Home ଓଡ଼ିଶା ପ୍ରଭାତୀ ପରିଡ଼ା ହେଲେ ଏମଏସଟିସି ଡାଇରେକ୍ଟର

ପ୍ରଭାତୀ ପରିଡ଼ା ହେଲେ ଏମଏସଟିସି ଡାଇରେକ୍ଟର

85

ଭୁବନେଶ୍ୱର୨୦, ୦୩, ୨୦୧୮(ଓଡ଼ିଆ ପୁଅ/ଦେବଦତ୍ତ ରଥ): ବିଜେପି ମହିଳା ମୋର୍ଚ୍ଚା ରାଜ୍ୟ ସଭାନେତ୍ରୀ ପ୍ରଭାତୀ ପରିଡ଼ା ଏମଏସଟିସିର ନିର୍ଦେଶିକା ଭାବରେ ନିଯୁକ୍ତି ପାଇଛନ୍ତି। ଏମଏସଟିସି ଭାରତ ସରକାରଙ୍କ ଇସ୍ପାତ ମନ୍ତ୍ରାଳୟ ଦ୍ୱାରା ପରିଚାଳିତ ମିନି ରତ୍ନ ପ୍ରକାର-୧(ପିଏସୟୁ)ରେ ଆସୁଅଛି।୧୯୬୪ ମସିହା ସେପ୍ଟେମ୍ବର ୯ ତାରିଖରେ ବଡ଼ ବଡ଼ ଷ୍ଟିଲ ଖଣ୍ଡ ରପ୍ତାନି କରିବା ଉଦ୍ଦେଶ୍ୟରେ କମ୍ପାନୀଟି ଆରମ୍ଭ ହୋଇଥିଲା।ଏବଂ ୧୯୯୨ ମସିହା ପରେ ଭାଙ୍ଗିବା ପାଇଁ ବଡ଼ ବଡ଼ ଷ୍ଟିଲ ଖଣ୍ଡ ଏବଂ ପୁରୁଣା ଖଣ୍ଡକୁ କମ୍ପାନୀ ଆମଦାନୀ କରିବା ଆରମ୍ଭ କଲା।ସୂଚନା ଯୋଗ୍ୟ ଯେ ଭାରତ ସରକାରଙ୍କର ଏଥିରେ ୮୯.୮୫% ଅଂଶଧନ ରହିଛି।୨୦୧୪ ମସିହାରୁ ଏଥିରେ ଏକ ଡାଇରେକ୍ଟର ପଦବୀ ଖାଲି ଥିଲା।ପ୍ରଭାତୀ ପରିଡ଼ା ଏବେ ସେହି ପଦବୀ ସମ୍ଭାଳିବେ।କୋଲକାତା ତାଙ୍କର ମୁଖ୍ୟାଳୟ ବୋଲି ଜଣାପଡ଼ିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.