Home କୋରାପୁଟ କୋରାପୁଟ ଡିଏଚଏଚରୁ ସ୍ଥାନାନ୍ତର ଘଟଣା ; ବିଧାୟକଙ୍କ ଡେଟଲାଇନ ସରିଲା ; ସ୍ଥିତି ଅନୁଧ୍ୟାନ କରିବାପରେ...

କୋରାପୁଟ ଡିଏଚଏଚରୁ ସ୍ଥାନାନ୍ତର ଘଟଣା ; ବିଧାୟକଙ୍କ ଡେଟଲାଇନ ସରିଲା ; ସ୍ଥିତି ଅନୁଧ୍ୟାନ କରିବାପରେ ପରବର୍ତୀ ପଦକ୍ଷେପ ନିଆଯିବ-ଡିସିସି ,କାର୍ଯ୍ୟକାରୀ ସଭାପତି

127

କୋରାପୁଟ ; ତା୧୦-୦୮-୧୮(ଓଡିଆପୁଅ/ରଂଜନ କୁମାର ଦାସ)କୋରାପୁଟ ଡିଏଚଏଚରୁ ଡାକ୍ତର , ଷ୍ଟାଫ ନର୍ସ ଓ ୪ ର୍ଥ ଶ୍ରେଣୀ କର୍ମଚାରୀ ଜୟପୁରକୁ ସ୍ଥାନାନ୍ତର ଘଟଣାରେ ବିଧାୟକ କୃଷ୍ଣଚନ୍ଦ୍ର ସଗରିଆ ସ୍ୱାସ୍ଥ୍ୟ ବିଭାଗକୁ ଦେଇଥିବା ଡେଟଲାଇନ ଆଜି ସରିଥିବା ବେଳେ କର୍ତୂପକ୍ଷ କୈାଣସି ତଥ୍ୟ ଦେଇ ନ ଥିବା ଜଣାପଡିଛି ।ଆଜି ସକାଳେ କୋରାପୁଟ ସଦର ମହକୁମା ଡାକ୍ତରଖାନାର ଅଧିକ୍ଷକ ଡାକ୍ତର କାଳି ପ୍ରସାଦ ବେହେରାଙ୍କ ସହିତ ବିଧାୟକ ମୋବାଇଲ ଫୋନ ଯୋଗେ ଯୋଗାଯୋଗ କରିଥିଲେ ବୋଲି ଜଣାପଡିଛି ।ସହୀଦ ଲକ୍ଷ୍ଣଣ ନାୟକ ମେଡିକାଲ କଲେଜ ଓ ହସପିଟାଲର ଅଧୀକ୍ଷକ ପ୍ରଫେସର କ୍ଷେତ୍ରବାସୀ ସୁବୁଦ୍ଧିିଙ୍କ ସହିତ ଡାକ୍ତର ବେହେରା ଆଲୋଚନା କରିଥିଲେ । ଏକ ଚିଠା ପ୍ରସ୍ତୁତ କରି ସିଡିଏମଓ ଡାକ୍ତର ଲଲିତ ମୋହନ ରଥଙ୍କ ଆଲୋଚନା କରିବା ପରେ ଫାଇଲଟିକୁ ଜିଲ୍ଲାପାଳଙ୍କ ନିକଟକୁ ଅନୁମୋଦନ ନିମନ୍ତେ ୭ ତାରିଖ ଦିନ ପ୍ରେରଣ କରାଯାଇଥିଲା ବୋଲି ଡାକ୍ତର ବେହେରା ସୂଚନା ଦେଇଥିଲେ ।କିନ୍ତୁ ଫାଇଲଟି ଆସି ନ ଥିବା ସେ ପ୍ରକାଶ କରିଥିଲେ ।ଆଜି ସଂଧ୍ୟାରେ ବିଧାୟକ ଶ୍ରୀ ସଗରିଆ କୋରାପୁଟ ଜିଲ୍ଲାପାଳ କେ .ସୁଦର୍ଶନ ଚକ୍ରବର୍ତୀଙ୍କ ସହିତ ତାଙ୍କର ରହିଥିବା ଦାବି ବିଷୟରେ ଆଲୋଚନା କରିଥିଲେ ବୋଲି ଜଣାପଡିଛି ।୬ ତାରିଖଦିନ ଧାରଣାରୁ ଓହରିବା ପରେ ଗଣମାଧ୍ୟମକୁ ଦାବି ପୂରଣ ନ ହେଲେ ୧୧ ତାରିଖ ଦିନ ଆମରଣ ଅନଶନ କରାଯିବ ବୋଲି ବିଧାୟକ ଶ୍ରୀ ସଗରିଆ ପ୍ରକାଶ କରିଥିଲେ ।ଆସନ୍ତାକାଲି କୋରାପୁଟ ହସପିଟାଲକୁ ଯାଇ ସ୍ଥିତି ଅନୁଧ୍ୟାନ କରିବା ପରେ ଯାହା କିଛି ନିଷ୍ପତି ନିଆଯିବ ବୋଲି ଜିଲ୍ଲା କଂଗ୍ରେସ କମିଟି ସଭାପତି ରୁପକ ତୁରୁକ ପ୍ରକାଶ କରିଛନ୍ତି ।ସୂଚନା ଯୋଗ୍ୟ ଯେ ସହୀଦ ଲକ୍ଷ୍ଣଣ ନାୟକ ମେଡିକାଲ କଲେଜ ଓ ହସପିଟାଲରେ ୮୯ ଜଣ ଷ୍ଟାଫ ନର୍ସ ନିଯୁକ୍ତି କରାଯାଇଥିଲା ଓ ସଦର ମହକୁମା ଡାକ୍ତରଖାନାର ୫୬ ଜଣ ଷ୍ଟାଫ ନର୍ସମାନଙ୍କୁ ହସପିଟାଲରେ କାର୍ଯ୍ୟ କରାଯାଉଥିଲା ।କଲେଜ କର୍ତୂପକ୍ଷ ଏ ପର୍ଯ୍ୟନ୍ତ ୪ ର୍ଥ ଶ୍ରେଣୀ କର୍ମଚାରୀ ନିଯୁକ୍ତି ଦେଇ ନ ଥିବା ବେଳେ ସଦର ମହକୁମା ଡାକ୍ତରଖାନାରେ ନିଯୁକ୍ତ ୪ ର୍ଥ ଶ୍ରେଣୀ କର୍ମଚାରୀ ରହି ସେବା କରି ଆସୁଛନ୍ତି ।ଏପରି ସ୍ଥଳେ ଯଦି କର୍ତୂପକ୍ଷ ସମସ୍ତ ନର୍ସ ଓ ୪ ର୍ଥ ଶ୍ରେଣୀ କର୍ମଚାରୀମାନଙ୍କୁ ଜୟପୁର ସ୍ଥାନାନ୍ତରିତ କରନ୍ତି ତେବେ କୋରାପୁଟ ହସପିଟାଲ କିପରି ଚାଲିବ ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.