Home ଓଡ଼ିଶା ପ୍ରଥମ ଥର କରି ଗଜେଂଇ ବେପାରୀଙ୍କ ୩କୋଟିରୁ ଉର୍ଦ୍ଦଟଙ୍କାର ସମ୍ପତି ବ୍ୟାଜପ୍ତି କଲା ପୁଲିସ

ପ୍ରଥମ ଥର କରି ଗଜେଂଇ ବେପାରୀଙ୍କ ୩କୋଟିରୁ ଉର୍ଦ୍ଦଟଙ୍କାର ସମ୍ପତି ବ୍ୟାଜପ୍ତି କଲା ପୁଲିସ

64

ମାଲକାନଗିରିି,୫ା୧୦ (ଓଡିଆ ପୁଅ ) ମାଲକାନଗିରି ଜିଲ୍ଲାରେ ପ୍ରଥମ ଥରକରି ଗଜେଂଇ ବେପାରିଙ୍କ ସମ୍ପତି ବ୍ୟାଜପ୍ତି କରାଯିବା ସହ ଜଣେ ପୁଲିସ ହୋମଗାର୍ଡ ଙ୍କ ସମ୍ପତି ମଧ୍ୟ ବ୍ୟାଜପ୍ତି କରାଯାଇଥିବାର ଏସଡିପିଓ ଅଶୁଂମାନ ଦ୍ୱିବେଦୀ ଆଜି ସାମ୍ବାଦିକ ସମ୍ମୀଳନୀରେ ସୁଚନା ଦେଇଛନ୍ତି । ଆଜି ଜିଲ୍ଲାପୁଲିସ କାର୍ଯ୍ୟାଳୟ ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏସଡିପିଓ ଶ୍ରୀ ଦ୍ୱିବେଦୀ କହିଛନ୍ତି ଗତ ଫେବୃଆରୀ ମାସ ୧ତାରିଖରେ ମାଲକାନଗିରି ଜିଲ୍ଲା ଏମଭି୭୯ଥାନା କେସ ନମ୍ବର ୯/୨୦୨୧ ରେ ୨୦(ବି) ଏନଡିପିଏସ ଆକ୍ଟ ମାମଲା ରୁଜୁ କରାଯାଇ ଗଜେଂଇ ଚୋରାଚଲାଣ ଅଭିଯୋଗରେ ଜଣେ ପୁଲିସ ହୋମଗାର୍ଡ ସହ ୧୧ଜଣଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିଲା । ଏହି ଗିରଫ ଗଜେଂଇ ବେପାରି ମାନଙ୍କ ବେଆଇନ ସମ୍ପତିର ମୂଲ୍ୟ ଆକାଳନ କରିବା ପାଇଁ ପୁବ ର୍ତନ ଏସପି ରିଶିକେଶ ଖିଲାରୀ ଓ ବର୍ତମାନର ଏସପି ପ୍ରହ୍ଲାଦ ସାଇ ମୀନା ଙ୍କ ନିର୍ଦ୍ଦେଶ କ୍ରମେ ଏସଡିପିଓ ଅଶୁଂମାନ ଦ୍ୱିବେଦୀ ଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ପୁଲିସ ଟିମ ତଦନ୍ତ ଆରମ୍ଭ କରିଦେଇଥିଲେ । ସେହି ତଦନ୍ତର ରିପୋର୍ଟ ଆଜି ପୁଲିସ ବିଭାଗ ପକ୍ଷରୁ ପ୍ରକାଶ ପାଇଛି । ମାଲକାନଗିରି ଜିଲ୍ଲା ଏମଭି୭୯ ଥାନାସ୍ଥ ଏମଭି୭୨ ଗ୍ରାମର କ୍ରିଷ୍ଣାବଲ୍ଲଭ,ରାଜେଶ ମଣ୍ଡଳ,କିଶୋର ବଲ୍ଲଭ,ରାହୁଲ ବଲ୍ଲଭ,ଦୀପକ ବାଲା,ଶ୍ରୀମତୀ ନୋକାଲାମା ଏରିପିଲ୍ଲୀ,ବିକ୍ରମ ମଣ୍ଡଳ,କାଲିମେଳା ଥାନା ଅଚଂଳର ମ୍ରିନାଲ ମଣ୍ଡଳ,ଶ୍ରୀମତୀ ସୁଧାମଣ୍ଡଳ,ମୋଟୁ ଥାନା ତାଡିମେଟଲା ଗ୍ରାମର ବିବେକା ନନ୍ଦ ହାଲଦାର,ଇଷ୍ଟଗୋଦାବରି ଜିଲ୍ଲା ରାଜମେନ୍ଦ୍ରୀ ଭାଟିନଗର ଗ୍ରାମର ଖାନଗୁଡା ସୁକଜିତ ସିଂ ଏହି ୧୧ଜଣ ଚୋରା ଗଜେଂଇ କାରବାରରେ ବେଆଇନ ସମ୍ପତି ଠୁଳ କରିବା ଅଭିଯୋଗରେ ସେମାନଙ୍କ ୫ଟି କୋଠା ମୂଲ୍ୟ ପ୍ରାୟ ୨,୮୬,୫୩,୧୫୦ ଟଙ୍କା,୧୨ଟି ବ୍ୟାଙ୍କ ପାସବୁକ ରେ ଜମାଥିବା ୭୧,୦୩୬.୭୧ ଟଙ୍କା,୬ଟି ଗାଡି ମୂଲ୍ୟ ପ୍ରାୟ୧୮,୩୩,୦୦୦ ଟଙ୍କା,ମୋଟ ସମ୍ପତି ୩କୋଟି୫ଲକ୍ଷ୫୭ହଜାର୧୮୬ ଟଙ୍କା ହେବ, ଏହି ସମ୍ପତିକୁ ବ୍ୟାଜପ୍ତି କରାଯାଇଛି । ବିଶେଷ କରି ପୁଲିସ ହୋମଗାର୍ଡ ଙ୍କ କାଲିମେଳାରେ ଥିବା କୋଠା କୁ ବ୍ୟାଜପ୍ତି କରାଯାଇଛି । ବେଆଇନ ଗଜେଂଇ ବେପାରି ଙ୍କ ସମ୍ପତି ବ୍ୟାଜପ୍ତି କରିବା ଘଟଣା ପ୍ରଥମ,ଏହା ଦ୍ୱାରା ଅନ୍ୟ ଗଜେଂଇ ଚୋରା ବେପାରିମାନଙ୍କ ଉପରେ ପ୍ରଭାବ ପଡିବ,ଏହା ଦ୍ୱାରା ଜିଲ୍ଲାରେ ଚୋରା ଗଜେଂଇ ବେପାର ହ୍ରାସ ପାଇ ପାରିବ ବୋଲି ଏସଡିପିଓ ଶ୍ରୀ ଦ୍ୱିବେଦୀ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି । ଗଜେଂଇ ବେପାରି ମାନଙ୍କ ସମ୍ପତି ପୁଲିସ ବ୍ୟାଜପ୍ତି କରିବା ଘଟଣା ଜାଣିପାରି ଅନ୍ୟଗଜେଂଇ ଚୋରା ବେପାରି ଙ୍କ ମହଲରେ କୋକୁଆ ଭୟ ସୃଷ୍ଟି ହେବା ସହିତ ଆତଙ୍କଖେଳି ଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.