Home ଜିଲ୍ଲା ପରିକ୍ରମା ପ୍ରତିଷ୍ଠା ଦିବସରେ କଟସାହି ପଂଚାୟତ ବିଜେଡ଼ିର ୨ଗୋଷ୍ଠୀ ମଧ୍ୟରେ ବିବାଦ, ଉଭୟ ଗୋଷ୍ଠୀର ୪୩ଜଣଙ୍କ ନାମରେ...

ପ୍ରତିଷ୍ଠା ଦିବସରେ କଟସାହି ପଂଚାୟତ ବିଜେଡ଼ିର ୨ଗୋଷ୍ଠୀ ମଧ୍ୟରେ ବିବାଦ, ଉଭୟ ଗୋଷ୍ଠୀର ୪୩ଜଣଙ୍କ ନାମରେ ଥାନାରେ ମାମଲାରୁଜୁ

26

ଭଦ୍ରକ, ୨୭ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବିଜୁ ଜନତାଦଳର ୨୫ତମ ପ୍ରତିଷ୍ଠା ଦିବସ । ଧାମନଗର ବ୍ଲକ ବିଜୁ ଜନତାଦଳ ପକ୍ଷରୁ ଅସୁରାଳି ଷ୍ଟ୍ରକଚର ପଡ଼ିଆ ଠାରେ ଗତକାଲି ଅପରାହ୍ନରେ ପାଳିତ ହୋଇଥିଲା । ଏଥିରେ ବ୍ଲକ ସଭାପତି ଉମେଶ ମହାନ୍ତି ସଭାପତିତ୍ୱ କରିଥିବାବେଳେ ପଂଚାୟତ ସମିତି ଅଧ୍ୟକ୍ଷ ଅଶୋକ ନାୟକ, ସାଂସଦପ୍ରତିନିଧି ନାରାୟଣଚନ୍ଦ୍ର ସାହୁ, ବରିଷ୍ଠବିଜେଡ଼ି ନେତା ରଘୁନାଥ ଲେଙ୍କା, ପ୍ରଦୀପ କୁମାର ମଲ୍ଲିକ, ହରେକୃଷ୍ଣ ପାଢୀ, ପ୍ରତାପ ସାମଲ, ବିଦ୍ୟାଧର ରାଉତ, ବିଜୁ ଯୁବଜନତା ଦଳର ବ୍ଲକ ସଭାପତି ଭାରତବିଜୟ ଦଳାଇ, ନଗରସଭାପତି ସୁଶାନ୍ତ ରାଉତ, ନଗରଯୁବ ସଭାପତି ସେକ୍ ସୟଫୁଦ୍ଦିନ୍‌, ନଗରସଭାନେତ୍ରୀ ତନୁଶ୍ରୀ ବେହୁରିଆ, ନିବେଦିତା ଜେନା, ପ୍ରମୁଖ ଯୋଗଦେଇ ୨୫ବର୍ଷର ବିଜୁ ଜନତାଦଳ ଓଡ଼ିଶା ସମେତ ଧାମନଗର ବ୍ଲକ ପାଇଁ ଯେଉଁ କାର୍ଯ୍ୟ କରିଛି ତାହା ସବୁଦିନ ପାଇଁ ଜନମାନସରେ ଲିପିବଦ୍ଧହୋଇ ରହିବ ଏବଂ ଆଗକୁ ମଧ୍ୟ ଏହି ବିକାଶର ଧାରା ଆଗେଇ ଚାଲିବ ବୋଲି ମତବ୍ୟକ୍ତ କରିଥିଲେ । ଅତିଥିମାନଙ୍କର ବକ୍ତବ୍ୟ ପୂର୍ବରୁ ବିଜୁ ଜନତାଦଳର ରାଜ୍ୟସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ଚୁଆଲ ମାଧ୍ୟମରେ ଉପସ୍ଥିତ କର୍ମୀ ଓ ଜନସାଧାରଣଙ୍କୁ ଉଦ୍‌ବୋଧନ ଦେଇଥିଲେ । ଏହି ଅବସରରେ ଧାମନଗର ବ୍ଲକରୁ ବିଭିନ୍ନ ପଂଚାୟତରୁ ଦଳୀୟ କର୍ମୀମାନେ ଶୋଭାଯାତ୍ରାରେ ସଭାସ୍ଥଳକୁ ଆସୁଥିବାବେଳେ କଟସାହି ପଂଚାୟତର ସରପଂଚ ଅଞ୍ଜନା ଲେଙ୍କା ଓ ବିଜେଡ଼ି ଜିଲ୍ଳା ସମ୍ପାଦକ ତଥା କଟସାହି ପଂଚାୟତର ଅନ୍ୟତମ ବିଜେଡ଼ିନେତା ସୁଶାନ୍ତ ପଣ୍ଡା ଗୋଷ୍ଠୀ ମଧ୍ୟରେ ମୃଦ୍ୟୁ ଗଣ୍ଡଗୋଳ ସୃଷ୍ଟି ହୋଇଥିଲା ।

