Home Top News ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ୧୦୦୦ କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ଦୁର୍ନୀତି କରି ଗରୀବ ଓଡିଆଙ୍କୁ ତାଙ୍କ...

ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ୧୦୦୦ କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ଦୁର୍ନୀତି କରି ଗରୀବ ଓଡିଆଙ୍କୁ ତାଙ୍କ ହକ୍ ପାଇବାରୁ ବଂଚିତ କରୁଛନ୍ତି ରାଜ୍ୟ ସରକାର : ଗୋଲକ ମହାପାତ୍ର

105

ଅଭିଯୁକ୍ତ ମନ୍ତ୍ରୀ ଦିବ୍ୟଶଂକରଙ୍କୁ ସୁରକ୍ଷା ଏବଂ ଏହି ପ୍ରସଙ୍ଗକୁ ଏଡାଇବା ପାଇଁ ଶାସକ ବିଜେଡି ନାଟକ କରୁଛି
ବିଜେଡିର ନାଟକ ଓଡିଶାବାସିଙ୍କୁ ଭ୍ରମିତ ଉଦ୍ଦେଶ୍ୟ ପ୍ରଣୋଦିତ ଏବଂ “ଚୋରୀ ଉପରେ ସିନାଚୋରୀ” ସଦୃଶଯୋଗ୍ୟ ହତାଧିକାରୀଙ୍କୁ ପକ୍କା ଘର ଯୋଗାଇବାରେ ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି ରାଜ୍ୟ ସରକାର
ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଓଡିଶାରେ ପ୍ରାୟ ୧୦୦୦ କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ଦୁର୍ନୀତି ହୋଇଥିବାର ପର୍ଦ୍ଦାଫାଶ ହୋଇଛି
ରାଜ୍ୟ ସରକାରଙ୍କ ପୃଷ୍ଠ ପୋଷକତାରେ ସାରା ରାଜ୍ୟରେ ଆବାସ ଯୋଜନାରେ ହଜାର ହଜାର କୋଟି ଟଙ୍କାର ଦୁର୍ନୀତି ହୋଇଛି
ପ୍ରଧାନମନ୍ତ୍ରୀ ଆବାସ ଯୋଜନା ପ୍ରସଙ୍ଗରେ ରାଜ୍ୟ ସରକାର ସଠିକ୍ ସମୟରେ ୟୁସି ଦେଉନାହାନ୍ତି କିମ୍ବା କଂପ୍ଲାଏନ୍ସ ରିପୋର୍ଟ କେନ୍ଦ୍ରକୁ ଦେଉନାହାନ୍ତି
୨୦୨୧-୨୨ ଆର୍ଥିକ ବର୍ଷରେ କେନ୍ଦ୍ର ସରକାର ରାଜ୍ୟକୁ ୮ଲକ୍ଷ ୧୭ ହଜାର ୪୪୪ ପକ୍କା ଘର ଆବଂଟନ କରିଛନ୍ତି ଏବଂ ଏହାର ସଠିକ୍ କାର୍ଯ୍ୟନ୍ୱୟନ କରିବା ରାଜ୍ୟ ସରକାରଙ୍କ ଦାୟୀତ୍ୱ
ରାଜ୍ୟର ଲକ୍ଷ ଲକ୍ଷ ଗରୀବ ହିତାଧିକାରୀଙ୍କୁ ଭ୍ରମିତ ନକରି ଶାସକ ବିଜେଡି ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସମସ୍ତଙ୍କୁ ପକ୍କା ଘର ଯୋଗାଇ ଦେବାର ଦାୟୀତ୍ୱ ନିଅନ୍ତୁ ରାଜ୍ୟ ସରକାର
ଭୁବନେଶ୍ୱର, ୦୧/୧୨ (ଓଡ଼ିଆ ପୁଅ) : ବିଧାନସଭା ଅଧିବେସନ ଆରମ୍ଭ ହୋଇଛି ଓ ରାଜ୍ୟ ସରକାରଙ୍କ ମୁଣ୍ଡରେ ଖଣ୍ଡା ଝୁଲୁଛି। ମମିତା ମେହେର ହତ୍ୟାକାଣ୍ଡ ପ୍ରସଙ୍ଗରେ ବିଧାନସଭା ଭିତରେ ବିଜେପି ରାଜ୍ୟ ସରକାରଙ୍କୁ ଘେରୁଛି। ଅଭିଯୁକ୍ତ ମନ୍ତ୍ରୀ ଦିବ୍ୟଶଂକରଙ୍କୁ ସୁରକ୍ଷା ଏବଂ ଏହି ପ୍ରସଙ୍ଗକୁ ଏଡାଇବା ପାଇଁ ଶାସକ ବିଜେଡି ନାଟକ କରୁଛି। ବିଜେଡିର ଆଜିର ନାଟକ ଓଡିଶାବାସିଙ୍କୁ ଭ୍ରମିତ ଉଦ୍ଦେଶ୍ୟ ପ୍ରଣୋଦିତ ଏବଂ “ଚୋରୀ ଉପରେ ସିନାଚୋରୀ” ସଦୃଶ ବୋଲି ବୋଲି ରାଜ୍ୟ ସାଧାରଣ ସଂପାଦକ ଶ୍ରୀ ଗୋଲକ ମହାପାତ୍ର କହିଛନ୍ତି।

