Home ଓଡ଼ିଶା ଗାଁର ନାଁ ହେଲା ‘ରଙ୍ଗବତୀ ବିଲୁଙ୍ଗ ‘- ପଦ୍ମଶ୍ରୀ ମିତ୍ରଭାନୁ ଗୌନ୍ତିଆଙ୍କ ବିଲୁଙ୍ଗ ଗାଁକୁ ‘ରଙ୍ଗବତୀ...

ଗାଁର ନାଁ ହେଲା ‘ରଙ୍ଗବତୀ ବିଲୁଙ୍ଗ ‘- ପଦ୍ମଶ୍ରୀ ମିତ୍ରଭାନୁ ଗୌନ୍ତିଆଙ୍କ ବିଲୁଙ୍ଗ ଗାଁକୁ ‘ରଙ୍ଗବତୀ ବିଲୁଙ୍ଗ’ ନାଁରେ କରାଗଲା ନାମିତ।

250

ସମ୍ବଲପୁର, ୨୨/୭ (ଓଡ଼ିଆ ପୁଅ/ସରୋଜ ସାହୁ): ରାଜ୍ୟର ପ୍ରସିଦ୍ଧ ସମ୍ବଲପୁରୀ ଗୀତ ରଙ୍ଗବତୀ ନାଁରେ ନାମିତ ହେଲା ସମ୍ବଲପୁର ଜ଼ିଲ୍ଲା ବାମରା ତହସିଲ ର ବିଲୁଙ୍ଗ ଗାଁ। ଏ ନେଇ କେନ୍ଦ୍ର ସରକାର ଅନୁମତି ଦେବା ପରେ ଆଜି ରାଜ୍ୟ ସରକାର ବିଧିବଦ୍ଧ ଭାବରେ ଏହି ଗାଁର ନାଁ ‘ରଙ୍ଗବତୀ ବିଲୁଙ୍ଗ’ ନାମରେ ନାମିତ କରିଛନ୍ତି। ଏହି ଗାଁ ହେଉଛି ରଙ୍ଗବତୀ ଗୀତର ଗୀତିକାର ପଦ୍ମଶ୍ରୀ ମିତ୍ରଭାନୁ ଗୌନ୍ତିଆ ଙ୍କ ଗାଁ। ୧୯୭୫-୭୬ରେ ପ୍ରଥମେ ଆକଶବାଣୀରେ ଏହି ରଙ୍ଗବତୀ ଗୀତ ରେକର୍ଡ କରାଯାଇଥିଲା। ପରେ ଏହାକୁ ଏକ ଘରୋଇ କ୍ୟାସେଟ କମ୍ପାନୀ ରେକର୍ଡିଂ କରି ୧୯୭୮-୧୯୭୯ ମସିହାରେ ରିଲିଜ କରିଥିଲା। ରଙ୍ଗବତୀ ଗୀତ ସାରା ରାଜ୍ୟ ତଥା ଦେଶ ବିଦେଶ ରେ ଅତ୍ୟନ୍ତ ଲୋକପ୍ରିୟ ହୋଇଥିଲା। ଏହାକୁ ଗାଇଥିଲେ ଜୀତେନ୍ଦ୍ରିୟ ହରିପାଲ ଓ କ୍ରିଷ୍ଣା ପଟେଲ। ପଶ୍ଚିମବଙ୍ଗ, ଛତିଶଗଡ, ଝାଡଖଣ୍ଡ ଓ ବିହାରରେ ଏହି ଗୀତ ବେଶ ଲୋକପ୍ରିୟ ହୋଇପାରିଛି। ଅନ୍ୟ ଭାଷାରେ ବି ଏହି ଗୀତକୁ ଗାଇଛନ୍ତି କଳାକାର।

ରଙ୍ଗବତୀ ଗୀତ ପାଇଁ ଗାୟକ ଡ଼ ଜିତେନ୍ଦ୍ରିୟ ହରିପାଲଙ୍କୁ ମଧ୍ୟ ୨୦୧୭ ମସିହା ରେ ପଦ୍ମଶ୍ରୀ ସମ୍ମାନ ମିଳିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.