Home ଓଡ଼ିଶା ଦୁଇ ଚୋର ଗିରଫ: ସୁନା, ମୋବଇଲ ଟିଭି ସହ ଲକ୍ଷାଧିକ ଟଙ୍କାର ଜିନିଷ ଜବତ

ଦୁଇ ଚୋର ଗିରଫ: ସୁନା, ମୋବଇଲ ଟିଭି ସହ ଲକ୍ଷାଧିକ ଟଙ୍କାର ଜିନିଷ ଜବତ

162

ବାଲିଗୁଡା, ୩/୨ (ଓଡ଼ିଆ ପୁଅ/ସଞ୍ଜୟ କୁମାର ପାଣିଗ୍ରାହୀ) କନ୍ଧମାଳ ଜିଲ୍ଲା ବାଲିଗୁଡା ଟାଉନର ନୂଆସାହିରେ ରବିବାର ରାତ୍ରରେ ଛେଳି ଚୋରି କରୁଥିବା ବେଳେ ଦୁଇଜଣ ଚୋର ଙ୍କୁ ସାହିର କିଛି ଲୋକମାନେ ଧରି ବାଲିଗୁଡା ଥାନାରେ ଜିମା ଦେଇଥିଲେ l ସୋମବାର ସକାଳେ ସାହି ଲୋକଙ୍କ ଏତଲାକୁ ଭିର୍ତ୍ତି କରି ଏକ ମକଦ୍ଦମା ରୁଜୁ କରି ପୋଲିସ ନୂଆସାହିର ସରୋଜ ପାତ୍ର ଓ ଦଣ୍ଡପଦରର କାଳିଆ ନାୟକଙ୍କୁ ଗିରଫ କରି ଗୋଟିଏ ଛେଳି ମଧ୍ୟ ଜବତ କରି ମାଲିକଙ୍କୁ ଜିମା ଦିଆଯାଇଛି।

ଉକ୍ତ ଦୁଇ କୁଖ୍ୟାତ ଚୋରଙ୍କୁ ପଚରାଉଚରା କରିବାରୁ ସରୋଜ ପାତ୍ର ଆଗରୁ କରିଥିବା ଦୁଇଟି ଚୋରି ବିଷୟ ମଧ୍ୟ ମାନିଥିଲା। ପରେପରେ ପୋଲିସ ତରଫରୁ ଖୋଳତାଡ କରି ଚୋରୀ କରିଥିବା ଗୋଟିଏ ବଡ LED TV, ଗୋଟିଏ ମୋବାଇଲ ଓ କିଛି ସୁନା ଜବତ କରାଯାଇଛି। ଜବତ ଜିନିଷ ମାନଙ୍କର ଆନୁମାନିକ ମୂଲ୍ୟ ଏକ ଲକ୍ଷ ଟଙ୍କା ହେବ ବୋଲି ପୋଲିସ ପ୍ରକାଶ କରିଛି। ଏ ନେଇ ବାଲିଗୁଡା ଥାନା କେଶ ନଂ.୨୫/୨୦ ପ୍ରକାରେ ଏକ କେଶ ରୁଜୁ କରି ଉଭୟ ଆସାମୀ ଙ୍କୁ ସୋମବାର ଦିନ କୋର୍ଟ ଚାଲାଣ କରାଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.