ଫଳରେ ଶେଷ ମୁହୁର୍ତ୍ତରେ ବୈଠକକୁ ବନ୍ଦ କରିଦିଆଯାଇଥିଲା । ଏପରିକି କର୍ମୀମାନଙ୍କ ପାଇଁ ଆସିଥିବା ଟିଫିନ୍ ମଧ୍ୟ ନଷ୍ଟ ହୋଇଥିଲା । ପରବର୍ତ୍ତି ସମୟରେ ନିଜ ନିଜ ଘରକୁ କର୍ମୀମାନେ ଯାଇଥିବାବେଳେ କଟସାହି ପଂଚାୟତର କିନ୍ତୁ ଏହି ଗୋଷ୍ଠୀ ବିବାଦ ଉଗ୍ରରୂପ ନେଇଥିଲା । ଏପରିକି ସନ୍ଧ୍ୟାରେ ସରପଂଚଙ୍କ ସମର୍ଥକ ଓ ସୁଶାନ୍ତ ପଣ୍ଡାଙ୍କ ସମର୍ଥକ ମଧ୍ୟରେ ଗଣ୍ଡଗୋଳ ଲାଗିଥିଲା । ଏପରିକି ସେଠାରେ ପଡ଼ିଥିବା ଟେକା ଓ ପଥର ଉଭୟ ଗୋଷ୍ଠୀ ମଧ୍ୟରେ ଫିଙ୍ଗାଫିଙ୍ଗି ହେବାରୁ ସେଥିରୁ ମଧ୍ୟ କଟସାହି ପଂଚାୟତର ବିଜେଡ଼ି ଆଇଟି ସେଲ୍‌ର ସାଗର ପାଢୀ ଗୁରୁତର ଭାବେ ଆହତହୋଇ ଭଦ୍ରକ ମେଡ଼ିକାଲରେ ଭର୍ତ୍ତିହୋଇଥିବାବେଳେ ଉଭୟ ଗୋଷ୍ଠୀମଧ୍ୟରୁ ୫ଜଣ ଆହତ ହୋଇଥିଲେ । ତେବେ ଏହି ଖବରପାଇ ଠିକଣା ସମୟରେ ଘଟଣା ସ୍ଥଳରେ ଧୂଷୁରୀ ପୋଲିସ ପହଂଚି ପରିସ୍ଥିତିକୁ ଆୟତ କରିନେବା ଦ୍ୱାରା ଉଭୟ ଗୋଷ୍ଠୀ ମଧ୍ୟରେ ଏକ ବଡ଼ଦୁର୍ଘଟଣାକୁ ଏଡ଼ାଇ ଦିଆଯାଇଥିଲା । ତେବେ ଉଭୟଗୋଷ୍ଠୀଙ୍କ ମଧ୍ୟରୁ ଆହତ ସାଗର ପାଢୀଙ୍କ ଅଭିଯୋଗ ମୂଳେ ଥାନା କେସନଂ ୩୦୭/୨୧ ରେ ୨୧ଜଣ ଓ ଜାନକୀ ଜେନାଙ୍କ ଅଭିଯୋଗ ମୂଳେ ୩୦୮/୨୧ରେ ୨୨ଜଣରୁ ଅଧିକଙ୍କ ନାମରେ ମାମଲା ରୁଜୁ କରାଯାଇଥିବାବେଳେ ଧୂଷୁରୀ ପୋଲି ଘଟଣାର ତଦନ୍ତ ଜାରିରଖିଛି । ତେବେ ପ୍ରବାଦପୁରୁଷ ବିଜୁ ବାବୁଙ୍କ ନାମରେ ନାମିତ ଦଳର ପ୍ରତିଷ୍ଠା ଦିବସରେ ଯଦି ଏପରି ଉକ୍ତ ପଂଚାୟତର ଗୋଷ୍ଠୀବିବାଦ ଘଟୁଥିବାରୁ ଧିରେ ଧିରେ ଉକ୍ତ ପଂଚାୟତ ଦଳୀୟ ସ୍ଥିତି ବିପନ୍ନ ହେଉଥିବାର ଜଣାଯାଇଛି । ଏ ସମ୍ପର୍କରେ ବ୍ଲକସଭାପତି ଉମେଶଚନ୍ଦ୍ର ମହାନ୍ତି ତାଙ୍କ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତିଯେ ଦଳଭିତରେ କୌଣସି ଗଣ୍ଡଗୋଳ ଓ ମତାନ୍ତର ନାହିଁ । ତେବେ ଉକ୍ତ ପଂଚାୟତରେ କାଁ ଭାଁ ଗଣ୍ଡଗୋଳକୁ ନେତୃସ୍ଥାନୀୟ ବସି ଘଟଣାର ସମାଧାନ କରିନେବୁବୋଲି ଶ୍ରୀ ମହାନ୍ତି ପ୍ରକାଶ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.