Home କୋରାପୁଟ ପ୍ରଗତି ଆନୁକୁଲ୍ୟରେ ବିଶ୍ୱ ପରିବେଶ ଦିବସ ପାଳିତ

ପ୍ରଗତି ଆନୁକୁଲ୍ୟରେ ବିଶ୍ୱ ପରିବେଶ ଦିବସ ପାଳିତ

100

କୋରାପୁଟ ୦୫-୦୬(ଓଡିଆ ପୁଅ /ରଂଜନ ଦାସ)କୋରାପୁଟ ବ୍ଲକ ଅନ୍ତର୍ଗତ କେନ୍ଦାର ଗ୍ରାମପଂଚାୟତର ଉପର ମାଙ୍ଗରା ଗ୍ରାମଠାରେ  ସ୍ୱେଛାସେବୀ ଅନୁଷ୍ଠାନ ପ୍ରଗତି ଆନୁକୁଲ୍ୟରେ ଏବଂ ଇଡିଲଗିଭ ଫାଉଣ୍ଡେସନ , ଆଇଫାଡ  ଓ ଅଷ୍ଟ୍ରେଲିଆନ ହାଇକମିଶନ ସହାୟତାରେ ବିଶ୍ୱ ପରିବେଶ ଦିବସ ପାଳିତ ହୋଇଯାଇଛି । ପ୍ରଗତି ଅନୁଷ୍ଠାନର ସଂପାଦକ ପ୍ରଭାକର ଅଧିକାରୀ ଉପସ୍ଥିତ ଯୁବକମାନଙ୍କୁ ବିଶ୍ୱ ପରିଦେଶ ଦିବସ ପାଳନ  ଉଦ୍ଦେଶ୍ୟ ସଂପର୍କରେ ଅବଗତ କରାଇଥିଲେ ।ଅଧା ଏକର ଜମିରେ ମଡେଲ  ଫାର୍ମ  ନିର୍ମାଣ କ୍ଷେତ୍ର  ଦିବସ ବୃକ୍ଷ ରୋପଣ କାର୍ଯ୍ୟକ୍ରମର ସେ ଶୁଭାରମ୍ଭ କରିଥିଲେ । କେନ୍ଦାର ଓ ମହାଦେଇପୁଟ ଗ୍ରାମ ପଂଚାୟତରୁ ଆସିଥିବା ୨୦ ଜଣ ଯୁବ ଚାଷୀଙ୍କୁ ଜଣ ପିଛା ୨୦୦ ଟି ଲେଖାଏଁ ଉନ୍ନତ କିସମର ଅମୃତଭଣ୍ଡା ଚାରା ଯୋଗାଇ ଦିଆଯାଇଥିଲା ।ଉକ୍ତ ମଡେଲ ଫାର୍ମ ଅବଶ୍ୟକ ଅର୍ଥର ୫୦ ପ୍ରତିଶତ ଚାଷୀ ଦେବାକୁ ଥିବା ବେଳେବାକି ୫୦ ପ୍ରତିଶତ ଅର୍ଥ ପ୍ରଗତି ତରଫରୁ ଯୋଗାଇ ଦିଆଯିବ ବୋଲି ସଂପାଦକ ଶ୍ରୀ ଅଧିକାରୀ ସୂଚନା ଦେଇଛନ୍ତି ।ଏହି କାର୍ଯ୍ୟକ୍ରମରେ ପ୍ରଗତିର ଟିମ ଲିଡର ୟୁ.ତିରପଡି ରାଓ ,ମୂରଲୀଧର ଅଧିକାରୀ ,ଡ.ରାକେଶ ପାଉଲ ,କାର୍ଯ୍ୟନିର୍ବାହୀ ସଂଯୋଜକ ସାମୁଏଲ ମାଝି ,ନିକୁଞ ବିହାରୀ ପଣ୍ଡା ପ୍ରମୁଖ ଯୋଗଦେଇଥିବା ବେଳେ ରୁତୁପୂର୍ଣ୍ଣା ରଣା  ଯୋଗଦେଇ ପରିଚାଳନା କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.