କେନ୍ଦ୍ରୀୟ ଟିମର ତଦନ୍ତ ରିପୋର୍ଟ ଅନୁଯାୟୀ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଓଡିଶାରେ ପ୍ରାୟ ୧୦୦୦ କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ଦୁର୍ନୀତି ହୋଇଥିବାର ପର୍ଦ୍ଦାଫାଶ ହୋଇଛି। ଅଧିକାଂଶ ଘର ନିର୍ମାଣ କାମ ନିମ୍ନମାନର ଥିବା ଜଣା ପଡିଥିବାବେଳେ ଅନେକ ଘର ଅସଂପୂର୍ଣ୍ଣ ରହିଛି। କେନ୍ଦ୍ରୀୟ ତଦନ୍ତକାରୀ ଟିମ ୫ଟି ଜିଲ୍ଲାର ୯ଟି ବ୍ଲକକୁ ସମୀକ୍ଷା କରିବା ସମୟରେ ଆବାସ ଯୋଜନାରେ ବ୍ୟାପକ ଅନିୟମିତତା ସାମ୍ନାକୁ ଆସିଛି। ରାଜ୍ୟରେ ୧ଲକ୍ଷରୁ ଉର୍ଦ୍ଧ୍ୱ ଆବାସରେ ଅନିୟମିତତା କରିଛନ୍ତି ରାଜ୍ୟ ସରକାର। ରାଜ୍ୟସରକାର ଏଠି ପାତର ଅନ୍ତର ନୀତି ଆପଣାଇ କେବଳ ଦଳୀୟ କର୍ମୀମାନଙ୍କୁ ପକ୍କା ଘର ଯୋଗାଇ ଚାଲିଛନ୍ତି। ରାଜ୍ୟ ସରକାରଙ୍କ ପୃଷ୍ଠ ପୋଷକତାରେ ସାରା ରାଜ୍ୟରେ ଆବାସ ଯୋଜନାରେ ହଜାର ହଜାର କୋଟି ଟଙ୍କାର ଦୁର୍ନୀତି ହୋଇଛି। ପ୍ରଧାନମନ୍ତ୍ରୀ ଆବାସ ଯୋଜନା ପ୍ରସଙ୍ଗରେ ରାଜ୍ୟ ସରକାର ସଠିକ୍ ସମୟରେ ୟୁସି ଦେଉନାହାନ୍ତି କିମ୍ବା କଂପ୍ଲାଏନ୍ସ ରିପୋର୍ଟ କେନ୍ଦ୍ରକୁ ଦେଉନାହାନ୍ତି। ରାଜ୍ୟ ସରକାରଙ୍କ ମନୋମୁଖୀ ଶାସନ ଯୋଗୁଁ ଉପଯୁକ୍ତ ଗରୀବ ହିତାଧିକାରୀ ଘରଟିଏ ପାଇବାରୁ ବଂଚିତ ହେଉଛନ୍ତି। ଫନି ବାତ୍ୟା ପରବର୍ତ୍ତୀ ସମୟରେ ପକ୍କା ଘର ବଂଟନରେ ରାଜ୍ୟ ସରକାରଙ୍କ ଟାଳ ଟୁଳ ନୀତି ପଦାକୁ ଆସିଛି। ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବରଗଡ, ବଲାଙ୍ଗିର, ବୌଦ୍ଧ, କଳାହାଣ୍ଡି, କୋରାପୁଟ, ନବରଙ୍ଗପୁର, ରାୟଗଡା, ସମ୍ବଲପୁର ଓ ସୁନ୍ଦରଗଡ ଆଦି ଜିଲ୍ଲାକୁ ଘର ଆବଂଟନ ଶୂନ ରହିଥିବାବେଳେ କେବଳ ଝାରସୁଗୁଡା ଜିଲ୍ଲାକୁ ଏହି ଯୋଜନାରେ ମାତ୍ର ୪ଟି ଘର ଆବଂଟନ କରାଯାଇଛି। ଏହି ଆକାଂକ୍ଷୀ ଜିଲ୍ଲା ପ୍ରତି ରାଜ୍ୟ ସରକାରଙ୍କ ସମ୍ବେଦନଶୀଳତା କଣ ଅଛି ତାହା ସ୍ପଷ୍ଟ ବାରିହୋଇ ପଡୁଛି ବୋଲି ଶ୍ରୀ ମହାପାତ୍ର କହିଛନ୍ତି।

