Home ଓଡ଼ିଶା ପ୍ରଧାନମନ୍ତ୍ରୀଙ୍କ ପ୍ରଧାନ ସଚିବ ଡଃ ପିକେ ମିଶ୍ରଙ୍କର ଅଧ୍ୟକ୍ଷତାରେ କରୋନା ଭାଇରସ୍ ସମ୍ବନ୍ଧିତ ସ୍ଥିତିର ସମୀକ୍ଷା

ପ୍ରଧାନମନ୍ତ୍ରୀଙ୍କ ପ୍ରଧାନ ସଚିବ ଡଃ ପିକେ ମିଶ୍ରଙ୍କର ଅଧ୍ୟକ୍ଷତାରେ କରୋନା ଭାଇରସ୍ ସମ୍ବନ୍ଧିତ ସ୍ଥିତିର ସମୀକ୍ଷା

196

ନୂଆ ଦିଲ୍ଲୀ ୩-୨ (ଓଡ଼ିଆ ପୁଅ) ପ୍ରଧାନମନ୍ତ୍ରୀଙ୍କ ପ୍ରଧାନ ସଚିବ ଡ. ପିକେ ମିଶ୍ରଙ୍କର ଅଧ୍ୟକ୍ଷତାରେ କରୋନା ଭାଇରସ୍ ସମ୍ବନ୍ଧିତ ସ୍ଥିତିର ସମୀକ୍ଷା ହୋଇଛି। ଏହି ବୈଠକରେ ପ୍ରାୟତଃ ୬୦୦ ଭାରତୀୟ ନାଗରିକଙ୍କର ଫେରିବା ପରେ ବ୍ୟବସ୍ଥାର ସମୀକ୍ଷା କରାଯାଇଥିଲା। ଏନଏସଏ ଅଜୀତ ଡୋଭାଲ, କ୍ୟାବିନେଟ ସଚିବ ରାଜୀବ ଗୌୱା, ସିଡିଏସ ଜେନେରାଲ ବିପିନ ରାୱତ ଏବଂ ଅନ୍ୟ ବରିଷ୍ଠ ଅଧିକାରୀମାନେ ବୈଠକରେ ଭାଗ ନେଇଥିଲେ।

ସୂଚନାଯୋଗ୍ୟଯେ, ୱୁହାନ (ଚୀନ) ରୁ ସର୍ବମୋଟ ୪୦୬ ଭାରତୀୟ ନାଗରୀକଙ୍କୁ ଭାରତ-ତିବ୍ବତ ସୀମା ପୁଲିସ (ITBP) ର ଛାୱଲାରେ ବିଶେଷଜ୍ଞ ଡକ୍ଟରମାନଙ୍କର ଏକ ଟିମ ଦ୍ୱାରା ନୀରିକ୍ଷଣରେ ରଖାଯାଇଛି। ସମସ୍ତ ପରୀକ୍ଷଣ ଏପର୍ଯ୍ୟନ୍ତ ନେଗେଟିଭ ଅଛି। କୌଣସି ପରିସ୍ଥିତି ଉତ୍ପନ୍ନ ହେବାପରେ ୪ଟି ଆଇସୋଲେସନ ବେଡ ମଧ୍ୟ ପ୍ରସ୍ତୁତ ରଖାଯାଇଛି ବୋଲି ଜଣାପଡ଼ିଛି।

କଟକ ଏସସିବି ମେଡ଼ିକାଲ କଲେଜର ନିର୍ଦ୍ଦେଶକ କହିଛନ୍ତିଯେ, କରୋନା ଭାୟରସର ୮ ଟି ସଂଦିଗ୍ଧ ମାମଲାରୁ, ଆମେ ୩ଟି କେସ୍ ଉପରେ ନଜର ରଖିଛୁ। ସେମାନଙ୍କ ମଧ୍ୟରୁ ଜଣେ ହୁବେଇ କନେକ୍ସନ ଥିବା ଜଣାପଡ଼ିଛି। ଆମେ ରୋଗୀକୁ ଅଲଗା କରିଛୁ ଏବଂ ରୋଗୀର ସ୍ୱାସ୍ଥ୍ୟ ଠିକ ଅଛି।

କେନ୍ଦ୍ରୀୟ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଟ୍ରାଭେଲ ଆଡଭାଇଜରୀକୁ ସଂଶୋଧିତ କରି ଜନତା ସୂଚିତ କରିଛି କି ଚୀନ ଯାତ୍ରାକୁ କିଛି ସମୟ ପାଇଁ ଘୁଞ୍ଚାଇ ଦିଅନ୍ତୁ।

ଚୀନ ପାସପୋର୍ଟ ଧାରକମାନଙ୍କ ପାଇଁ ଇ-ଭିସା ସୁବିଧା ଅସ୍ଥାୟୀ ଭାବରେ ନିଳମ୍ବିତ କରାଯାଇଛି, ଚୀନ ନାଗରିକମାନଙ୍କପାଇଁ ପୂର୍ବରୁ ଜାରୀ ଇ-ଭିସା ମଧ୍ୟ ଅସ୍ଥାୟୀ ଭାବରେ ମାନ୍ୟ ନୁହେଁ ଏବଂ ଚୀନରୁ ଭିସା ପାଇଁ ଅନଲାଇନ ଆବେଦନ ଜମା କରିବା ସୁବିଧା କିଛିଦିନ ପାଇଁ ଅସ୍ଥାୟୀ ଭାରେ ନିଳମ୍ବିତ କରାଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.