ୍ଦ୍ର ଜେନା, ମନୋଜ ଭୂୟାଁ ସହିତ ନବନିର୍ମାଣ ଯୁବଛାତ୍ର ସଂଗଠନ ଓ ବିଭିନ୍ନ ସ୍ୱଂୟ ସହାୟିକା ଗୋଷ୍ଠୀର ମହିଳା ମାନେ ସେଠାରେ ପହଂଚି ଏଠାରୁ ମଦ ଦୋକାନ ନକରିବାକୁ ଦାବି କରିଥିଲେ । ଏହି ସମୟରେ କିଛି ସମୟ ପାଇଁ ହୋ-ହାଲ୍ଲା ପରିସ୍ଥିତି ସୃଷ୍ଟି ହୋଇଥିଲା । ଘଟଣାସ୍ଥଳେ ସ୍ଥାନୀୟ ପୁଲିସ ପହଂଚି ପରିସ୍ଥିତି ଆୟତ କରିଥିଲେ । ଏସଂପର୍କରେ ଅବକାରୀ ବିଭାଗର ଅଧିକାରୀ ମାନେ କହନ୍ତି, ଘଟଣା ସଂପର୍କରେ ଆମେ ଉପରିସ୍ଥ ଅଧିକାରୀଙ୍କୁ ରିପୋର୍ଟ ଦେବା ପରେ ପରବର୍ତୀ ପଦକ୍ଷେପ ନିଆଯିବ ବୋଲି ପ୍ରକାଶ କରିଛନ୍ତି । ତେବେ ପ୍ରସ୍ଥାବିତ ମଦ ଦୋକାନ ଖୋଲାଗଲେ ଆଗାମୀ ଦିନରେ ପରିସ୍ଥିତି ଜଟିଳ ହେବା ସହିତ କଂଗ୍ରେସ ରାଜରାସ୍ତାକୁ ଓହ୍ଲାଇବ ବୋଲି କଂଗ୍ରେସ ନେତା ବିଦ୍ୟାଧର ଯେନା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.