Home ଜିଲ୍ଲା ପରିକ୍ରମା ପ୍ରଧାନମନ୍ତ୍ରୀ ଉଜ୍ଜଳା ପଚାଂୟତ ଓ ପ୍ରଶିକ୍ଷଣ ଶିବୀର

ପ୍ରଧାନମନ୍ତ୍ରୀ ଉଜ୍ଜଳା ପଚାଂୟତ ଓ ପ୍ରଶିକ୍ଷଣ ଶିବୀର

84

ମାଲକାନଗିରି,୧୯ା୧୧ (ଓଡିଆ ପୁଅ )  ମାଲକାନଗିରି ଜିଲ୍ଲା କୁଡୁମୁଲୁଗୁମ୍ମା ଠାରେ ଥିବା ଅର୍ପିତା ଏଚପି ଗ୍ୟାସ ଗ୍ରାମୀଣ ବିତରକ ସଂସ୍ଥାଦ୍ୱାରା ନାକାମାମୁଡି ପଚାଂୟତ ସଭାଗୃହ ଠାରେ ପ୍ରଧାନମନ୍ତ୍ରୀ ଉଜ୍ଜଳା ପଚାଂୟତ ଓ ପ୍ରଶିକ୍ଷଣ ଶିବୀର ଅଶୋକ କୁମାର ପରିଡା ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଟିତ ହୋଇଯାଇଛି । ଏହି ପ୍ରଶିକ୍ଷଣ ଶିବୀର ରେ ମାଲକାନଗିରି ଜିଲ୍ଲା ରନ୍ଧନ ଗ୍ୟାସ ସଂସ୍ଥାର ଏସଡିପି ଶ୍ରୀମତୀ ସ୍ଥିତିପ୍ରଜ୍ଞା ଦାଶ ମୁଖ୍ୟଅତିଥି ଭାବେ ଯୋଗଦେଇ ରନ୍ଧନଗ୍ୟାସର ଉପକାରିତା,ବ୍ୟବହାର ଓ ସୁପରିଚଳାନା ସଂପର୍କରେ କହିଥିଲେ । ଏହି ଅବସରରେ ଅଙ୍ଗନ ଓ୍ୟାର୍ଡି କର୍ମୀ,ସ୍ୱାସ୍ଥ୍ୟକର୍ମୀ,ଆଶାକର୍ମୀ, ନାକା ମାମୁଡି ପଚାଂୟତର ବିଭିନ୍ନ ଆଦିବାସୀ ଗ୍ରାମରୁ ଶତାଧିକ ଆଦିବାସୀ ମହିଳା ହିତାଧିକାରୀ ମାନେ ଯୋଗଦେଇ ପ୍ରଶିକ୍ଷଣ ନେଇଥିଲେ । ଅର୍ପିତା ଏଚପି ଗ୍ୟାସ ବିତରକ ସଂସ୍ଥାର ସନ୍ତୋଷି ସା,ଘେନା ଦଳାଇ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।ଶେଷରେ ସନ୍ତୋଷୀ ସା ଧନ୍ୟବାଦ ଅର୍ପଣ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.