Home ଓଡ଼ିଶା ପ୍ରତିଷ୍ଠା ହୋଇ ୫୦ ବର୍ଷ ହେଲା ତଥାପି ଅନେକ ସମସ୍ୟା ମଧ୍ୟରେ ରହିଯାଇଛି କୋରାପୁଟ ସରକାରୀ...

ପ୍ରତିଷ୍ଠା ହୋଇ ୫୦ ବର୍ଷ ହେଲା ତଥାପି ଅନେକ ସମସ୍ୟା ମଧ୍ୟରେ ରହିଯାଇଛି କୋରାପୁଟ ସରକାରୀ କଲେଜ

66

କୋରାପୁଟ ; ତା୧୧-୦୮-୧୮(ଓଡିଆପୁଅ/ରଂଜନ କୁମାର ଦାସ) ଦୟାନନ୍ଦ ଆଂଗ୍ଲୋ ଭେଦିକ ପରିଚାଳନା କମିଟି ଓ ଶିକ୍ଷା ବିକାଶ ସୋସାଇଟି,  କୋରାପୁଟର ମିଳିତ ସହଯୋଗରେ ଗତ ତା ୧୦-୦୮-୬୮ରିଖରେ କୋରାପୁଟଠାରେ କଲେଜ ପ୍ରତିଷ୍ଠା ହୋଇଥିଲା।ସେତେବେଳେ ଏହାର ନାମ ଦୟାନନ୍ଦ ଆଂଗ୍ଲୋ ଭେଦିକ ମହାବିଦ୍ୟାଳୟ(ଡି.ଏ.ଭି) ଥିଲା ଓ କୋରାପୁଟ ସହରସ୍ଥିତ ପଂଚାୟତ ଭବନଠାରେ ମହାବିଦ୍ୟାଳୟ ଆରମ୍ଭ କରାଯାଇଥିଲା।ଲାଣ୍ଡିଗୁଡାଠାରେ ସଂସ୍ଥା ୪୦୦ ଏକର ଜମି ଅଧିଗ୍ରହଣ କରି ୧୯୭୬ /୭୭ ମସିହାରେ ବିଜ୍ଞାନ ବିଭାଗକୁ ଲାଣ୍ଡିଗୁଡା ସ୍ଥାନାନ୍ତର କରିଥିଲା।୧୯୮୨ ମସିହାରେ ସରକାରୀଭାବେ ଉକ୍ତ କଲେଜକୁ ସରକାର ଘୋଷଣା କରିଥିଲେ।ଏହାପରେ ଲାଣ୍ଡିଗୁଡାଠାରେ କଲେଜ ର ସମସ୍ତ ବିଭାଗ ଖୋଲିବାପରେ ସରକାରୀ କଲେଜ କୋରାପୁଟ ବୋଲି ନାମକରଣ କରାଯାଇଥିଲା।ପ୍ରତିଷ୍ଠା ହୋଇ ୫୦ ବର୍ଷ ହେଲା ତଥାପି ଅନେକ ସମସ୍୍ୟା ମଧ୍ୟରେ କଲେଜ ରହିଯାଇଥିବା ଜଣାପଡିଛି।ଜୁନିୟର କଲେଜ ନିମନ୍ତେ ୨୨ ଜଣ ଅଧ୍ୟାପକ ଅନୁମୋଦିତ ଥିବା ବେଳେ ୧୭ ଜଣ କାର୍ଯ୍ୟ କରୁଥିବା ଜଣାପଡିଛି।ଡିଗ୍ରୀ କଲେଜ ନିମନ୍ତେ ଅଧ୍ୟାପକ ପଦବୀ ମରୁଡି ହୋଇଯାଇଛି।୪୩ ଟି ପଦବୀରୁ ମାତ୍ର ୧୮ ଜଣ କାର୍ଯ୍ୟରତ ଥିବା ବେଳେ ୨୫ ଟି ପଦବୀ ଖାଲି ପଡିଥିବା ଜଣାପଡିଛି।ଶିକ୍ଷା ଅନର୍ସରେ ସର୍ବାଧିକ ୬ ଟି ପଦବୀ ଖାଲିଥିବା ବେଳେ ଇଂରାଜୀରେ ୪, ଓଡିଆରେ ୩ ଓ ଅର୍ଥର୍ନିତିରେ ୨ ଟି ପଦବୀ ଖାଲି ପଡିଥିବା ଜଣାପଡିଛି।ପାଚେରୀ ନ ଥିବାରୁ ଅନୁପ୍ରବେଶ ବୃଦ୍ଧି ପାଉଥିବା ଜଣାପଡିଛି।
