Home ଜିଲ୍ଲା ପରିକ୍ରମା ଧାମନଗର ମହାବିଦ୍ୟାଳୟ:ଦୁଇ ଅଧ୍ୟକ୍ଷ ପଦକୁ ନେଇ ବିବାଦ:ମାମଲା ହାଇକୋର୍ଟରେ

ଧାମନଗର ମହାବିଦ୍ୟାଳୟ:ଦୁଇ ଅଧ୍ୟକ୍ଷ ପଦକୁ ନେଇ ବିବାଦ:ମାମଲା ହାଇକୋର୍ଟରେ

111

ଭଦ୍ରକ, ୧୯ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଧାମନଗର ମହାବିଦ୍ୟାଳୟର ଦୁଇଦୁଇ ଜଣ ଅଧ୍ୟକ୍ଷଙ୍କୁ ନେଇ ଏବେ ବିବାଦ ତେଜିବାରେ ଲାଗିଛି । ଫଳରେ ମହାବିଦ୍ୟାଳୟ ଉନ୍ନୟନ କାର୍ଯ୍ୟ ଓ ଅଧ୍ୟାପକ ଏବଂ କର୍ମଚାରୀଙ୍କ ସମସ୍ୟା ବଢିବାରେ ଲାଗିଛି । ଘଟଣାରୁ ପ୍ରକାଶ ଯେ ଉକ୍ତ ମହାବିଦ୍ୟାଳୟର ଅଧ୍ୟକ୍ଷ ସୁରଞ୍ଜନ ପଣ୍ଡା ଗତ ୩୦-୯-୨୦ରେ ଅବସର ନେଇଥିଲେ । ତାଙ୍କ ସ୍ଥାନରେ ଉପଜିଲାପାଳ କେମେଷ୍ଟି ବିଭାଗର ପ୍ରାଧ୍ୟାପକ ବନମାଳି ଦାସଙ୍କୁ ନିଯୁକ୍ତି ଦେଇଥିଲେ । ହେଲେ ଉପଜିଲାପାଳ ଗତ ୧୦-୦୯-୨୦୨୦ରେ ମହାବିଦ୍ୟାଳୟର ୪ଜଣ ବରିଷ୍ଠ ପ୍ରାଧ୍ୟାପକ ବନମାଳି ଦାସ, ଗୋପାଳ ବେହେରା, ସମୀର କୁମାର ହୁଇ ଓ ବିନାୟକ ସାହୁଙ୍କ ନାମ ଅଧ୍ୟକ୍ଷ ପଦପାଇଁ ଉଚ୍ଚଶିକ୍ଷା ବିଭାଗର ସଚିବଙ୍କୁ ସୁପାରିସ କରିଥିଲେ । ତେବେ ୩୦-୦୯-୨୦୨୦ରେ ସୁରଞ୍ଜନ ପଣ୍ଡା ଅବସର ନେବାରୁ ତାଙ୍କ ସ୍ଥାନରେ ବନମାଳି ଦାସଙ୍କୁ ଅଧ୍ୟକ୍ଷ ଦାୟିତ୍ୱ ଦେବାକୁ ଉପଜିଲାପାଳ ନିର୍ଦେଶ ଦେଇଥିଲେ । ପରବର୍ତୀ ସମୟରେ ଉକ୍ତ ମହାବିଦ୍ୟାଳୟ ପ୍ରାଧ୍ୟାପକ ଡ. ସମୀର କୁମାର ହୁଇଁଙ୍କୁ ନୂତନ ଅଧ୍ୟକ୍ଷ ଦାୟିତ୍ୱ ଦେବା ପାଇଁ ଗତ ୬-୧୧-୨୦୨୦ ରିଖରେ ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ଯୁଗ୍ମ ସଚିବ ସୁରେନ୍ଦ୍ର କୁମାର ପଣ୍ଡା ଚିଠି ନଂ-୩୫୭୭୦/୨୦ରେ ମହାବିଦ୍ୟାଳୟର ସଭାପତି ତଥା ଭଦ୍ରକ ଉପଜିଲାପାଳଙ୍କୁ ନିର୍ଦେଶ ଦେଇଥିଲେ । ସମୀର କୁମାର ହୁଇଙ୍କୁ ନିଯୁକ୍ତି ଦେବା ବିଳମ୍ବର ସୁଯୋଗ ନେଇ ଗତ ନଭେମ୍ବର ୧୧ ତାରିଖ ବନମାଳି ଦାସ ହାଇକୋର୍ଟରେ ମାମଲା ରୁଜୁ କରିଥିଲେ । ମାନ୍ୟବର କୋର୍ଟ ଉକ୍ତ ଆବେଦନକୁ ଗ୍ରହଣ କରି ସ୍ଥିତାବସ୍ଥା ବଜାଇ ରଖିବାକୁ ନିର୍ଦେଶ ଦେଇଥିଲେ । ଫଳରେ ନୂତନ ଅଧ୍ୟକ୍ଷଙ୍କୁ ଆର୍ଥିକ ଦାୟିତ୍ୱ ଦିଆଯାଇ ପାରୁନଥିବାରୁ ଏବେ କଲେଜର ବିଭିନ୍ନ ସମସ୍ୟା ସୃଷ୍ଟି ହୋଇଛି । ଏପରିକି ଗତ ସେପ୍ଟେମ୍ବର ମାସ ନଭେମ୍ବର ୩ ମାସ ଧରି କଲେଜ କୌଣସି ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀ ମାନେ ଦରମା ପାଇ ପାରୁନାହାନ୍ତି । ଛାତ୍ରଛାତ୍ରୀ ମାନେ ମଧ୍ୟ ବୃତି ସହିତ ଫର୍ମ ଫିଲଫ କରିବାରେ ବାଧା ସୃଷ୍ଟି ହେଉଛି । ତେବେ ଦୁଇଦୁଇ ଜଣ ଅଧ୍ୟକ୍ଷଙ୍କ ମଧ୍ୟରୁ କିଏ ପ୍ରକୃତ ଅଧ୍ୟକ୍ଷ ତାହାକୁ ନେଇ ଦ୍ୱନ୍ଦରେ ପଡିଛନ୍ତି ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀ ମାନେ । ଏଦିଗରେ ଉଚ୍ଚଶିକ୍ଷା ବିଭାଗ ସ୍ୱତନ୍ତ୍ର ଦୃଷ୍ଟି ଦେଇ ସମସ୍ୟାର ସମାଧାନ କରିବାକୁ ଛାତ୍ର, ଅବିଭାବକ, ଅଧ୍ୟାପକ ମାନେ ଦାବି କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.