Home Top News ଅଟା ରପ୍ତାନୀ ନୀତିରେ ସଂଶୋଧନ ପ୍ରସ୍ତାବକୁ କ୍ୟାବିନେଟ୍ ଅନୁମୋଦନ

ଅଟା ରପ୍ତାନୀ ନୀତିରେ ସଂଶୋଧନ ପ୍ରସ୍ତାବକୁ କ୍ୟାବିନେଟ୍ ଅନୁମୋଦନ

77

– କ୍ୟାବିନେଟ୍ ଗହମ କିମ୍ବା ମେସଲିନ୍ ଅଟା ନିମନ୍ତେ ରପ୍ତାନୀ ନୀତିକୁ ମଞ୍ଜୁରି ପ୍ରଦାନ କରିଛନ୍ତି

ନୂଆ ଦିଲ୍ଲୀ ୨୫ ଅଗଷ୍ଟ (ଓଡ଼ିଆ ପୁଅ) ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଗଠିତ ଆର୍ଥିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ୍ କମିଟି ରପ୍ତାନୀ ପ୍ରତିବନ୍ଧକ / ନିଷେଧାଦେଶରୁ ଗହମ କିମ୍ବା ମେସଲିନ୍ ଅଟାକୁ (ଏଚ୍‌ଏସ୍ କୋର୍ଡ ୧୧୦୧) ମୁକ୍ତ କରିବା ନୀତିରେ ସଂଶୋଧନ ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି।

ପ୍ରଭାବ :

ଏହି ଅନୁମୋଦନ ଦ୍ୱାରା ଏବେ ଗହମ ଅଟାର ରପ୍ତାନୀ ଉପରେ ପ୍ରତିବନ୍ଧକ ଲଗାଇବା ନିମନ୍ତେ ଅନୁମତି ମିଳି ଯିବ, ଯାହା ଗହମରୁ ପ୍ରସ୍ତୁତ ଅଟାର ବୃଦ୍ଧି ପାଉଥିବା ମୂଲ୍ୟ ଉପରେ ଅଙ୍କୁଶ ଲଗାଇ ପାରିବ ଏବଂ ସମାଜର ସବୁଠାରୁ ଦୁର୍ବଳ ତଥା ଅସୁରକ୍ଷିତ ଶ୍ରେଣୀର ଖାଦ୍ୟ ନିରାପତାକୁ ସୁନିଶ୍ଚିତ କରିବ।

କାର୍ଯ୍ୟାନ୍ୱୟନ :

ବୈଦେଶିକ ବାଣିଜ୍ୟ ମହାନିର୍ଦ୍ଦେଶାଳୟ (ଡିଜିଏଫ୍‌ଟି) ଏହାର ପ୍ରଭାବ ନିମନ୍ତେ ବିଜ୍ଞପ୍ତି ଜାରି କରିବ।

ପୃଷ୍ଠଭୂମି :

ରୁଷିଆ ଏବଂ ୟୁକ୍ରେନ୍ ଦେଶ ହେଉଛନ୍ତି ଅଧିକ ଗହମ ରପ୍ତାନୀ କରୁଥିବା ଦେଶ, ଯେଉଁମାନେ କି ବିଶ୍ୱ ଗହମ ବ୍ୟବସାୟର ଏକ ଚତୁର୍ଥାଂଶ ଅଂଶଧନକୁ ନିଜ ଆୟତରେ ରଖିଥାନ୍ତି। ସେହି ଦୁଇ ଦେଶ ମଧ୍ୟରେ ଯୁଦ୍ଧ ଲାଗି ରହିଥିବା ଯୋଗୁଁ ବିଶ୍ୱ ସ୍ତରରେ ଗହମର ଯୋଗାଣ ଶୃଙ୍ଖଳାରେ ପ୍ରତିବନ୍ଧକ ସୃଷ୍ଟି ହୋଇଛି, ଯାହା ଫଳରେ ଭାରତୀୟ ଗହମର ଚାହିଦା ବିଶ୍ୱ ସ୍ତରରେ ବୃଦ୍ଧି ପାଇଛି। ଯାହା ଫଳରେ, ଏବେ ଘରୋଇ ବଜାରରେ ଗହମର ମୂଲ୍ୟରେ ବୃଦ୍ଧି ଦେଖା ଯାଇଛି। ଦେଶର ୧.୪ ବିଲିୟନ୍ ଲୋକ ମାନଙ୍କର ଖାଦ୍ୟ ସୁରକ୍ଷାକୁ ସୁନିଶ୍ଚିତ କରିବା ନିମନ୍ତେ ମେ’ ୨୦୨୨ରେ ଗହମ ରପ୍ତାନୀ ଉପରେ ପ୍ରତିବନ୍ଧକ ଲଗାଇବା ପାଇଁ ନିଷ୍ପତି ନିଆ ଯାଇଥିଲା।

