Home Top News ନଭେମ୍ବର ମାସରେ ମୋଟ୍ ୧,୩୧,୫୨୬ କୋଟି ଟଙ୍କାର ଜିଏସଟି ରାଜସ୍ୱ ସଂଗ୍ରହ

ନଭେମ୍ବର ମାସରେ ମୋଟ୍ ୧,୩୧,୫୨୬ କୋଟି ଟଙ୍କାର ଜିଏସଟି ରାଜସ୍ୱ ସଂଗ୍ରହ

29

– ନଭେମ୍ବର ୨୦୨୧ରେ ଜିଏସଟି ସଂଗ୍ରହ ଗତ ମାସରେ ସଂଗୃହିତ ରାଜସ୍ୱକୁ ଟପିଲା

– ଜିଏସଟି କାର୍ଯ୍ୟକାରୀ ହେବା ପରଠାରୁ ରାଜସ୍ୱ ସଂଗ୍ରହ ପରିମାଣ ଦ୍ୱିତୀୟ ସର୍ବାଧିକ

– ନଭେମ୍ବର ମାସରେ ସଂଗୃହିତ ଜିଏସଟି ପରିମାଣ ଗତବର୍ଷର ସମାନ ମାସ ତୁଳନାରେ ୨୫ ପ୍ରତିଶତ ଅଧିକ ଏବଂ ୨୦୧୯-୨୦ ତୁଳନାରେ ୨୭ ପ୍ରତିଶତ ଅଧିକ

– ଓଡ଼ିଶାରେ ୬୪ ପ୍ରତିଶତ ଅଧିକ ଜିଏସଟି ସଂଗ୍ରହ

ନୂଆ ଦିଲ୍ଲୀ ୧-୧୨ (ଓଡ଼ିଆ ପୁଅ) ନଭେମ୍ବର ୨୦୨୧ରେ ମୋଟ୍ ୧, ୩୧, ୫୨୬ କୋଟି ଟଙ୍କାର ଜିଏସଟି ରାଜସ୍ୱ ସଂଗ୍ରହ କରାଯାଇଛି। ଏଥିମଧ୍ୟରୁ ସିଜିଏସଟି ପରିମାଣ ୨୩, ୯୭୮ କୋଟି ଟଙ୍କା, ଏସଜିଏସଟି ପରିମାଣ ୩୧, ୧୨୭ କୋଟି ଟଙ୍କା, ଆଇଜିଏସଟି ପରିମାଣ ୬୬, ୮୧୫ କୋଟି ଟଙ୍କା (ବସ୍ତୁ ରପ୍ତାନି ଉପରେ ସଂଗୃହିତ ୩୨, ୧୬୫ କୋଟି ଟଙ୍କା ସମେତ) ଏବଂ ସେସ ପରିମାଣ ୯, ୬୦୬ କୋଟି ଟଙ୍କା (ବସ୍ତୁ ରପ୍ତାନି ଉପରେ ୬୫୩ କୋଟି ଟଙ୍କା ସମେତ) ରହିଛି।

ଅନ୍ୟପକ୍ଷରେ ୨୦୨୧ ନଭେମ୍ବର ମାସରେ ଓଡ଼ିଶାରେ ଜିଏସଟି ରାଜସ୍ୱ ସଂଗ୍ରହ ୬୪ ପ୍ରତିଶତ ବୃଦ୍ଧି ପାଇଛି। ଗତବର୍ଷ ଅର୍ଥାତ୍ ୨୦୨୦ ନଭେମ୍ବର ମାସରେ ଓଡ଼ିଶାରେ ୨, ୫୨୮ କୋଟି ଟଙ୍କାର ଜିଏସଟି ରାଜସ୍ୱ ଆଦାୟ କରାଯାଇଥିବା ବେଳେ ୨୦୨୧ ନଭେମ୍ବର ମାସରେ ୪, ୧୩୬ କୋଟି ଟଙ୍କାର ଜିଏସଟି ରାଜସ୍ୱ ସଂଗୃହିତ ହୋଇଛି।

