Home ଓଡ଼ିଶା ଛାତ୍ରସଂସଦ ନିର୍ବାଚନ ବାତିଲ୍ କୁ ଏ.ଆଇ.ଏସ୍ .ଏଫ.ର ନିନ୍ଦା

ଛାତ୍ରସଂସଦ ନିର୍ବାଚନ ବାତିଲ୍ କୁ ଏ.ଆଇ.ଏସ୍ .ଏଫ.ର ନିନ୍ଦା

296

ଭୁବନେଶ୍ୱର, ୨୩-୮ (ଓଡ଼ିଆ ପୁଅ) : ଚଳିତବର୍ଷ ଛାତ୍ର ସଂସଦ ନିର୍ବାଚନ ବାତିଲ୍ ସମ୍ପୂର୍ଣ୍ଣ ଅଗଣତାନ୍ତ୍ରିକ ଓ ଛାତ୍ର ବିରୋଧି। ବିଗତ କିଛିବର୍ଷ ଧରି ହିଂସା ଓ ବୃହତ୍ତର ସ୍ୱାର୍ଥର ଆଳ ଦେଖାଇ ଛାତ୍ରସଂସଦ ନିର୍ବାଚନକୁ ବାତିଲ୍ କରିଆସୁଛନ୍ତି। ଯେଉଁ ଛାତ୍ର ସଂସଦ ନିର୍ବାଚନ ବ୍ରିଟିଶ ଅମଳରେ ଅନେକ ତ୍ୟାଗ, ସଂଘର୍ଷ ଓ ବଳିଦାନ ଫଳରେ ଭାରତ ବର୍ଷର ଭବିଷ୍ୟତ ପିଢିମାନଙ୍କୁ ଗଣତାନ୍ତ୍ରିକ ଧାରାରେ ପରିଚିତ କରିବା ପାଇଁ ଏ.ଆଇ.ଏସ୍ .ଏଫ୍ . ନେତୃତ୍ୱରେ ଲଢେଇ କରି ଛାତ୍ର ସମାଜ ହାସଲ କରିଥିଲେ, ତାକୁ ସରକାର ଭ୍ରୁଲୁଣ୍ଠିତ କରୁଛନ୍ତି। ଛାତ୍ର ରାଜନୀତିରୁ ମନ୍ତ୍ରୀ ବନିଥିବା ଉଚ୍ଚଶିକ୍ଷା ମନ୍ତ୍ରୀ ନିଜେ ନିର୍ବାଚନ ବାତିଲ୍ ପାଇଁ ନିଷ୍ପତ୍ତି ନେବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ଯେଉଁ ହିଂସାର ଆଳ ଦେଖାଇ ନିର୍ବାଚନ ବାତିଲ କରାଯାଉଛି ସେହି ହିଂସାକୁ ଦୀର୍ଘବର୍ଷ ଧରି ସରକାରଙ୍କ ଗୃହ ବିଭାଗ ରୋକିବାରେ ଅସଫଳ ହୋଇଛି। ବିଭିନ୍ନ ରାଜନୈତିକ ଦଳର ପତ୍ୟକ୍ଷ ବା ପରୋକ୍ଷ ପ୍ରରୋଚନାରେ ନିର୍ବାଚନରେ ହିଂସାକାଣ୍ଡ ଘଟିଥାଏ। ମାତ୍ର ଏହାଠାରୁ ଭୟଙ୍କର ହିଂସାକାଣ୍ଡ ସାଧାରଣ ଓ ତ୍ରିସ୍ତରୀୟ ନିର୍ବାଚନରେ ମଧ୍ୟ ଦେଖିବାକୁ ମିଳିଥାଏ। ତେବେ ସେ ନିର୍ବାଚନକୁ କାହିଁକି ବାତିଲ୍ କରାଯାଏନାହିଁ ? କେନ୍ଦ୍ର ସରକାରଙ୍କ ଭଳି ରାଜ୍ୟ ସରକାର ମଧ୍ୟ ଗଣତନ୍ତ୍ରକୁ ହତ୍ୟା କରୁଛନ୍ତି। ଏଭଳି ଛାତ୍ରବିରୋଧି ନିଷ୍ପତ୍ତିକୁ ରାଜ୍ୟ ସରକାର ତୁରନ୍ତ ପ୍ରତ୍ୟାହାର ନ କଲେ ଆଗାମୀ ଦିନରେ ଏକ ବିଶାଳ ଛାତ୍ର ଆନ୍ଦୋଳନର ସାମ୍ନା କରିବେ ବୋଲି ଏ.ଆଇ.ଏସ୍ .ଏଫ୍ .ର ରାଜ୍ୟ ସଭାନେତ୍ରୀ ସଂଘମିତ୍ରା ଜେନା ଏକ ପ୍ରେସ୍ ବିବୃତ୍ତି ମାଧ୍ୟମରେ ଜଣାଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.