Home ଜିଲ୍ଲା ପରିକ୍ରମା ଆଦର୍ଶ ଛାତ୍ର ପ୍ରକୃତ ଗୁରୁ ଦକ୍ଷିଣା ଦେଇପାରେ

ଆଦର୍ଶ ଛାତ୍ର ପ୍ରକୃତ ଗୁରୁ ଦକ୍ଷିଣା ଦେଇପାରେ

57

ଭଦ୍ରକ, ୨୭ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଯଦି ଗୁରୁ ଠିକ୍‌ଭାବରେ ଛାତ୍ରକୁ ଗଢିତୋଳିଥିବ ସେ କେବେ ଗୁରୁନିନ୍ଦା କରିବା ନାହିଁ । ଆଦର୍ଶ ଛାତ୍ରହିଁ ପ୍ରକୃତ ଗୁରୁଦକ୍ଷିଣା ଦେଇପାରିବବୋଲି ଧାମନଗର ମହାବିଦ୍ୟାଳୟର ୨୦୦୧ ମସିହା ପୁରାତନ ଛାତ୍ର ଛାତ୍ରୀଙ୍କ ଦ୍ୱାରା ଗୁରୁପୂଜନ ଓ ବନ୍ଧୁମିଳନ ସମାରୋହ ଉପସ୍ଥିତ ଅତିଥିମାନେ ଯୋଗଦେଇ ମତବ୍ୟକ୍ତ କରିଥିଲେ । ପୁରାତନ ଛାତ୍ର ବେଚର ସଂଯୋଜକ ଅମରେନ୍ଦ୍ର ମହାନ୍ତିଙ୍କ ସଭାପତିତ୍ୱରେ ଧାମନଗର ମହାବିଦ୍ୟାଳୟ ପରିସରରେ ପୂଜ୍ୟପୂଜା ଓ ଗୁରୁପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ଧାମନଗର ମହାବିଦ୍ୟାଳୟର ଅଧ୍ୟକ୍ଷ ପବିତ୍ର ପାଣିଗ୍ରାହୀ, ପ୍ରାକ୍ତନ ଅଧ୍ୟକ୍ଷ ନିତ୍ୟାନନ୍ଦ ମିଶ୍ର, ରାଧାବିନୋଦ ନାୟକ, ପ୍ରମୋଦ କୁମାର ଦାସ, ମନମୋହନ ମିଶ୍ର, ଗଣେଶ ପ୍ରସାଦ ରଥ, ଗୋଲଖ ଚନ୍ଦ୍ର ପଣ୍ଡା ପ୍ରମୁଖ ଅତିଥିଭାବେ ଯୋଗଦେଇ ଗୁରୁ ଓ ଆଦର୍ଶ ଛାତ୍ର ମଧ୍ୟରେ ସମ୍ପର୍କ ବକ୍ତବ୍ୟରେ କହିଥିଲେ । ଅଜୟ ମଲ୍ଳିକ ଅତିଥିପରିଚୟ ପ୍ରଦାନ କରିଥିବାବେଳେ ସତ୍ୟପ୍ରକାଶ ନାୟକ ସ୍ୱାଗତଭାଷଣ ଦେଇଥିଲେ । ଏହି ଅବସରରେ ପୁରାତନ ଛାତ୍ରଛାତ୍ରୀଙ୍କ ପକ୍ଷରୁ ମହାବିଦ୍ୟାଳୟର ଅଧ୍ୟକ୍ଷଙ୍କ ସମେତ ୨୦୦୧ ମସିହା ଠାରୁ ଏଯାବତ ସମସ୍ତ ପ୍ରାକ୍ତନ ଅଧ୍ୟକ୍ଷ ଓ ସେହି ସମୟରେ କାର୍ଯ୍ୟରତ ଅଧ୍ୟାପକ, ଅଧ୍ୟାପିକା, ଅଫିସ ସହାୟକଙ୍କ ସମେତ ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କୁ ୨୦୦୧ ବେଚ ଛାତ୍ର ଛାତ୍ରୀ ପକ୍ଷରୁ ସମ୍ବର୍ଦ୍ଧିତ ଓ ଗୁରୁପୂଜନ କରାଯାଇଥିଲା । ଏହି ଗୁରୁପୂଜନ କାର୍ଯ୍ୟକ୍ରମକୁ ଅଜିତ୍ ଦାସ, ଚିରଂଜୀବ ପଣ୍ଡା, ଗୌରାଙ୍ଗ ଜେନା, ପ୍ରଶାନ୍ତ ଜେନା, ପୁଷ୍ପରାଣୀ ସାହୁ, ସୁଚିତ୍ରା ପୃଷ୍ଠି, ଆନନ୍ଦ ସାହୁ, ତିଳୋତ୍ତମା ପଣ୍ଡା ପ୍ରମୁଖ ପରିଚାଳନା କରିଥିଲେ । ପରେ ବେଚର ଛାତ୍ର ଛାତ୍ରୀଙ୍କ ମଧ୍ୟରେ ଭାବବିନିମୟ ଅନୁଷ୍ଠିତ ହୋଇଥିଲା । ଶେଷରେ ପ୍ରାକ୍ତନ ଛାତ୍ରୀ ଦୀପ୍ତିରେଖା ରଥ ଧନ୍ୟବାଦ ଅର୍ପଣ କରିଥିଲେ । ସଭାପରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.