Home ଜିଲ୍ଲା ପରିକ୍ରମା ଭଦ୍ରକାଳୀ ଡିଭାଇନ ଲାୟନ୍ସ କ୍ଲବର ସ୍ୱାସ୍ଥ୍ୟସେବା କାର୍ଯ୍ୟକ୍ରମ

ଭଦ୍ରକାଳୀ ଡିଭାଇନ ଲାୟନ୍ସ କ୍ଲବର ସ୍ୱାସ୍ଥ୍ୟସେବା କାର୍ଯ୍ୟକ୍ରମ

15

ଭଦ୍ରକ, ୨୭ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକର ଭଦ୍ରକାଳୀ ଡିଭାଇନ ଳାୟନ୍ସ କ୍ଲବ ଆନୁକୂଲ୍ରରେ ଏକ ସ୍ୱାସ୍ଥ୍ୟ ସେବା ଶିବିର ଓ ମାଗଣା ରକ୍ତ ପରୀକ୍ଷା ଶିବିର ଭଦ୍ରକ ଆରଡି ଛକଠାରେ ଅନୁଷ୍ଠିତ ହୋଇ ଯାଇଛି । ଇଣ୍ଡିଆନ୍ ମେଡିକାଲ ଆସୋସିଏସନ ଭଦ୍ରକ ଶାଖାର ସମ୍ପାଦକ ଲାୟନ୍ସ ଡାକ୍ତର ହରେକୃଷ୍ଣ ନାୟକ ଏହାକୁ ଉଦ୍‌ଘାଟନ କରି ଲାୟନ୍ସ କ୍ଳବ ସବୁ ସମୟରେ ମାନବ ସେବା ପାଇଁ ଉତ୍ସର୍ଗୀକୃତ । ଏହି କ୍ଲବ ନିଜ ଅଞ୍ଚଳର ପାରିପାଶ୍ୱିର୍କ ଜନସମାଜର ସ୍ୱାସ୍ଥ୍ୟ ସେବାର ଉନ୍ନତିକରଣ ପାଇଁ ବର୍ଷ ତମାମ ବିଭିନ୍ନ ସମୟରେ ସ୍ୱାସ୍ଥ୍ୟସେବା କାର୍ଯ୍ୟକ୍ରମ କରି ଆସିଥାଏ । ଗତକାଲି ଅନୁଷ୍ଠିତ ସ୍ୱାସ୍ଥ୍ୟ ପରୀକ୍ଷା ଓ ରକ୍ତ ପରୀକ୍ଷା ଶିବିରକୁ କ୍ରିଷ୍ଣା ମେଡିକେୟାର ଏବଂ ମେଡିସିସ୍ ପାଥୋଲ୍ୟାବ୍‌ର ସହଭାଗିତାରେ ଅନୁଷ୍ଠିତ ଶିବିରରେ ମୋଟ ୧୨୬ଜଣ ରୋଗୀଙ୍କର ବିଭିନ୍ନ ପରୀକ୍ଷା କରାଯାଇଥିଲା । ଆଡ୍‌ଭୋକେଟ ଲଗ୍ନଜିତ୍ ମହାକୁଳଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ କ୍ରିଷ୍ଣା ମେଡିକେୟାର ତରଫରୁ ବିଶ୍ୱଜିତ୍ ମହାକୁଳ, ସୁବ୍ରତ ସାହୁ, ରମେଶ ବାରିକ, ସୁଶାନ୍ତ ଦାସ, ତପନ ଦାସ ପ୍ରମୁଖ ବିଭିନ୍ନ ପରୀକ୍ଷାରେ ସହଯୋଗ କରିଥିଲେ । ଲାୟନ୍‌ସ କ୍ଲବର ସଭାପତି ଲାୟନ୍ସ ବୈଳେଶଚନ ବେହୁରିଆ, ଲାୟନ୍ସ ପର୍ଶୁରାମ ଦ୍ୱିବେଦୀ, ଲାୟନ୍ସ ସତ୍ୟେନ୍ଦୁ ରାୟମହାପାତ୍ର, ଲାୟନ୍ସ ଅମର କୁମାର ମହାନ୍ତି, ଲାୟନ୍ସ ପ୍ରଭାତ ଧଳ, ଲାୟନ୍ସ ପ୍ରତାପ ନାୟକ ପ୍ରମୁଖ ଶିବିର ପରିଚାଳନା କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.