ନିୟମିତ ପରିଶୋଧ ଆକାରରେ ସରକାର ଆଇଜିଏସଟିରୁ ୨୭, ୨୭୩ କୋଟି ଟଙ୍କା ସିଜିଏସଟିକୁ ଏବଂ ୨୨, ୬୫୫ କୋଟି ଟଙ୍କା ଏସଜିଏସଟିକୁ ପରିଶୋଧ କରିଛନ୍ତି। ନଭେମ୍ବର ୨୦୨୧ ମାସରେ ନିୟମିତ ପରିଶୋଧ ପରେ ମୋଟ ରାଜସ୍ୱ ପରିମାଣ ସିଜିଏସଟି ବାବଦରେ ୫୧, ୨୫୧ କୋଟି ଟଙ୍କା ଏବଂ ଏସଜିଏସଟି ପାଇଁ ୫୩, ୭୮୨ କୋଟି ଟଙ୍କା ରହିଛି। ଜିଏସଟି କ୍ଷତିପୂରଣ ଆକାରରେ କେନ୍ଦ୍ର ସରକାର ୦୩.୧୧.୨୦୨୧ରେ ରାଜ୍ୟ/କେନ୍ଦ୍ର ଶାସିତ ପ୍ରଦେଶମାନଙ୍କୁ ୧୭, ୦୦୦ କୋଟି ଟଙ୍କା ଜାରି କରିଛନ୍ତି।

ଲଗାତାର ଦୁଇ ମାସ ଧରି ଜିଏସଟି ସଂଗ୍ରହ ପରିମାଣ ୧.୩୦ ଲକ୍ଷ କୋଟି ଟଙ୍କା ଅତିକ୍ରମ କରିଛି। ନଭେମ୍ବର ମାସରେ ସଂଗୃହିତ ଜିଏସଟି ପରିମାଣ ଗତବର୍ଷର ସମାନ ମାସ ତୁଳନାରେ ୨୫ ପ୍ରତିଶତ ଅଧିକ ଏବଂ ୨୦୧୯-୨୦ ତୁଳନାରେ ୨୭ ପ୍ରତିଶତ ଅଧିକ। ଏହି ମାସରେ ବସ୍ତୁ ରପ୍ତାନିରୁ ସଂଗୃହିତ ରାଜସ୍ୱ ଏବଂ ଘରୋଇ କାରବାରରୁ ସଂଗୃହିତ ରାଜସ୍ୱ (ସେବା ରପ୍ତାନି ସମେତ) ପରିମାଣ ଗତବର୍ଷର ସମାନ ମାସରେ ଏହି ଦୁଇଟି ଉତ୍ସରୁ ସଂଗୃହିତ ରାଜସ୍ୱ ତୁଳନାରେ ଯଥାକ୍ରମେ ୪୩ ପ୍ରତିଶତ ଏବଂ ୨୦ ପ୍ରତିଶତ ଅଧିକ ରହିଛି।

ଜିଏସଟି କାର୍ଯ୍ୟକାରୀ ହେବା ପରଠାରୁ ୨୦୨୧ ନଭେମ୍ବର ମାସରେ ସଂଗୃହିତ ଜିଏସଟି ରାଜସ୍ୱ ପରିମାଣ ଦ୍ୱିତୀୟ ସର୍ବାଧିକ। ଏପ୍ରିଲ ୨୦୨୧ରେ ସର୍ବାଧିକ ରାଜସ୍ୱ ସଂଗ୍ରହ କରାଯାଇଥିଲା ଯାହାକି ବର୍ଷର ଶେଷର ରାଜସ୍ୱ ଆୟ ସହିତ ଜଡିତ ଏବଂ ଗତ ମାସର ସଂଗ୍ରହଠାରୁ ଅଧିକ। ଏହା ଉପରେ ତ୍ରୈମାସିକ ଆଧାରରେ ଦାଖଲ କରାଯାଉଥିବା ରିଟର୍ଣ୍ଣର ପ୍ରଭାବ ମଧ୍ୟ ରହିଛି। ୨୦୨୧ ନଭେମ୍ବର ମାସରେ ରାଜସ୍ୱ ସଂଗ୍ରହ ଉଲ୍ଲେଖନୀୟ ରହିବା ଆର୍ଥିକ ପ୍ରଗତିର ଧାରାକୁ ଦର୍ଶାଉଛି।

