Home ଓଡ଼ିଶା ପ୍ରଧାନମନ୍ତ୍ରୀଙ୍କ ୯୧ତମ ‘ମନ୍ କି ବାତ୍‌’ କାର୍ଯ୍ୟକ୍ରମ : ‘ମନ୍ କି ବାତ୍‌’ କାର୍ଯ୍ୟକ୍ରମ ବାସ୍ତବରେ...

ପ୍ରଧାନମନ୍ତ୍ରୀଙ୍କ ୯୧ତମ ‘ମନ୍ କି ବାତ୍‌’ କାର୍ଯ୍ୟକ୍ରମ : ‘ମନ୍ କି ବାତ୍‌’ କାର୍ଯ୍ୟକ୍ରମ ବାସ୍ତବରେ ପ୍ରେରଣାଦାୟୀ : ସମୀର ମହାନ୍ତି

64

ଭୁବନେଶ୍ୱର, ୩୧/୦୭ (ଓଡ଼ିଆ ପୁଅ) : ‘ମନ କି ବାତ୍‌’ କାର୍ଯ୍ୟକ୍ରମରେ ୯୧ତମ ସଂସ୍କରଣରେ ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଆଜି ଦେଶବାସିଙ୍କୁ ସମ୍ବୋଧନ କରିଛନ୍ତି। ଏହି କାର୍ଯ୍ୟକ୍ରମ ଦ୍ୱାରା ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ସାଧାରଣ ଲୋକଙ୍କ ଜୀବନି, କଥା, କାର୍ଯ୍ୟ ଆଦିକୁ ପ୍ରକାଶ କରିଥାନ୍ତି, ଯାହାକି ବାସ୍ତବରେ ଆମ ସମସ୍ତଙ୍କୁ ପ୍ରେରଣା ଦେଇଥାଏ ବୋଲି ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି କହିଛନ୍ତି।

ରାଜ୍ୟ ସଭାପତି ଶ୍ରୀ ମହାନ୍ତି ଆଜି ଭୁବନେଶ୍ୱରର ଭିଏସଏସ ନଗରଠାରେ ସ୍ଥାନୀୟ ବାସିନ୍ଦା ଏବଂ କାର୍ଯ୍ୟକର୍ତାଙ୍କ ଗହଣରେ ‘ମନ କି ବାତ୍‌’ କାର୍ଯ୍ୟକ୍ରମକୁ ଶୁଣିଛନ୍ତି। ବସୁଦୈବ କୁଟୁମ୍ବକମ୍ ବିଚାରଧାରାକୁ ଆଧାର କରି ଭାରତୀୟ ଜନତା ପାର୍ଟି କାର୍ଯ୍ୟ କରୁଛି। ଦେଶ ସ୍ୱାଧୀନତା ପାଇଁ ପ୍ରାଣବଳି ଦେଇଥିବା ମହାନ୍ ସଂଗ୍ରାମୀ ଏବଂ ତାଙ୍କ ଜୀବନଶୈଳୀ ଓ ବିଚାରଧାରାକୁ ଆଜିର ଯୁବ ପୀଢିଙ୍କୁ ଅବଗତ କରାଇବା ନିହାତି ଆବଶ୍ୟକ। ସ୍ୱାଧୀନତାର ଅମୃତ ମହୋତ୍ସବ ପାଳନ ଅବସରରେ ଏହି କାର୍ଯ୍ୟକୁ ଆହୁରି ଅଧିକ ତ୍ୱରାନ୍ୱିତ କରାଯିବାକୁ ଶ୍ରୀ ମହାନ୍ତି ସମସ୍ତଙ୍କୁ ଆହ୍ୱାନ ଦେଇଛନ୍ତି।

ଆସନ୍ତା ଅଗଷ୍ଟ ୧୩ ରୁ ୧୫ ପର୍ଯ୍ୟନ୍ତ ତିନି ଦିନ ଧରି ‘ହର ଘର ତ୍ରିରଙ୍ଗା’ ବା ‘ଘରେ ଘରେ ତ୍ରିରଙ୍ଗା’ ଉତୋଳନ କରିବା ପାଇଁ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦିଙ୍କ ଆହ୍ୱାନକୁ ସଫଳ କରିବା ସହ ବିଭିନ୍ନ ସାମାଜିକ ଗଣମାଧ୍ୟମରେ ନିଜ “ଡିପି” / ‘ଡିସପ୍ଲେ ପିକ୍‌ଚର୍‌’ରେ ଜାତୀୟ ପତାକାକୁ ରଖିବା ପାଇଁ ଶ୍ରୀ ମହାନ୍ତି ଅନୁରୋଧ କରିଛନ୍ତି।

ଆଜି ବିଜେପିର ସମସ୍ତ କାର୍ଯ୍ୟକର୍ତା ଓ ନେତୃବୃନ୍ଦମାନେ ନିଜ ନିଜ ଅଂଚଳରେ ‘ମନ କି ବାତ୍‌’ କାର୍ଯ୍ୟକ୍ରମକୁ ଶୁଣିଥିଲେ। କେନ୍ଦ୍ରମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଢେଙ୍କାନାଳରେ, କେନ୍ଦ୍ରମନ୍ତ୍ରୀ ଶ୍ରୀ ଅର୍ଜୁନ ମୁଣ୍ଡା କେନ୍ଦୁଝରରେ, କେନ୍ଦ୍ରମନ୍ତ୍ରୀ ସ୍ୱାଧୀ ନିରଂଜନା ଜ୍ୟୈାତି ଖୋର୍ଦ୍ଦା ଜିଲ୍ଲା ବାଣପୁରଠାରେ ମନ୍ କି ବାତ୍ କାର୍ଯ୍ୟକ୍ରମ ଦଳୀୟ ନେତୃବୃନ୍ଦ ଏବଂ କାର୍ଯ୍ୟକର୍ତାଙ୍କ ଗହଣରେ ଶୁଣିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.