Home ଓଡ଼ିଶା ପ୍ରତିରକ୍ଷା ସଚିବ ହେଲେ ଡଃ ଅଜୟ କୁମାର

ପ୍ରତିରକ୍ଷା ସଚିବ ହେଲେ ଡଃ ଅଜୟ କୁମାର

177

ନୂଆ ଦିଲ୍ଲୀ ୨୩-୮ (ଓଡ଼ିଆ ପୁଅ) କେରଳ କ୍ୟାଡରର ୧୯୮୫ ବ୍ୟାଚର ଆଇଏଏସ ଅଧିକାରୀ ଡଃ ଅଜୟ କୁମାର ପ୍ରତିରକ୍ଷା ମନ୍ତ୍ରଣାଳୟର ସଚିବ ନିଯୁକ୍ତ ହୋଇଛନ୍ତି। କ୍ୟାବିନେଟ ନିଯୁକ୍ତି କମିଟି (ଏସିସି) ଡଃ କୁମାରଙ୍କ ନିଯୁକ୍ତିକୁ ମଞ୍ଜୁରି ପ୍ରଦାନ କରିଛି। ପଶ୍ଚିମ ବଙ୍ଗର ୧୯୮୨ ବ୍ୟାଚ ଅଫିସର ଶ୍ରୀ ସଞ୍ଜୟ ମିତ୍ରଙ୍କ କାର୍ଯ୍ୟକାଳ ଶେଷ ହେଉଥିବାରୁ ତାଙ୍କ ସ୍ଥାନରେ ଡଃ କୁମାରଙ୍କୁ ନିଯୁକ୍ତ କରାଯାଇଛି।

ଏସିସି ମଧ୍ୟ ସ୍ୱତନ୍ତ୍ର ପ୍ରତିରକ୍ଷା ସଚିବ ଶ୍ରୀ ସୁବାଷ ଚନ୍ଦ୍ରାଙ୍କୁ ପ୍ରତିରକ୍ଷା ଉତ୍ପାଦନ ସଚିବ ଭାବେ ନିଯୁକ୍ତ କରିଛନ୍ତି। ଡଃ କୁମାରଙ୍କ ସ୍ଥାନରେ ସେ ନିଯୁକ୍ତ ହେବେ। ଶ୍ରୀ ଚନ୍ଦ୍ରା ହେଉଛନ୍ତି କର୍ଣ୍ଣାଟକ କ୍ୟାଡରର ତଥା ୧୯୮୬ ବ୍ୟାଚର ଆଇଏଏସ ଅଧିକାରୀ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.