କଲେଜ ପ୍ରତିଷ୍ଠା ବେଳେ ମାତ୍ର ୮୬ ଜଣ ଛାତ୍ରଛାତ୍ରୀ ପାଠପଢୁଥିବା ବେଳେ ଏବେ କଲେଜର ସଂଖ୍ୟା ୩୫୦୦କୁ ବୃଦ୍ଧି ପାଇ ଶିକ୍ଷାଗ୍ରହଣ ପରିପୂର୍ଣ୍ଣ ଅଛି କିନ୍ତୁ ଅନେକ କ୍ଷେତ୍ରରେ ଅଭାବ ରହିଛି ଯାହା ସରକାର ପୂରଣ କରିବେ ବୋଲି ବାଣିଜ୍ୟ ବିଭାଗ ମୁଖ୍ୟ ଡ . କୈବ୍ୟଲ କୁମାର ବେହେରା ପ୍ରକାଶ କରିଥିଲେ।

ପାଚେରୀ ନ ଥିବାରୁ ବାହାର ଛାତ୍ର ପ୍ରବେଶ କରି କଲେଜ ଛାତ୍ରୀମାନଙ୍କୁ କମେଟଂ ମାରୁଥିବା ଛାତ୍ର ସଂସଦର ସଭାପତି ଆଶିଷ ଗୈାଡ ଅଭି୍ୋଗ କରିବା ସହ କଲେଜ ବସ ସଂଖ୍ୟା ବୃଦ୍ଧି କରିବାକୁ ସେ ଦାବି କରିଥିଲେ।ଏତେ ସଂଖ୍ୟକ ଛାତ୍ରଛାତ୍ରୀ ଓ ଅନେକ ଶ୍ରେଣୀଗୃହ ଥିବା ବେଳେ କଲେଜରେ ମାତ୍ର ଜଣେ ପିଅନ କାମ କରୁଥିବାରୁ ଅନେକ ଅସୁବିଧା ହେଉଥିବା ସେ ସୂଚନା ଦେଇଥିଲେ।ଅଧ୍ୟାପକ ପଦବୀ ୪୩ ସରକାର ଅନୁମୋଦିତ କରିଥିବା ବେଳେ ମାତ୍ର ୧୮ ଜଣ ରହିଥିବାରୁ ପାଠପଢାରେ ବ୍ୟାହତ ହେଉଥିବା ସେ ସୂଚନା ଦେଇଥିଲେ।କଲେଜ ସମ୍ମୁଖରେ ଜାତୀୟ ରାଜପଥ ଯାଇଥିବାରୁ ରାସ୍ତାରେ ଏ ପର୍ଯ୍ୟନ୍ତ ହମ୍ପସ ନିର୍ମାଣ କରାଯାଇନାହିଁ ଛାତ୍ରଛାତ୍ରୀଙ୍କ ସୁରକ୍ଷା ଦୃଷ୍ଟିରୁ ହମ୍ପସ ନିର୍ମାଣ କରିବାକୁ ସେ ଦାବି କରିଥିଲେ।
