Home ଜିଲ୍ଲା ପରିକ୍ରମା ପ୍ରଧାନ ଶିକ୍ଷକ ଚର୍ତୁଭୁଜଙ୍କୁ ସେବାନିବୃତ ସମ୍ବର୍ଦ୍ଧନା

ପ୍ରଧାନ ଶିକ୍ଷକ ଚର୍ତୁଭୁଜଙ୍କୁ ସେବାନିବୃତ ସମ୍ବର୍ଦ୍ଧନା

60

ନୟାଗଡ଼ ୦୧/୦୮ (ଓଡ଼ିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ) – ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ ଡମସାହି ଆଂଚଳିକ ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଚର୍ତୁଭୁଜ ପ୍ରଧାନଙ୍କୁ ଜୁଲାଇ ୩୧ ତାରିଖ ବିଳମ୍ବିତ ସଂନ୍ଧ୍ୟାରେ ସେବା ନିବୃତ ସମ୍ବର୍ଦ୍ଧନା ଦିଆଯାଇଥିବା ଜଣାପଡିଛି। ଶିକ୍ଷକ ଚର୍ତୁଭୁଜ ପ୍ରଧାନ ସେହି ବିଦ୍ୟାଳୟରେ ସହକାରୀ ଶିକ୍ଷକ ଭାବେ କାର୍ଯ୍ୟ କରି ପଦୋନ୍ନତି ପାଇଁ ପ୍ରଧାନ ଶିକ୍ଷକ ଭାବେ କାର୍ଯ୍ୟ କରୁଥିଲେ। ତାଙ୍କର ଉଦ୍ୟମରେ ବିଦ୍ୟାଳୟର ଉନ୍ନିତି ହୋଇ ମୋ ସରକାର ୫ ଟି ଉଚ୍ଚ ବିଦ୍ୟାଳୟ ଭାବରେ କାର୍ଯ୍ୟ କରୁଅଛି।

ସେ ଜଣେ ଭଦ୍ର ଛାତ୍ର ବତ୍ସଳ ପ୍ରଧାନ ଶିକ୍ଷକ ହୋଇଥିବାରୁ ସେବା ନିବୃତ ସମ୍ବର୍ଦ୍ଧନା ଉତ୍ସବରେ ସମସ୍ତ ଛାତ୍ର ଛାତ୍ରୀ ଓ ଅଂଚଳବାସୀଙ୍କ ଆଖିରେ ଅଶ୍ରୁ ଦେଖାଦେଇଥିଲା। ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବରେ ରଣପୁର ବିଧାୟକ ତଥା ନୟାଗଡ଼ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ସତ୍ୟ ନାରାୟଣ ପ୍ରଧାନ, ମୁଖ୍ୟ ବକ୍ତା ଭାବେ ରଣପୁର ବ୍ଲକ ଉପାଧ୍ୟକ୍ଷ ପ୍ରଭାତ କୁମାର ଦଳବେହେରା ଓ ସମ୍ମାନୀତ ଅତିଥି ଭାବେ ପୂର୍ବତନ ଶିକ୍ଷକ ଘନଶ୍ୟାମ ଦଳବେହେରା ଯୋଗ ଦେଇ ସମ୍ବର୍ଦ୍ଧନା ଦେବା ସହ ପ୍ରଧାନ ଶିକ୍ଷକ ଙ୍କ ଗୁଣଗାନ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.