Home ଜିଲ୍ଲା ପରିକ୍ରମା ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ କେଳେଙ୍କାରୀ ନେଇ ବିଜେପିର ଆରୋପ

ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ କେଳେଙ୍କାରୀ ନେଇ ବିଜେପିର ଆରୋପ

61

ଭଦ୍ରକ, ୧୮ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଭଣ୍ଡାରିପୋଖରୀ ବ୍ଲକ୍‌ରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଯୋଗ୍ୟ ହିତାଧିକାରୀ ଚୟନ କ୍ଷେତ୍ରରେ ବ୍ୟାପକ ଅନିୟମିତତା ହୋଇଥିବା ନେଇ ବିଜେପି ନେତା ବଦ୍ରୀ ନାରାୟଣ ଧଳ ଅଭିଯୋଗ କରିଛନ୍ତି । ବାରମ୍ବାର ଅଭିଯୋଗ ଓ ଚେତାବନୀ ସତ୍ୱେ ବ୍ଲକ୍ ପ୍ରଶାସନର ପାତର ଅନ୍ତର ନୀତି ପାଇଁ ବହୁ ଯୋଗ୍ୟ ହିତାଧିକାରୀ ଏହି ଯୋଜନାରୁ ବାଦ୍ ପଡିଥିବାବେଳେ ଅଯୋଗ୍ୟ ହିତାଧିକାରୀମାନେ ବିଭିନ୍ନ ଉପାୟରେ ସଂପୃକ୍ତ ଅଧିକାରୀମାନଙ୍କ ଜରିଆରେ ଏକାଧିକ ଘର ହାତେଇବାରେ ସଫଳ ହେଉଛନ୍ତି । ଏବଂ ଦଲାଲମାନେ ବେଶ୍ କିଛି ଅର୍ଥ ଉପାର୍ଜନ କରୁଛନ୍ତି ବୋଲି ଶ୍ରୀ ଧଳ ଆରୋପ କରିବା ସହ ଆବାସ ଯୋଜନାରେ କେଳେଙ୍କାରୀ ନେଇ ସ୍ଥାନୀୟ ବିଡିଓଙ୍କ ସହ ଆଶାୟୀମାନଙ୍କ ଆପତ୍ତି ବିଷୟରେ ଆଲୋଚନା କରିଛନ୍ତି । ଏମିତିକି କାର୍ଯ୍ୟାଦେଶ ମିଳିବା ପରେ ମଧ୍ୟ ଉଦ୍ଦେଶ୍ୟ ମୂଳକ ଭାବେ ବିଭିନ୍ନ ମିଥ୍ୟା ଆଳ ଦେଖାଇ ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟଙ୍କ ଟଙ୍କା ପଠାଯାଉନଥିବାର ସେ ଅଭିଯୋଗ କରିଛନ୍ତି । ଗୃହ ନିର୍ମାଣ କାର୍ଯ୍ୟ ସରିଥିଲେ ମଧ୍ୟ ହିତାଧିକାରୀଙ୍କ ପ୍ରାପ୍ୟ ଅର୍ଥ ବ୍ୟାଙ୍କ ଆକାଉଣ୍ଟକୁ ପଠାଇବା ପାଇଁ ଲାଞ୍ଚ ମଗାଯାଉଛି ବୋଲି ବହୁ ହିତାଧିକାରୀ ଅଭିଯୋଗ କରିଛନ୍ତି । ଶ୍ରୀ ଧଳଙ୍କ ନେତୃତ୍ୱରେ ବାଲିପୋଖରୀ ବିଷ୍ଣୁପୁର, ନପଙ୍ଗ ଓ ରହଣିଆ ପଂଚାୟତର କିଛି ଯୋଗ୍ୟ ହିତାଧିକାରୀ ବିଡିଓଙ୍କୁ ଭେଟି ଏ ସଂପର୍କରେ ଅଭିଯୋଗ କରିଛନ୍ତି । ଅଭିଯୋଗକାରୀଙ୍କ ସହିତ ବାଲିପୋଖରୀ ପଂଚାୟତରୁ ପ୍ରକାଶ ମହାପାତ୍ର, ବିଷ୍ଣୁପୁରରୁ ତପନ ପାତ୍ର, ନପଙ୍ଗରୁ ଅମୀୟ ନାୟକ ପ୍ରମୁଖ ଆଜି ବିଡିଓଙ୍କୁ ଭେଟି ସେମାନଙ୍କର ଅଭିଯୋଗ ଦାଖଲ କରିଛନ୍ତି । ଯୋଗ୍ୟ ହିତାଧିକାରୀମାନଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଗୃହ ଯୋଗାଇବାରେ ବ୍ଲକ୍ ପ୍ରଶାସନ ପାତର ଅନ୍ତର ନୀତି ଆପଣାଇଲେ ବିଜେପି ଆନ୍ଦୋଳନକୁ ଓହ୍ଲାଇବ ବୋଲି ଶ୍ରୀ ଧଳ ଚେତାବନୀ ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.