Home ଜିଲ୍ଲା ପରିକ୍ରମା କଇଥଖୋଲାରେ ମଧ୍ୟରାତିରେ ହାଇଓା ଜଳିଗଲା, ଦୁର୍ଘଟଣା ବନାମ ରାଜନୀତି

କଇଥଖୋଲାରେ ମଧ୍ୟରାତିରେ ହାଇଓା ଜଳିଗଲା, ଦୁର୍ଘଟଣା ବନାମ ରାଜନୀତି

26

ଭଦ୍ରକ, ୧୫ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଧାମରା ନିକଟସ୍ଥ କଇଥଖୋଲା ବଜାରରେ ଥିବା ଏକ ହାଇଓା ରେ ନିଆଁ ଲାଗି ନଷ୍ଟ ହୋଇଯାଇଛି। ଖବରରୁ ପ୍ରକାଶ କଇଥଖୋଲା ବଜାର ଠାରେ ଅମୂଲ୍ୟ ବେହେରାଙ୍କ ଏକ ହାଇଓା ଓଡି୨୨ଜି ୫୭୪୪ ଗାଡି ରହିଥିଲା। ବିଳମ୍ବିତ ରାତି ରେ କୌଣସି କାରଣ ବଶତଃ ଏହି ଗାଡିରେ ନିଆଁ ଲାଗିଥିବା ଦେଖି ସ୍ଥାନୀୟ ଲୋକେ ଧାମରା ଦମକଳ ବାହିନୀକୁ ଖବର ଦେଇଥିଲେ। ଧାମରାରୁ ଦମକଳ ବାହିନୀ ଯାଇ ନିଆଁ କୁ ଆୟତ କରିଥିଲେ ମାତ୍ର ସେହି ସମୟ ବେଳକୁ ଉକ୍ତ ହାଇଓା ଟି ପୋଡି ନଷ୍ଟ ହୋଇଯାଇଥିଲା ବୋଲି ସ୍ଥାନୀୟ ଲୋକଙ୍କ ନିକଟରୁ ପ୍ରକାଶ। ଅନ୍ୟ ପକ୍ଷରେ ପଂଚାୟତ ନିର୍ବାଚନ କୁ ଆଖି ଆଗରେ ରଖି କେହି ବିରୋଧୀ ଏହି ଗାଡିକୁ ନିଆଁ ଲଗାଇଛନ୍ତି ଅଥବା ସଟସର୍କିଟରୁ ଏହି ନିଆଁ ଲାଗିଛି ତାହା ତଦନ୍ତ ସାପେକ୍ଷ ହୋଇପଡିଛି। ଖବର ଲେଖା ହେବା ପର୍ଯ୍ୟନ୍ତ ଧାମରା ଥାନାରେ କୌଣସି ଲିଖିତ ଅଭିଯୋଗ ହୋଇ ନଥିବା ଜଣାଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.