Home ଓଡ଼ିଶା ପ୍ରଦେଶ ମହିଳା କଂଗ୍ରେସ କର୍ମକର୍ତାମାନଙ୍କୁ ଜିଲ୍ଲା ଦାୟୀତ୍ୱ ବଂଟନ

ପ୍ରଦେଶ ମହିଳା କଂଗ୍ରେସ କର୍ମକର୍ତାମାନଙ୍କୁ ଜିଲ୍ଲା ଦାୟୀତ୍ୱ ବଂଟନ

45

ଭୁବନେଶ୍ୱର ୨୨.୧୨ (ଓଡ଼ିଆ ପୁଅ) – ଜିଲ୍ଲା, ବ୍ଲକ ଓ ପଂଚାୟତ ସ୍ତରରେ କଂଗ୍ରେସ ସଂଗଠନକୁ ସୁଦୃଢ଼ ଓ କ୍ରିୟାଶୀଳ କରିବାପାଇଁ ଓଡ଼ିଶା ପ୍ରଦେଶ ମହିଳା କଂଗ୍ରେସ କମିଟି ସଭାପତି ଶ୍ରୀମତୀ ବନ୍ଦିତା ପରିଡ଼ା ପ୍ରଦେଶ ମହିଳା କଂଗ୍ରେସ କମିଟିର ଉପ-ସଭାପତି, ସାଧାରଣ ସଂପାଦିକା ଓ ସଂପାଦିକା ମାନଙ୍କ ମଧ୍ୟରେ ଜିଲ୍ଲା ଦାୟୀତ୍ୱ ବଂଟନ କରିଛନ୍ତି।

