Home କୋରାପୁଟ ଆନ୍ଦୋଳନରେ ଏସ୍ଏସ୍ଏ କର୍ମଚାରୀ, ଅଫିସରେ ଝୁଲୁଛି ତାଲା

ଆନ୍ଦୋଳନରେ ଏସ୍ଏସ୍ଏ କର୍ମଚାରୀ, ଅଫିସରେ ଝୁଲୁଛି ତାଲା

206

କୋରାପୁଟ ;ତା୧୧-୦୨-୧୯(ଓଡିଆ ପୁଅ/ରଂଜନ କୁମାର ଦାସ) ସ୍ଥାୟୀ ନିଯୁକ୍ତି ଓ ଅନ୍ୟାନ୍ୟ ଦାବି ପୂରଣ ପାଇଁ ସର୍ବ ଶିକ୍ଷା ଅଭିଯାନ ପ୍ରକଳ୍ପର ସମସ୍ତ କର୍ମଚାରୀ ଭୂନେଶ୍ୱରରେ ଆନ୍ଦୋଳନ କରୁଥିବାବେଳେ କୋରାପୁଟ ଅଫିସରେ ତାଲା ଝୁଲିଥିବା ଦେଖିବାକୁ ମିଳିଛି। ଗତ ୨୨ବର୍ଷ ହେଲାଣି ଓପେପା ଅଧୀନରେ କର୍ମଚାରୀ ଠିକା ନିଯୁକ୍ତି ଭିତିରେ ନିଷ୍ଠାର ସହ ଦାୟିତ୍ୱ ତୂଲାଇ ଆସୁଛନ୍ତି, ନିୟମିତ କରିବାକୁ ସରକାରଙ୍କ ଠାରେ ବିଭିନ୍ନ ସମୟରେ ସଂଘ ଦାବି କରି ଆସୁଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିବାରୁ ରାଜ୍ୟ ସଂଘର ଆହ୍ୱାନରେ ଗତ ୪ତାରିଖରୁ କୋରାପୁଟ ଜିଲାର ସମସ୍ତ କର୍ମଚାରୀ ଭୁବନେଶ୍ୱରରେ ଆନ୍ଦୋଳନରେ ବସିଛନ୍ତି। ଫେବୃଆରୀ ପହିଲାରୁ କର୍ମଚାରୀ କଳାବ୍ୟାଜ୍ ପିନ୍ଧି କାମ କରୁଥିଲେ କିନ୍ତୁ କୌଣସି ସୁଫଳ ନମିଳିବାରୁ ୪ତାରିଖରୁ ସମୂହ ଛୁଟିରେ ଯାଇ ଆନ୍ଦୋଳନରେ ସାମିଲ୍ ହୋଇଛନ୍ତି। ଏକ ସପ୍ତାହ ଧରି ଜିଲା ପ୍ରକଳ୍ପ ସଂଯୋଜକ ଅଫିସରେ କେହି ନଥିବାରୁ କିଛି କାମ ହୋଇ ପାରୁନାହିଁ। ଦୂର ଦୂରାନ୍ତରୁ ଶିକ୍ଷକ ଶିକ୍ଷୟତ୍ରୀ, ସ୍କୁଲ ପରିଚାଳନା କମିଟି ସଦସ୍ୟ ଅଭିଭାବକମାନେ ବିଭିନ୍ନ କାମରେ ଆସି ଫେରି ଯାଉଥିବା ଦେଖିବାକୁ ମିଳିଛି। ସୋମବାର ଡିପିସି ଅଫିସର ଦୁଇ ଅଧିକାରୀ ବିଭିନ୍ନ କାମରେ ବାହାରକୁ ଯାଇଥିବାରୁ ଅଫିସରେ ତାଲା ପଡି ରହିଥିଲା। ଶିକ୍ଷା ବିଭାଗର ଏପରି ସ୍ଥିତିକୁ ନେଇ ସାଧାରଣରେ ଉଦବେଗ ପ୍ରକାଶ ପାଇଛି। ରାଜ୍ୟ ସରକାର ସର୍ବ ଶିକ୍ଷା ଅଭିଯାନ ପ୍ରକଳ୍ପ କର୍ମଚାରୀ ମାନଙ୍କ ଦାବି ଗୁଡିକ ଉପରେ ବିଚାର କରି ପରିସ୍ଥିତି ସ୍ୱାଭାବିକ କରିବାକୁ ବୁଦ୍ଧିଜୀବି ମହଲରେ ଦାବି ହେଉଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.