Home କୋରାପୁଟ ଜାତୀୟ ମତଦାନ ଦିବସ  ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ

ଜାତୀୟ ମତଦାନ ଦିବସ  ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ

44

କୋରାପୁଟ ୨୦-୦୧ (ଓଡିଆ ପୁଅ /ରଂଜନ ଦାସ)କୋରାପୁଟ ସଦର ମହକୁମାରେ ଜାତୀୟ ମତଦାନ ଦିବସ ପାଳନ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଆସନ୍ତା ୨୫ ତାରିଖ ଦିନ ଜାତୀୟ ମତଦାନ ଦିବସ ପାଳନ କରାଯିବ ।କୋରାପୁଟ ଉପଜିଲ୍ଲାପାଳ ଲଲିତ କୁମାର କହଁରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ କୋଭିଡ୧୯ କଟକଣାକୁ ଦୃଷ୍ଟିରେ ରଖି ଉତ୍ସବ ପାଳନ କରାଯିବାକୁ ନିଷ୍ପତି ନିଆଯାଇଥିଲା ।କୈାଣସି ଶୋଭାଯାତ୍ରା ନ କରାଯାଇ କେବଳ ନୂତନ ମତଦାତାଙ୍କୁ ନେଇ ଜିଲ୍ଲା ସଂସ୍କୃତି ବିଭାଗ କାର୍ଯ୍ୟାଳୟ ପରିସରରେ ଉତ୍ସବ ପାଳନ କରାଯିବାକୁ ନିଷ୍ପତି ନିଆଯାଇଥିଲା ।କୋରାପୁଟ ଉପଖଣ୍ଡ ଅଧିନରେ ଥିବା କୋରାପୁଟ , ଲକ୍ଷ୍ମିପୁର ଓ ପଟ୍ଟାଙ୍ଗୀ ନିର୍ବାଚନ ମଣ୍ଡଳୀରେ ଉତମ କାର୍ଯ୍ୟ କରିଥିବା ବିଏଲଓ ମାନଙ୍କୁ ସମ୍ମନ୍ନିତ କରାଯିବା ସହ ନୂତନ ମତଦାତାମାନଙ୍କୁ ପରିଚୟ ପତ୍ର ପ୍ରଦାନ କରାଯିବ ବୋଲି ଜଣାପଡିଛି ।ଚଳିତ ବର୍ଷ ମତଦାତାମାନଙ୍କୁ ସଶକ୍ତ ,ସତର୍କ ,ସୁରକ୍ଷିତ ଓ ସଚେତନ କରାଇବା ବିଷୟବସ୍ତୁ ରହିଥିବା ଉପଜିଲ୍ଲାପାଳ ଶ୍ରୀ କହଁର ସୂଚନା ଦେଇଛନ୍ତି ।ଏହି ବୈଠକରେ କୋରାପୁଟ ବ୍ଲକ ଶିକ୍ଷା ଅଧିକାରୀ ଅର୍ପିତା ପ୍ରଧାନ ,କୋରାପୁଟ ମ୍ୟୁନସିପାଲଟି ନିର୍ବାହୀ ଅଧିକାରୀ ଆଲୋକ ରଂଜନ ସାମନ୍ତରାୟ ଓ କାର୍ଯ୍ୟାଳୟର ସିମାଞଳ ପଢିହାରୀ ,ନନ୍ଦପୁର ମହାବିଦ୍ୟାଳୟର ଅଧ୍ୟାପକ ରବି ଶତପଥି ଓ କିଶୋର ଚନ୍ଦ୍ର ବେହେରା , ଜିଲ୍ଲା ନିର୍ବାଚନ କାର୍ଯ୍ୟାଳୟର ବିଭାଗୀୟ ଅଧିକାରୀ ଅନୁପମ ମହାରଣା ଓ କୃଷ୍ଣ ପ୍ରଧାନ ,ଜିଲ୍ଲା ସୂଚନା ଓ ଲୋକ ସଂପର୍କ କାର୍ଯ୍ୟାଳୟର ସତ୍ୟ ନାରାୟଣ ପ୍ରଧାନ ପ୍ରମୁଖଙ୍କ ସହ ସାମ୍ବାଦିକମାନେ ଯୋଗ ଦେଇଥିଲେ ।କାର୍ଯ୍ୟକ୍ରମକୁ କାର୍ଯ୍ୟାଳୟର ବିଭାଗୀୟ ଅଧିକାରୀ ପି.କେ.ମହାପାତ୍ର ଯୋଗଦେଇ ପରିଚାଳନା କରିଥିଲେ ।କୋରାପୁଟ ନିର୍ବାଚନ ମଣ୍ଡଳୀରେ ପୁରୁଷ ୬୧୫ ଓ ମହିଳା ୭୬୮ ଜଣ ସମୁଦାୟ ୧୩୮୩ ଜଣ ନୂତନ ମତଦାତା ଅନ୍ତର୍ଭୁକ୍ତ ହୋଇଥିବା ଜଣାପଡିଛି ।ସେହିପରି ଲକ୍ଷ୍ମିପୁର ନିର୍ବାଚନ ମଣ୍ଡଳୀରେ ପୁରୁଷ ୭୨୩ ଓ ମହିଳା ୬୯୮ ସମୁଦାୟ ୧୪୨୧ ଏବଂ ପଟ୍ଟାଙ୍ଗୀ ନିର୍ବାଚନ ମଣ୍ଡଳୀରେ ପୁରୁଷ ୩୬୫ ଓ ମହିଳା ୨୫୩ ସମୁଦାୟ ୬୨୧ ଜଣ ନୂତନ ମତଦାତା ଅନ୍ତର୍ଭୁକ୍ତ କରାଯାଇଥିବା ଜଣାପଡିଛି ।ଗତବର୍ଷ ନଭେମ୍ବର ୧୬ ତାରିଖରୁ ଡିସେମ୍ବର ମାସ ୧୫ ତାରିଖ ମଧ୍ୟରେ ହୋଇଥିବା ସ୍ୱତନ୍ତ୍ର ଅଭିଯାନରେ ନୂତନ ମତଦାତାମାନେ ସେମାନଙ୍କର ନାମ ଭୋଟର ତାଲିକାରେ ଯୋଡିଥିଲେ ବୋଲି ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.