Home Top News ପ୍ରବଳ ବିରୋଧ ପରେ ନିଳମ୍ବିତ ବିଜେପି ନେତା ଟି ରାଜା ସିଂଙ୍କୁ ଗିରଫ କଲା ତେଲେଙ୍ଗାନା...

ପ୍ରବଳ ବିରୋଧ ପରେ ନିଳମ୍ବିତ ବିଜେପି ନେତା ଟି ରାଜା ସିଂଙ୍କୁ ଗିରଫ କଲା ତେଲେଙ୍ଗାନା ପୋଲିସ

58

ନୂଆ ଦିଲ୍ଲୀ ୨୫-୮ (ଓଡ଼ିଆ ପୁଅ) ପ୍ରବଳ ବିରୋଧ ପରେ ନିଳମ୍ବିତ ବିଜେପି ନେତା ଟି ରାଜା ସିଂଙ୍କୁ ଗିରଫ କରିଛି ତେଲେଙ୍ଗାନା ପୋଲିସ। ଟି ରାଜା ସିଂଙ୍କୁ ପିଡି ଆକ୍ଟ ଅନୁଯାୟୀ ଗିରଫ କରାଯାଇଛି। ତାଙ୍କ ବିରୋଧରେ ପଞ୍ଜୀକୃତ ହୋଇଥିବା ୧୦୧ ଟି ଅପରାଧିକ ମାମଲା ମଧ୍ୟରୁ ସେ ୧୮ ଟି ସାମ୍ପ୍ରଦାୟିକ ଅପରାଧରେ ଜଡିତ ଥିଲେ ବୋଲି କୁହାଯାଉଛି। ପୋଲିସ ତାଙ୍କୁ ପିଡି ଆକ୍ଟ ଅନୁଯାୟୀ ଗିରଫ କରିଛି। ତାଙ୍କୁ ଏବେ କେନ୍ଦ୍ରୀୟ ଜେଲ, ଚେରିୟାପଲ୍ଲୀରେ ରଖାଯିବ ବୋଲି ହାଇଦ୍ରାବାଦ ପୋଲିସ ପ୍ରକାଶ କରିଛି।

ଅପରପକ୍ଷରେ ଟି ରାଜା ସିଂ ଅଭିଯୋଗ କରିଛନ୍ତି ଯେ, ଓୱେସିଙ୍କର ଚାପରେ ପୋଲିସ କାମ କରୁଛି। ସୂଚନାଯୋଗ୍ୟଯେ, ଯେ ମହମ୍ମଦଙ୍କ ଉପରେ ବିବାଦୀୟ ମନ୍ତବ୍ୟ ଦେଇଥିବା ଅଭିଯୋଗ ପରେ ବିଜେପି ବିଧାୟକ ଟି ରାଜା ସିଂଙ୍କୁ ମଙ୍ଗଳବାର ହାଇଦ୍ରାବାଦରେ ଗିରଫ କରାଯାଇଥିଲା।

ଟି ରାଜା ସିଂ ଏକ ଭିଡିଓରେ ମହମ୍ମଦଙ୍କ ବିରୋଧରେ ମନ୍ତବ୍ୟ ଦେଇଥିବା ଅଭିଯୋଗ ଆସିବା ପରେ ମଙ୍ଗଳବାର ହାଇଦ୍ରାବାଦ ପୋଲିସ ଗିରଫ କରିବା ପରେ ବିବାଦୀୟ ଭିଡିଓ ପରେ ସୋସିଆଲ ମିଡିଆ ପ୍ଲାଟଫର୍ମରୁ ହଟାଇ ଦିଆଯାଇଥିଲା। ଏହା ପରେ ରାଜା ସିଂ ଗିରଫ ହେବାର କିଛି ଘଣ୍ଟା ପରେ ସ୍ଥାନୀୟ କୋର୍ଟରେ ହାଜର କରାଯାଇଥିଲା ଯେଉଁଠାରୁ ତାଙ୍କୁ ଜାମିନ ପ୍ରଦାନ କରାଯାଇଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.