ପାଚେରୀ ନିର୍ମାଣ କରିବା ନିମନ୍ତେ ଛାତ୍ର ସଂସଦ ଓ କଲେଜ କର୍ତୂପକ୍ଷ ବାରମ୍ବାର କହିବା ସତ୍ୱେ ହେଉ ନ ଥିବା ଭାରପ୍ରାପ୍ତ ଅଧ୍ୟକ୍ଷ ଡ. ଶୁଭେନ୍ଦୁ ଶେଖର ପାଢୀ ପ୍ରକାଶ କରିଥିଲେ।କୋରାପୁଟରେ ସେତେବେଳେ କଲେଜ ପ୍ରତିଷ୍ଟା ହୋଇଥିବାରୁ ଅନୁସୂଚିତ ଜନଜାତି ଓଅନୁସୂଚିତ ଜାତିର ଛାତ୍ରଛାତ୍ରୀମାନେ ପାଠପଢାର ସୁଯୋଗ ପାଇ ଆଜି ବଡ ବଡ ପଦବୀରେ ରହିଥିବା ସେ ସୂଚନା ଦେଇଥିଲେ।ଡିଏଭି ମହାବିଦ୍ୟାଳୟର ଏ୍ୟତିହ୍ୟ କିପରି ଏବେକାର ଯୁବପୀଢିଙ୍କ ନିକଟରେ ପହଂଚିପାରିବ ସେଥି ନିମନ୍ତେ ୫୦ ବର୍ଷ ପୂର୍ତି ପାଳନ କରାଯାଉଥିବା ସେ ସୂଚନା ଦେଇଥିଲେ।ଅନେକ ସମସ୍ୟା ରହିଛି ତାହା ସମାଧାନ କରାଯିବ କିନ୍ତୁ ପ୍ରଥମେ ଶିକ୍ଷାର ବାତାବରଣ ଆଣି ସୃଜନଶୀଳ କାର୍ଯ୍ୟ କରାଯିବ ବୋଲି ସେ ସୂଚନା ଦେଇଥିଲେ।କଲେଜର ଉନ୍ନତି ନିମନ୍ତେ କୋରାପୁଟ ଜିଲ୍ଲାର ନାଗରିକମାନେ ସକରାତ୍ମକ ଭିତିରେ ପରାମର୍ସ ଦେବାକୁ ସେ ନିବେଦନ କରିଥିଲେ।ଅଧ୍ୟାପକ ପଦବୀ ପୂରଣ କରିବା ନିମନ୍ତେ ସାମୟିକଭାବେ ବର୍ଷକ ନିମନ୍ତେ ଚୁକ୍ତିଭିତିକ ୨୨ ଜଣ ଅଧ୍ୟାପକ ନିଯୁକ୍ତି କରାଯାଇଥିବା ସେ ସୂଚନା ଦେଇଥିଲେ।ରାଜ୍ୟର ଅନେକ ସହରରେ ଡିଏଭି ସଂସ୍ଥା ଦ୍ୱାରା ପରିଚାଳିତ କଲେଜର ନାମ ପରିବର୍ତ୍ତନ ହୋଇ ନ ଥିବା ବେଳେ କୋରାପୁଟରେ ଥିବା ଡିଏଭି କଲେଜର ନାମ କାହିଁକି ପରିବର୍ଥନ କରାଗଲା ବୋଲି ସାଧାରଣରେ ପ୍ରଶ୍ନ ଉଠୁଛି।ଏଥିପୂର୍ବରୁ ସରକାରଙ୍କୁ ସରକାର ଡିଏଭି କଲେଜ କିମ୍ବା ଡିଏଭି ସରକାରୀ କଲେଜ ନାମରେ ନାମିତ କରିବାକୁ ଦାବି ହୋଇଥିଲା କିନ୍ତୁ ସରକାର ଏଥିପ୍ରତି କର୍ଣ୍ଣପାତ କରି ନ ଥିଲେ ଏବେ ପୁଣି ଏହିଦାବିକୁ ସମାଧାନ କରିବାକୁ ପୂର୍ବତନଛାତ୍ର ନେତାମାନେ ଦାବି କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.