ନୂଆ ଦିଲ୍ଲୀ ୧୨-୧୨ (ଓଡ଼ିଆ ପୁଅ) ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଟ୍ୱିଟର ହ୍ୟାଣ୍ଡେଲଟି ହ୍ୟାକ ହୋଇଥିବା ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ (ପିଏମଓ) ପକ୍ଷରୁ ରବିବାର ସୂଚନା ମିଳିଛି।
ଆକାଉଣ୍ଟ୍ ରୁ ଏକ ମିଥ୍ୟା ଟୁଇଟ୍ କରାଯାଇଥିବା କୁହାଯାଇଛି। ଭାରତ ଆନୁଷ୍ଠାନିକ ଭାବରେ ବିଟକଏନ୍ କୁ ଆଇନଗତ ଟେଣ୍ଡର ଭାବରେ ଗ୍ରହଣ କରିଛି ଏବଂ ଦେଶ ଡିଜିଟାଲ୍ ମୁଦ୍ରା କିଣିଛି ଯାହା ନାଗରିକମାନଙ୍କୁ ବଣ୍ଟନ କରିବ ବୋଲି ଏହି ମିଥ୍ୟା ଟ୍ୱିଟ କରାଯାଇଛି।
The Twitter handle of PM @narendramodi was very briefly compromised. The matter was escalated to Twitter and the account has been immediately secured.
In the brief period that the account was compromised, any Tweet shared must be ignored.
— PMO India (@PMOIndia) December 11, 2021