ଷ୍ଟିକର ମରା ଘଟଣାର ଅଭିଯୋଗର ତଦନ୍ତ ସମୟରେ ପକ୍କା ଘର ଆବଂଟନରେ ହିତାଧିକାରୀ ଚୟନ ପ୍ରକ୍ରିୟାରେ ଅନିୟମିତତା, ବ୍ୟାଙ୍କ ଆକାଉଂଟ୍ ନମ୍ବର ଅଦଳବଦଳ, ଗୁହାଳ ତଥା ବାରି ଘର ଜିଓ ଟ୍ୟାଗିଙ୍ଗ୍ କରିବା, ଅଯୋଗ୍ୟ ହିତାଧିକାରୀଙ୍କୁ ପ୍ରାଧାନ୍ୟ ଦେବା ଇତ୍ୟାଦି ଇତ୍ୟାଦି ଲୋକଲୋଚନକୁ ଆସିଥିଲା। ୨୦୨୧-୨୨ ଆର୍ଥିକ ବର୍ଷରେ କେନ୍ଦ୍ର ସରକାର ରାଜ୍ୟକୁ ୮ଲକ୍ଷ ୧୭ ହଜାର ୪୪୪ ପକ୍କା ଘର ଆବଂଟନ କରିଛନ୍ତି ଏବଂ ଏହାର ସଠିକ୍ କାର୍ଯ୍ୟନ୍ୱୟନ କରିବା ରାଜ୍ୟ ସରକାରଙ୍କ ଦାୟୀତ୍ୱ। ତେବେ ରାଜ୍ୟରେ ୯ଟି ଜିଲ୍ଲାରେ ଶୂନ ଏବଂ ୪ଟି ଜିଲ୍ଲାରେ ନଗଣ୍ୟ କାହିଁକି ବୋଲି ଶ୍ରୀ ମହାପାତ୍ର ପ୍ରଶ୍ନ କରିଛନ୍ତି।

ରାଜ୍ୟର ଲକ୍ଷ ଲକ୍ଷ ଗରୀବ ହିତାଧିକାରୀଙ୍କୁ ଭ୍ରମିତ ନକରି ଶାସକ ବିଜେଡି ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସମସ୍ତଙ୍କୁ ପକ୍କା ଘର ଯୋଗାଇ ଦେବାର ଦାୟୀତ୍ୱ ନିଅନ୍ତୁ ରାଜ୍ୟ ସରକାର ବୋଲି ଶ୍ରୀ ମହାପାତ୍ର କହିଛନ୍ତି।

ଏହି ଅବସରରେ ରାଜ୍ୟ ମୁଖପାତ୍ର ଶ୍ରୀ ଠାକୁର ରଣଜିତ୍ ଦାଶ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.