ଏହି କ୍ରମରେ ନୂଆପଡ଼ା ଓ ରାୟଗଡ଼ା ଜିଲ୍ଲା ନିମନ୍ତେ ଉପସଭାପତି ମୋତି କୈବର୍ତ ଓ ସାଧାରଣ ସଂପାଦିକା ମାଣିକ ସୁନାଙ୍କୁ ଦାୟୀତ୍ୱ ଦିଆଯାଇଥିବା ବେଳେ ମାଲକାନାଗରି ଓ କୋରାପୁଟ ଜିଲ୍ଲା ନିମନ୍ତେ ଉପସଭାପତି ଆଇଶା ବାନୁ, ସଂପାଦିକା ଗିତାରାଣୀ ସାମନ୍ତ, ପୁରୀ ଓ ଖୋର୍ଦ୍ଧା ଜିଲ୍ଳା ପାଇଁ ଉପସଭାପତି କୁସୁମ ପ୍ରଧାନ ଓ ସଂପାଦିକା ବୈଶାଳି ବେହେରା, ଗଜପତି ଓ ନୟାଗଡ଼ ପାଇଁ ଉପସଭାପତି ସ୍ୱରୁପା ତ୍ରିପାଠୀ ଓ ସଂପାଦିକା ଅନିତା ମଲ୍ଲିକ, କେନ୍ଦ୍ରାପଡ଼ା ଓ ଭଦ୍ରକ ପାଇଁ ଉପସଭାପତି କନକଲତା ମଲ୍ଲିକ ଓ ସଂପାଦିକା ଉର୍ବଶୀମିଶ୍ର, ଯାଜପୁର ଓ ଜଗତସିଂପୁର ଜିଲ୍ଲା ପାଇଁ ଉପସଭାପତି ଚୌଧୁରୀ ସ୍ନେହଲତା ରାୟ ଓ ସଂପାଦିକା କିରଣବାଳା ମହାନ୍ତି, ଢ଼େଙ୍କାନାଳ ଓ ବରଗଡ଼ ପାଇଁ ଉପସଭାପତି ଚାରୁଲତା ସାହୁ ଓ ସଂପାଦିକା ଆଶା ମିନ୍‌ଜ, କେନ୍ଦୁଝର ଓ ବାଲେଶ୍ୱର ପାଇଁ ଉପସଭାପତି ନିରୁପମା ଦାସ ଓ ସଂପାଦିକା ମୋନାଲିସା ଦାସ, ସମ୍ବଲପୁର ଓ ରାଉରକେଲା ପାଇଁ ଉପସଭାପତି ସବିତା ଧିର ଓ ସଂପାଦିକା ସ୍ୱର୍ଣ୍ଣଲତା ବାଆଁରା, ସୁନ୍ଦରଗଡ଼ ଓ ଦେଓଗଡ଼ ପାଇଁ ଉପସଭାପତି ରୁପାଦିପ୍ତା ମହାପାତ୍ର ଓ ସଂପାଦିକା କଲ୍ୟାଣି ପୂର୍ତି, ବଲାଙ୍ଗିର ଜିଲ୍ଲା ପାଇଁ ସାଧାରଣ ସଂପାଦିକା ଶ୍ରୀୟା ସମ୍ବେଦନା ଓ ଦୌପ୍ରଦୀ ମାଝୀ, ଝାରସୁଗୁଡ଼ା ଜିଲ୍ଲା ପାଇଁ ସାଧାରଣ ସଂପାଦିକା ସବିତା ଆପଟ ଓ ସଂପାଦିକା ଫିଲଚିତା ଚେରୁୱା, ମୟୁରଭଞ୍ଜ ଜିଲ୍ଲା ପାଇଁ ସାଧାରଣ ସଂପାଦିକା ରିନା ସ୍ୱାଇଁ ଓ ସଂପାଦିକା ସୁନନ୍ଦା ସାହୁ, କନ୍ଧମାଳ ଜିଲ୍ଲା ପାଇଁ ସାଧାରଣ ସଂପାଦିକା ଏମ. ଏ ପରୱିନ ଓ ସଂପାଦିକା ସୁଜ୍ଞାନୀ ପଟ୍ଟନାୟକ, ବୌଦ୍ଧ ଜିଲ୍ଲା ପାଇଁ ମୁନି ଥାପ୍ପା ଓ ସଂପାଦିକା ଶାଇବଣୀ କହଁର, ସୋନପୁର ଓ ଅନୁଗୁଳ ଜିଲ୍ଲା ପାଇଁ ସାଧାରଣ ସଂପାଦିକା ସରୋଜିନି ବାର୍କା, ସଂପାଦିକା ହେଲେନା ବାଗ, କଟକ ନଗର କଂଗ୍ରେସ ପାଇଁ ସାଧାରଣ ସଂପାଦିକା ଚୈତାଳି ପଟ୍ଟନାୟକ ଓ ସଂପାଦିକା ଶ୍ରିୟାସ୍ମିତା ପଣ୍ଡା ଅଫିସ ପ୍ରୋଟକଲ ଦାୟିତ୍ୱ ଦିଆଯାଇଛି। କଳାହାଣ୍ଡି ଜିଲ୍ଲା ପାଇଁ ସାଧାରଣ ସଂପାଦିକା ବିଶ୍ୱକଲ୍ୟାଣି କର ଓ ସଂପାଦିକା ସ୍ନେହଲତା ନାଗ, ନବରଙ୍ଗପୁର ଜିଲ୍ଲା କଂଗ୍ରେସ ପାଇଁ ସାଧାରଣ ସଂପାଦିକା ଅନ୍ନପୂର୍ଣ୍ଣା ସାହୁ ଓ ସଂପାଦିକା ମମତା ନାୟକ ସେହିପର ଭୁବନେଶ୍ୱର ଓ ଗଞ୍ଜାମ ଜିଲ୍ଲା ପାଇଁ ସାଧାରଣ ସଂପାଦିକା ଏଲ ମାଣିକ ପ୍ରଭା ଓ ସଂପାଦିକା କାଜଲ ସାହୁ ଓ କଟକ ଜିଲ୍ଲା ପାଇଁ ସାଧାରଣ ସଂପାଦିକା ଦିପ୍ତିରାଣୀ ପ୍ରଧାନ ଓ ସଂପାଦିକା ଶ୍ରିୟାସ୍ମିତା ପଣ୍ଡାଙ୍କୁ ଦାୟିତ୍ୱ ଦିଆଯାଇଛି ବୋଲି ପ୍ରଦେଶ ମହିଳା କଂଗ୍ରେସ ସଭାପତି ଶ୍ରୀମତୀ ପରିଡ଼ା ଏକ ପ୍ରେସ ବିଜ୍ଞପ୍ତିରେ ପ୍ରକାଶ କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.