ଜିଏସଟି ଅନୁପାଳନରେ ସୁଧାର ଆଣିବା ଲାଗି ନିକଟ ଅତୀତରେ ସରକାରଙ୍କ ପକ୍ଷରୁ ବିଭିନ୍ନ ପ୍ରକାରର ନୀତିଗତ ଏବଂ ପ୍ରଶାସନିକ ପଦକ୍ଷେପ ଗ୍ରହଣ କରାଯାଇଛି। ଯାହାର ଫଳସ୍ୱରୂପ ଜିଏସଟି ରାଜସ୍ୱ ସଂଗ୍ରହ ସର୍ବୋଚ୍ଚ ସ୍ତରରେ ପହଞ୍ଚି ପାରିଛି। କେନ୍ଦ୍ରୀୟ ଟିକସ ପ୍ରବର୍ତ୍ତନ ଏଜେନ୍ସି, ରାଜ୍ୟ ଏଜେନ୍ସିମାନଙ୍କ ସହିତ ମିଶି ବହୁସଂଖ୍ୟକ ଟିକସ ଫାଙ୍କି ମାମଲାକୁ ଧରିପାରିଛନ୍ତି, ଏଥିରେ ମୁଖ୍ୟତଃ ନକଲି ଇନଭଏସ ସଂକ୍ରାନ୍ତ ମାମଲା ରହିଛି। ଜିଏସଟିଏନ ଦ୍ୱାରା ବିକଶିତ ବିଭିନ୍ନ ଆଇଟି ଟୁଲ୍ ସହାୟତାରେ ରିଟର୍ଣ୍ଣ, ଇନଭଏସ ଏବଂ ଇ- ୱେ ବିଲ ତଥ୍ୟ ଉପଯୋଗ କରାଯାଇ ସନ୍ଦିଗ୍ଧ ଟିକସଦାତାଙ୍କୁ ଠାବ କରାଯିବା ସମ୍ଭବ ହୋଇପାରିଛି।

ଗତ ଏକ ବର୍ଷ ମଧ୍ୟରେ ସଂଖ୍ୟାଧିକ ପଦକ୍ଷେପ ଗ୍ରହଣ କରାଯାଇଛି। ବ୍ୟବସ୍ଥାଗତ କ୍ଷମତା ବୃଦ୍ଧି, ରିଟର୍ଣ୍ଣ ଦାଖଲର ଶେଷ ତାରିଖ ପରେ ରିଟର୍ଣ୍ଣ ଦାଖଲ କରୁନଥିବା ଟିକସଦାତାଙ୍କ ଉପରେ ଚାପ ପ୍ରୟୋଗ, ରିଟର୍ଣ୍ଣଗୁଡ଼ିକର ଅଟୋ-ପପୁଲେସନ, ଇ- ୱେ ବିଲକୁ ବ୍ଲକ୍ କରିବା ଏବଂ ଅଣ-ଫାଇଲରମାନଙ୍କ ପାଇଁ ଇନପୁଟ ଟିକସ କ୍ରେଡିଟ୍ ପାସ କରିବା ଆଦି ପଦକ୍ଷେପ ନିଆଯାଇଛି। ଯାହାଫଳରେ ଗତ କିଛି ମାସ ମଧ୍ୟରେ ରିଟର୍ଣ୍ଣ ଦାଖଲରେ ସ୍ଥିର ସୁଧାର ଆସିପାରିଛି।

ନିମ୍ନରେ ଦିଆଯାଇଥିବା ଚାର୍ଟରେ ଚଳିତ ବର୍ଷ ମାସିକ ମୋଟ୍ ଜିଏସଟି ସଂଗ୍ରହର ବିବରଣୀ ଦିଆଯାଇଛି। ତଳେ ଦିଆଯାଇଥିବା ସାରଣୀରେ ନଭେମ୍ବର ୨୦୨୦ ତୁଳନାରେ ନଭେମ୍ବର ୨୦୨୧ରେ ସଂଗୃହିତ ଜିଏସଟିର ରାଜ୍ୟୱାରୀ ତଥ୍ୟ ପ୍ରଦାନ କରାଯାଇଛି।

