Home ଓଡ଼ିଶା ପ୍ରଶାସନ ପକ୍ଷରୁ କନ୍ଧମାଳ ଜିଲାର ସମସ୍ତ ବ୍ୟାଙ୍କକୁ ଆସନ୍ତା ୭ ଦିନ ପାଇଁ ବନ୍ଦ ଘୋଷଣା

ପ୍ରଶାସନ ପକ୍ଷରୁ କନ୍ଧମାଳ ଜିଲାର ସମସ୍ତ ବ୍ୟାଙ୍କକୁ ଆସନ୍ତା ୭ ଦିନ ପାଇଁ ବନ୍ଦ ଘୋଷଣା

151

କନ୍ଧମାଳ, ୨୨/୭-(ଓଡ଼ିଆ ପୁଅ/ସଞ୍ଜୟ କୁମାର ପାଣିଗ୍ରାହୀ) କନ୍ଧମାଳ ଜିଲ୍ଲାର ବିଭିନ୍ନ ବ୍ୟାଙ୍କ ଅଧିକାରୀ ଓ କର୍ମଚାରୀଙ୍କ ଅମାନିଆ ଯୋଗୁଁ ବିଭିନ୍ନ ହଟସ୍ପଟ ଅଞ୍ଚଳକୁ ଯାଇ ଫେରିବା ପରେ ତାଙ୍କଠାରେ କରୋନା ପଜିଟିଭ୍ ବାହାରିବା ପରେ ତାଙ୍କ ସଂସ୍ପର୍ଶରେ ଅନ୍ୟ କେହି ସଂକ୍ରମିତ ହୋଇଥାଇ ପାରନ୍ତି କିମ୍ବା ହେବାର ସମ୍ଭାବନା ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ କନ୍ଧମାଳ ଜିଲାର ସମସ୍ତ ବ୍ୟାଙ୍କକୁ ଆସନ୍ତା ୭ ଦିନ ପାଇଁ ବନ୍ଦ ଘୋଷଣା କରାଯାଇଛି। ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଚିଠି ଅନୁଯାୟୀ ଏହି ନିର୍ଦ୍ଦେଶ ନାମା ପ୍ରକାଶିତ ହେବା ପରେ ସମସ୍ତ ବ୍ୟାଙ୍କ ସାନିଟାଇଜ୍ କରାଯିବା ସହ ସମସ୍ତ କର୍ମଚାରୀ ଓ ଅଧିକାରୀଙ୍କୁ ୭ ଦିନ ପର୍ଯ୍ୟନ୍ତ ହୋମ୍ କ୍ୱାରେଣ୍ଟାଇନରେ ରହିବା ପାଇଁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି। ଏଥି ସହ ଯଦି କୌଣସି କର୍ମଚାରୀଙ୍କ ଠାରେ କରୋନା ଲକ୍ଷଣ ଦେଖା ଦିଏ ତେବେ ସଙ୍ଗେସଙ୍ଗେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ଜଣାଇ ନିଜର ସ୍ୱାବ୍ ପରୀକ୍ଷା କରାଇବାକୁ ପରାମର୍ଶ ଦିଆଯାଇଛି। କୌଣସି କର୍ମଚାରୀ ସଦର ମହକୁମା ଛାଡି ବାହାରକୁ ଯାଇ ପାରିବେ ନାହିଁ। ଏହି ୭ ଦିନ ଯେପରି ଗ୍ରାହକ ହଇରାଣ ନହେବେ ସେଥିପାଇଁ ଆବଶ୍ୟକ ଟଙ୍କା ଏଟିଏମରେ ଗଛିତ ରଖିବା ପାଇଁ ମଧ୍ୟ କୁହାଯାଇଛି। ୭ ଦିନ ପରେ ବ୍ୟାଙ୍କର ୫୦ ପ୍ରତିଶତ କର୍ମଚାରୀରେ କାର୍ଯ୍ୟ କରିବେ। ଯେଉଁ ସବୁ ଅଞ୍ଚଳକୁ କଣ୍ଟେନ୍ମେଣ୍ଟ ଜୋନ ଭାବେ ଘୋଷଣା କରାଯାଇଛି ସଂପୃକ୍ତ ଅଞ୍ଚଳରେ କଣ୍ଟେନ୍ମେଣ୍ଟ ଜୋନ୍ ଉଠିଲା ପର୍ଯ୍ୟନ୍ତ ବ୍ୟାଙ୍କ ବନ୍ଦ ରହିବ। ସମସ୍ତ କର୍ମଚାରୀ ମାସ୍କ ବ୍ୟବହାର କରିବା ସହ ସାମାଜିକ ଦୂରତା ରକ୍ଷା କରିବେ। ୭ ଦିନ ପରେ ବ୍ୟାଙ୍କ ସାନିଟାଇଜ୍ ହେବା ସହ ସମସ୍ତ କର୍ମଚାରୀ କ୍ୱାରେଣ୍ଟାଇନ୍ରେ ରହିଥିବା ନେଇ ଏକ ରିପୋର୍ଟ ଜିଲ୍ଲାପାଳଙ୍କୁ ମେଲ କରିବାକୁ ଏଥିରେ ନିର୍ଦ୍ଦେଶ ଦିଆଯାଇଛି। ଅନ୍ୟପକ୍ଷରେ ଏହି ନିର୍ଦ୍ଦେଶନାମାକୁ ନମାନିଲେ କଡା କାର୍ଯ୍ୟାନୁଷ୍ଠାନ ପାଇଁ ମଧ୍ୟ ଚେତାବନୀ ଦିଆଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.