Home ଜିଲ୍ଲା ପରିକ୍ରମା ପ୍ରଥମ ପର୍ଯ୍ୟାୟ ମତଦାନ ଲାଗି ୮୩୮ଟି ବୁଥ୍ କୁ ପୋଲିଂ ଦଳ ପ୍ରେରଣ

ପ୍ରଥମ ପର୍ଯ୍ୟାୟ ମତଦାନ ଲାଗି ୮୩୮ଟି ବୁଥ୍ କୁ ପୋଲିଂ ଦଳ ପ୍ରେରଣ

52

ଭଦ୍ରକ, ୧୪ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଗାମୀ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ତା ୧୬-୨-୨୨ରେ ଅନୁଷ୍ଠିତ ହେଉଥିବା ୧ମ ପର୍ଯ୍ୟାୟ ମତଦାନରେ ଭଦ୍ରକ ଜିଲ୍ଲାର ଭଦ୍ରକ ଓ ବନ୍ତ ବ୍ଲକ ପାଇଁ ନିର୍ବଚାନ କରାଯାଉଛି। ଏଥି ଉପଲକ୍ଷେ ଆଜି ଭଦ୍ରକ ବ୍ଲକର ୩୬ଟି ପଞ୍ଚାୟତ ପାଇଁ ସମୁଦାୟ ୫୦୦ ବୁଥ ଓ ବନ୍ତ ବ୍ଲକର ୨୫ଟି ପଞ୍ଚାୟତ ପାଇଁ ୩୩୮ଟି ବୁଥକୁ ପୋଲିଂ ଦଳ ପ୍ରେରଣ କରାଯାଉଛି। ଭଦ୍ରକ ବ୍ଲକ ପାଇଁ ଭଦ୍ରକ କଲେଜ ଓ ବନ୍ତ ବ୍ଲକ ପାଇଁ ବ୍ଲକ ପରିସରରେ ବିତରଣ କେନ୍ଦ୍ର ଖୋଲାଯାଇଛି। ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ତ୍ରିଲୋଚନ ମାଝୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି କାର୍ଯ୍ୟ ଚାଲୁ ରହିଛି। ଏସ୍‌.ପି. ଚରଣ ସିଂ ମୀନା ମଧ୍ୟ ଏହି କେନ୍ଦ୍ରମାନଙ୍କରେ ଉପସ୍ଥିତ ରହି ପୋଲିସ ବିଭାଗୀୟ କାର୍ଯ୍ୟକୁ ତଦାରଖ କରୁଛନ୍ତି। ପ୍ରତି ବୁଥ ପାଇଁ ଜଣେ ପ୍ରିଜାଇଡ଼ିଂ ଅଧିକାରୀ, ଜଣେ ୧ମ ପୋଲିଂ ଓ ଜଣେ ଦ୍ୱିତୀୟ ପୋଲିଂ ଅଧିକାରୀ ସହ ଜଣେ ପୋଲିସ୍ କର୍ମଚାରୀ ପ୍ରେରଣ କରାଯାଉଛି। ଉତ୍ତେଜନା ପ୍ରବଣ ବୁଥ ପାଇଁ ଦୁଇଜଣ ପୋଲିସ କର୍ମଚାରୀ ନିୟୋଜିତ ହେଉଛନ୍ତି। ଏହି ପରିପ୍ରେକ୍ଷୀରେ ଉଲ୍ଲେଖ କରାଯାଇପାରେ କି ଭଦ୍ରକ ବ୍ଲକରେ ୬୮ଟି ଓ ବନ୍ତ ବ୍ଲକରେ ୫୮ଟି ଉତ୍ତେଜନା ପ୍ରବଣ ବୁଥ ଚିହ୍ନଟ କରାଯାଇଛି। ସେହିପରି ବୁଥମାନଙ୍କରେ ମତଦାନ କାର୍ଯ୍ୟର ସୁପରିଚାଳନା ପାଇଁ ଭଦ୍ରକ ବ୍ଲକ୍‌ର ୩୬ ଗ୍ରା.ପ. ପାଇଁ ୩୬ ଜଣ ସେକ୍ଟର ଅଫିସର ଓ ବନ୍ତ ବ୍ଲକ ପାଇଁ ୨୫ଜଣ ସେକ୍ଟର ଅଫିସର ନିୟୋଜିତ ହୋଇଛନ୍ତି। ଉଲ୍ଲେଖଯୋଗ୍ୟକି ପ୍ରତି ବ୍ଲକ ସଦର ମହାକୁମାରେ ୨ଟି ଲେଖାଏଁ ମହିଳା ବୁଥ୍ କରାଯାଇଛି। ସେଥିରୁ ଗୋଟିଏ ବୁଥ୍‌ରେ ପୋଲିସ ସହ ସମସ୍ତ ପୋଲିଂ କର୍ମଚାରୀ ମହିଳା ରହିବେ ଏବଂ ଅନ୍ୟଟିରେ ଅତିକମ୍‌ରେ ୨ଜଣ ମହିଳା ପୋଲିଂ କର୍ମଚାରୀ ରହିବେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.