ନଭେମ୍ବର ୨୦୨୧ରେ ରାଜ୍ୟୱାରୀ ଜିଏସଟି ରାଜସ୍ୱ ସଂଗ୍ରହରେ ଅଭିବୃଦ୍ଧି

ରାଜ୍ୟ ନଭେମ୍ବର-୨୦ (କୋଟି ଟଙ୍କାରେ) ନଭେମ୍ବର-୨୧ (କୋଟି ଟଙ୍କାରେ) ଅଭିବୃଦ୍ଧି ପ୍ରତିଶତ
ଜମ୍ମୁ କଶ୍ମୀର ୩୬୦ ୩୮୩ ୬%
ହିମାଚଳ ପ୍ରଦେଶ ୭୫୮ ୭୬୨ ୦%
ପଞ୍ଜାବ ୧, ୩୯୬ ୧, ୮୪୫ ୩୨%
ଚଣ୍ଡିଗଡ଼ ୧୪୧ ୧୮୦ ୨୭%
ଉତ୍ତରାଖଣ୍ଡ ୧, ୨୮୬ ୧, ୨୬୩ -୨%
ହରିୟାଣା ୫, ୯୨୮ ୬, ୦୧୬ ୧%
ଦିଲ୍ଲୀ ୩, ୪୧୩ ୪, ୩୮୭ ୨୯%
ରାଜସ୍ଥାନ ୩, ୧୩୦ ୩, ୬୯୮ ୧୮%
ଉତ୍ତର ପ୍ରଦେଶ ୫, ୫୨୮ ୬, ୬୩୬ ୨୦%
ବିହାର ୯୭୦ ୧, ୦୩୦ ୬%
ସିକ୍କିମ ୨୨୩ ୨୦୭ -୭%
ଅରୁଣାଚଳ ପ୍ରଦେଶ ୬୦ ୪୦ -୩୩%
ନାଗାଲାଣ୍ଡ ୩୦ ୩୦ ୨%
ମଣିପୁର ୩୨ ୩୫ ୧୧%
ମିଜୋରାମ ୧୭ ୨୩ ୩୭%
ତ୍ରିପୁରା ୫୮ ୫୮ -୧%
ମେଘାଳୟ ୧୨୦ ୧୫୨ ୨୭%
ଆସାମ ୯୪୬ ୯୯୨ ୫%
ପଶ୍ଚିମବଙ୍ଗ ୩, ୭୪୭ ୪, ୦୮୩ ୯%
ଝାଡ଼ଖଣ୍ଡ ୧, ୯୦୭ ୨, ୩୩୭ ୨୩%
ଓଡ଼ିଶା ୨, ୫୨୮ ୪, ୧୩୬ ୬୪%
ଛତିଶଗଡ଼ ୨, ୧୮୧ ୨, ୪୫୪ ୧୩%
ମଧ୍ୟପ୍ରଦେଶ ୨, ୪୯୩ ୨, ୮୦୮ ୧୩%
ଗୁଜରାଟ ୭, ୫୬୬ ୯, ୫୬୯ ୨୬%
ଡାମନ ଓ ଡିଉ -୯୪%
ଦାଦ୍ରା ଓ ନଗର ହାଭେଳୀ ୨୯୬ ୨୭୦ -୯%
ମହାରାଷ୍ଟ୍ର ୧୫, ୦୦୧ ୧୮, ୬୫୬ ୨୪%
କର୍ଣ୍ଣାଟକ ୬, ୯୧୫ ୯, ୦୪୮ ୩୧%
ଗୋଆ ୩୦୦ ୫୧୮ ୭୩%
ଲାକ୍ଷାଦ୍ୱୀପ ୩୬୯%
କେରଳ ୧, ୫୬୮ ୨, ୧୨୯ ୩୬%
ତାମିଲନାଡ଼ୁ ୭, ୦୮୪ ୭, ୭୯୫ ୧୦%
ପୁଡୁଚେରୀ ୧୫୮ ୧୭୨ ୯%
ଆଣ୍ଡାମାନ ଓ ନିକୋବର ଦ୍ୱୀପସମୂହ ୨୩ ୨୪ ୫%
ତେଲଙ୍ଗାନା ୩, ୧୭୫ ୩, ୯୩୧ ୨୪%
ଆନ୍ଧ୍ରପ୍ରଦେଶ ୨, ୫୦୭ ୨, ୭୫୦ ୧୦%
ଲଦାଖ ୧୩ ୪୬%
ଅନ୍ୟାନ୍ୟ ଅଞ୍ଚଳ ୭୯ ୯୫ ୨୦%
କେନ୍ଦ୍ର କ୍ଷେତ୍ରାଧିକାର ୧୩୮ ୧୮୦ ୩୦%
ସର୍ବମୋଟ ୮୨, ୦୭୫ ୯୮, ୭୦୮ ୨୦%

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.