Home ଉପ ନିର୍ବାଚନ ପ୍ରଚାର ମୈଦାନକୁ ଓହ୍ଲାଇଲେ ବିଜେପି ପ୍ରାର୍ଥୀ ମାନସ ଦତ୍ତ

ପ୍ରଚାର ମୈଦାନକୁ ଓହ୍ଲାଇଲେ ବିଜେପି ପ୍ରାର୍ଥୀ ମାନସ ଦତ୍ତ

94

ବାଲେଶ୍ୱର, ୧୨ା୧୦ (ଓଡ଼ିଆ ପୁଅ/ଅଭୟ ଦାସ): ବାଲେଶ୍ୱର ସଦର ଉପ-ନିର୍ବାଚନ ପାଇଁ ବିଜେପି ପ୍ରାର୍ଥୀ ଭାବେ ପୂର୍ବତନ ବିଧାୟକ ସ୍ୱର୍ଗତ ଦନ ମୋହନ ଦତ୍ତଙ୍କ ସୁପୁତ୍ର ମାନସ ଦତ୍ତ ଆଜି ନିଜର ପ୍ରଚାର କାର୍ଯ୍ୟ ଶୁଭାରମ୍ଭ କରିଛନ୍ତି। ବିଜେପି ଜିଲ୍ଲା ସଭାପତି ଉମାକାନ୍ତ ମହାପାତ୍ରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଶ୍ରୀ ଦତ୍ତ ପୁରୁଣା ବାଲେଶ୍ୱରସ୍ଥିତ ବାବା ବାଣେଶ୍ୱର ମହାଦେବଙ୍କ ମନ୍ଦିରରେ ପୂଜାର୍ଚ୍ଚନା ସହ ପ୍ରଚାର କାର୍ଯ୍ୟ ଶୁଭାରମ୍ଭ କରାଯାଇଥିଲା। ବାପାଙ୍କ ପଦାଙ୍କ ଅନୁସରଣ ପୂର୍ବକ ମହାଦେବଙ୍କ ଆଶିଷ ଭିକ୍ଷା କରି ସେ ପ୍ରଚାରକୁ ଓହ୍ଲାଇଥିବା ପ୍ରାର୍ଥୀ ମାନସ ସୂଚନା ଦେଇଛନ୍ତି। ଦୀର୍ଘଦିନ ଧରି ସେ ସଦର ନିର୍ବାଚନମଣ୍ଡଳୀ ଲୋକଙ୍କ ସମସ୍ୟା ସହ ଜଡ଼ିତ ଥିବା ବେଳେ ଏବେ ସେମାନଙ୍କ ନିକଟକୁ ଯାଇ ଆସନ୍ତା ନିର୍ବାଚନ ବାବଦରେ କହିବାକୁ ପଡ଼ିବ ବୋଲି ଶ୍ରୀ ଦତ୍ତ କହିଛନ୍ତି। ଶାସକ ଦଳ ଭଳି ଅର୍ଥବଳ କିମ୍ବା ଏକାଧିକ ବିଧାୟକ ଓ ମନ୍ତ୍ରୀ ତାଙ୍କ ପାଇଁ ପ୍ରଚାର କରିବାକୁ ଆସୁନଥିବା ବେଳେ ଦଳୀୟ କର୍ମକର୍ତ୍ତା, ସଦସ୍ୟଙ୍କୁ ନେଇ ଲୋକଙ୍କ ନିକଟକୁ ଯିବାକୁ ପଡ଼ୁଛି ବୋଲି ସେ ପ୍ରକାଶ କରିଛନ୍ତି। ତେବେ ଦଳ ପକ୍ଷରୁ ଗଠିତ ନିର୍ବାଚନ ପ୍ରଚାର କମିଟିର ନିଷ୍ପତି କ୍ରମେ ଏହି ପ୍ରଚାର କାର୍ଯ୍ୟ ଆରମ୍ଭ ହୋଇଥିବା ବିଜେପି ଜିଲ୍ଲା ସଭାପତି ଶ୍ରୀ ମହାପାତ୍ର ସୂଚନା ଦେଇଛନ୍ତି। ତୃଣମୂଳ ସ୍ତରକୁ ଯାଇ ଡୋର କ୍ୟାମ୍ପେନିଂ ଜରିଆରେ ଭୋଟରଙ୍କ ନିକଟରେ ପହଞ୍ôଚବା ଉପରେ ଅଧିକ ଗୁରୁତ୍ୱ ଦିଆଯାଉଥିବା ସେ କହିଛନ୍ତି। ଏହି ପ୍ରଚାର କାର୍ଯ୍ୟ ଶୁଭାରମ୍ଭ ବେଳେ ବିଜେପି ସଦର ନିର୍ବାଚନମଣ୍ଡଳୀର ବହୁକର୍ମୀ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.