ଅବଶ୍ୟ, ଗହମ ରପ୍ତାନୀ ଉପରେ ପ୍ରତିବନ୍ଧକ କାରଣରୁ (ଯାହା ଘରୋଇ ବଜାରରେ ବୃଦ୍ଧି ପାଉଥିବା ମୂଲ୍ୟକୁ ନିୟନ୍ତ୍ରିତ କରିବା ଏବଂ ଦେଶରେ ଖାଦ୍ୟ ସୁରକ୍ଷାକୁ ସୁନିଶ୍ଚିତ କରିବା ନିମନ୍ତେ କରା ଯାଇଥିଲା) ବିଦେଶୀ ବଜାର ଗୁଡିକରେ ଗହମରୁ ପ୍ରସ୍ତୁତ ଅଟାର ଚାହିଦା ବୃଦ୍ଧି ପାଇଛି ଏବଂ ଏହା ଭାରତରୁ ରପ୍ତାନୀ ହେଉଛି। ୨୦୨୨ର ଏପ୍ରିଲ୍ – ଜୁଲାଇ ମଧ୍ୟରେ ୨୦୨୧ ତୁଳନାରେ ସମାନ ଅବଧିରେ ଏହି କ୍ଷେତ୍ରରେ ୨୦୦ ପ୍ରତିଶତର ଅଭିବୃଦ୍ଧି ଘଟିଛି।

ଅନ୍ତର୍ଜାତୀୟ ବଜାରରେ ଗହମ ଅଟାର ଚାହିଦା ବୃଦ୍ଧି କାରଣରୁ ଘରୋଇ ବଜାରରେ ଗହମ ଅଟାର ମୂଲ୍ୟ କ୍ଷେତ୍ରରେ ଉଲ୍ଲେଖନୀୟ ବୃଦ୍ଧି ହୋଇଛି।

ଏହା ପୂର୍ବରୁ, ଗହମରୁ ପ୍ରସ୍ତୁତ ଅଟାର ରପ୍ତାନୀ ଉପରେ ପ୍ରତିବନ୍ଧକ ନଲଗାଇବା କିମ୍ବା ନିଷେଧାଦେଶ ଜାରି ନକରିବାର ନିୟମ ରହିଥିଲା। ତେଣୁ, ଖାଦ୍ୟ ସୁରକ୍ଷାକୁ ସୁନିଶ୍ଚିତ କରିବା ନିମନ୍ତେ ଏବଂ ଦେଶରେ ଗହମ ଅଟାର ବୃଦ୍ଧି ପାଉଥିବା ମୂଲ୍ୟ ଉପରେ ପ୍ରତିବନ୍ଧକ ଲଗାଇବା ପାଇଁ ଗହମରୁ ପ୍ରସ୍ତୁତ ଅଟା ରପ୍ତାନୀ ଉପରେ ରହିଥିବା ପ୍ରତିବନ୍ଧକ / ନିଷେଧାଦେଶକୁ ମୁକ୍ତ କରି ଏହି ନୀତିରେ ଆଂଶିକ ସଂଶୋଧନର ଆବଶ୍ୟକତା ଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.