Home ଓଡ଼ିଶା ପ୍ରତ୍ନତତ୍ୱ ବିଭାଗ ଦୃଷ୍ଟି ଆଢୁଆଳରେ ଅବହେଳିତ ମାଧବ ଗୋସ୍ୱାମୀ ମନ୍ଦିର

ପ୍ରତ୍ନତତ୍ୱ ବିଭାଗ ଦୃଷ୍ଟି ଆଢୁଆଳରେ ଅବହେଳିତ ମାଧବ ଗୋସ୍ୱାମୀ ମନ୍ଦିର

67

ନୟାଗଡ/୨୦/୧(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)- ନୟାଗଡ ଜିଲ୍ଲା ରଣପୁର ର ଚମ୍ପାଗଡ ଠାରେ ରାଜ ରାଜୁଡା ଅମଳରୁ ମାଧବ ଗୋସ୍ୱାମୀ ମନ୍ଦିର ନିର୍ମାଣ ହୋଇ ଭୋଗ ଭିଆଣ ଖଞ୍ଜା ହୋଇ ପୂଜାର୍ଚ୍ଚନା ହୋଇ ଆସୁଅଛି । ଯାହାକି ପ୍ରତ୍ନତତ୍ୱ ବିଭାଗର ଦୃଷ୍ଟି ଆଢୁଅଳ ରେ ରହିବା ଯୋଗୁଁ ଅବହେଳିତ ହୋଇ ପଡିଅଛି । ଏହି ମାଧବ ଗୋସ୍ୱାମୀ ମନ୍ଦିର ର ଜଗନ୍ନାଥ ସଂସ୍କୃତି ସହିତ ଅନେକ ସର୍ମ୍ପକ ରହିଅଛି । ରଣପୁର ରାଜା ଙ୍କ ସହ ପୁରୀ ର ଗଜପତି ରାଜା ଓ ଶ୍ରୀ ମନ୍ଦିର ର ଅନେକ ସର୍ମ୍ପକ ଏହା ଭିତରେ ଲୁଚି ରହିଛି । ରଣପୁର ରାଜ ପରିବାର ର ୧୯୫୨ ମସିହା ବନ୍ଦୋବସ୍ତ ରିପୋର୍ଟ ଅନୁଯାଇ ୧୩୬୩ ସାଲ୍ ରେ ରଣପୁର ରାଜା ଉଦ୍ଧବ ସିଂ ଙ୍କ ଶ୍ରୀ ମନ୍ଦିର ରୁ ପ୍ରାପ୍ତ ମାଧବ ଗୋସ୍ୱାମୀ ଚମ୍ପାଗଡ ଠାରେ ପ୍ରତ୍ନତତ୍ୱ ବିଭାଗ ଦୃଷ୍ଟି ଆଢୁଅଳରେ ଅବହେଳିତ ଭାବରେ ପୂଜା ପାଉଛନ୍ତି । ରଣପୁର ରାଜା ଉଦ୍ଧବ ସିଂ ଜଗନ୍ନାଥ ଙ୍କ ପରମ ଭକ୍ତ ଥିଲେ  । ବାର ମାସରେ ଶ୍ରୀ ମନ୍ଦିର ରେ ପାଳିତ ହେଉଥିବା ତେର ଯାତ୍ରାରେ ସେ ପୁରୀ  ଯାଇ ଦର୍ଶନ କରି ଫେରନ୍ତି । କିନ୍ତୁ ଦିନେ ବନ୍ୟାରେ ନଦୀ ବଢିବା ଯୋଗୁଁ ଜଙ୍କିଆ ଗଡ ଠାରେ ଅଟକି ରହି ଦର୍ଶନ ରୁ ବଂଚିତ ହୋଇଥିଲେ ।


ତାପର ଦିନ ଶ୍ରୀ ମନ୍ଦିର ଯାଇ କଳ୍ପବଟ ମୂଳରେ ୭ ଦିନ ଅଧିଆ ପଡିଥିଲେ । ପ୍ରଭୁ ଜଗନ୍ନାଥ ଗଜପତି ରାଜା ପ୍ରତାପ ରୁଦ୍ର ଦେବ ଙ୍କୁ ସ୍ୱପ୍ନାଦେଶ ପରେ ଗଜପତି ଶ୍ରୀ ମନ୍ଦିର ରୁ ମାଧବ ଗୋସ୍ୱାମୀ ଙ୍କୁ ରଣପୁର ରାଜା ଉଦ୍ଧବ ସିଂ ଙ୍କୁ ପ୍ରତିଦିନ ଦର୍ଶନ ପାଇଁ ପ୍ରଦାନ କରିଥିଲେ । ରଣପୁର ରାଜା ସେହିଦିନ ଠାରୁ ମାଧବ ଗୋସ୍ୱାମୀ ଙ୍କୁ ରଣପୁରଗଡ ରେ ରଖି ପୂଜାର୍ଚ୍ଚନା କରି ଦର୍ଶନ କରୁଥିଲେ । ରଣପୁରଗଡ ରେ ଜଗନ୍ନାଥ ମନ୍ଦିର ନିର୍ମାଣ କରିଥିଲେ । କଳାପାହାଡ ଆକ୍ରମଣ ସମୟରେ ମୂଳ ମାଧବ ଗୋସ୍ୱାମୀ ଙ୍କୁ ଚମ୍ପାଗଡ ଠାରେ ଲୁଚାଇ ରଖି ପୂଜା କରୁଥିଲେ । ଏକଥା ଆମେ କହୁନାହୁଁ ଏହା ୧୯୫୨ ମସିହା ବନ୍ଦୋବସ୍ତ ରିପୋର୍ଟ ରେ ଲେଖାଅଛି । ସେହି ମୂଳ ମାଧବ ଗୋସ୍ୱାମୀ ଏବେ ଅବହେଳିତ ହୋଇରହିଛନ୍ତି । ପ୍ରତ୍ନତତ୍ୱ ବିଭାଗ ଦୃଷ୍ଟି ଦେଲେ  ଅନେକ ଲୁକ୍କାୟିତ ତଥ୍ୟ ଜଗନ୍ନାଥ ସଂସ୍କୃତି ଗବେଷକ ମାନଙ୍କୁ ଯୋଗାଇବ । ଏହି ପୀଠର ସୁରକ୍ଷା ହୋଇପାରିବ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.