Home କନ୍ଧମାଳ ପ୍ରକୃତ ହିତାଧିକାରୀ ରାସନ ପାଇବାରେ ବଞ୍ଚିତ ଭୋକଉପବାସରେ କଟୁଛି ଦିନ

ପ୍ରକୃତ ହିତାଧିକାରୀ ରାସନ ପାଇବାରେ ବଞ୍ଚିତ ଭୋକଉପବାସରେ କଟୁଛି ଦିନ

162

ବାଲିଗୁଡା, ୧୭/୫ (ଓଡ଼ିଆ ପୁଅ/ସଞ୍ଜୟ କୁମାର ପାଣିଗ୍ରାହୀ) କେନ୍ଦ୍ର ଓ ରାଜ୍ୟ ସରକାର ଗରିବଙ୍କ ପାଇଁ ବିଭିନ୍ନ ଯୋଜନା ଏବଂ ପ୍ୟାକେଜମାନ ଘୋଷଣା କରୁଛନ୍ତି, କେହି ମଧ୍ୟ ଭୋକରେ ନ ରହିବା ପାଇଁ ସରକାର ଆଗୁଆ ତିନି ମାସର ରାସନ ଯୋଗାଇ ଦେଇଛନ୍ତି କିନ୍ତୁ କନ୍ଧମାଳ ଜ଼ିଲ୍ଲା ବାଲିଗୁଡା ଟାଉନ ରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି। ବାଲିଗୁଡା ଏନଏସିର ୬ ନମ୍ବର ୱାର୍ଡ ରେ ରହୁଥିବା ଶିବ ପ୍ରସାଦ ପଟ୍ଟନାୟକଙ୍କ ପରିବାରଙ୍କ ରାସନ କାର୍ଡ ନଥିବାରୁ ରାସନ ପାଇବାରେ ବଞ୍ଚିତ ରହିଛନ୍ତି। ଶିବପ୍ରସାଦ ବାଲିଗୁଡା ବଜ଼ାରରେ ଏକ ଛୋଟ ଘଣ୍ଟା ମରାମତି ଦୋକାନ କରି ଗୁଜୁରାଣ ମେଣ୍ଟାଉଛନ୍ତି। ଲକଡାଉନରେ ଦୋକାନ ବନ୍ଦ ହୋଇଯିବା ପରେ ଦୁଇସନ୍ତାନ ଓ ସ୍ତ୍ରୀ କୁ ଦାନା ଯୋଗାଡ କରିବା ମୁସ୍କିଲ ହୋଇପଡିଛି। ଏନେଇ ଶିବ ବହୁବାର ବାଲିଗୁଡା ବ୍ଲକ ପ୍ରଶାସନ, ଏନଏସି ଅଧିକାରୀ ଓ ଉପଜ଼ିଲ୍ଲାପାଳଙ୍କୁ ଲିଖିତ ଅଭିଯୋଗ କରିଥିଲେ ବି ଫଳଶୁନ। ଶିବଙ୍କ ପରିବାର ଦୀର୍ଘ କୋଡିଏ ବର୍ଷରୁ ଉର୍ଦ୍ଧହେବ ନୁଆସାହିରେ ଭଡ଼ାଘରେ ରହୁଛନ୍ତି। ବର୍ତ୍ତମାନ ନୁଆସାହି ର ଶାନ୍ତସୁନ୍ଦର ପଣ୍ଡାଙ୍କ ଭଡ଼ାଘରେ ରହୁଛନ୍ତି, ତାଙ୍କର ନିଜସ୍ଵ ଘର ମଧ୍ୟ ନାହିଁ। ଲକ ଡ଼ାଉନର ଅଵଧି ବୃଦ୍ଧି ପରିବାର ପାଇଁ ଚିନ୍ତାର କାରଣ ସାଜିଛି। ଲକ ଡ଼ାଉନ ସମୟରେ ରେ ଏନଏସି ଅଧିକାରୀ ଓ ଯୋଗାଣ ଅଧିକାରୀଙ୍କୁ ଭେଟି ସମସ୍ୟା ସମ୍ୱନ୍ଧରେ ଅବଗତ କରିଛନ୍ତି। ଏନେଇ ଯୋଗାଣ ଅଧିକାରୀ ସୂର୍ଯ୍ୟନାରାୟଣ ପାଣିଗ୍ରାହୀଙ୍କୁ ପଚାରିବାରୁ ତିନିବଖରା ପକ୍କାଘରେ ରହୁଥିବାରୁ ଯାଞ୍ଚବେଳେ ପଡିକାର୍ଡ କାଟିଦିଆଯାଇଛି। ସରକାରୀ ଅଧିକାରୀଙ୍କ ଭୁଲ ତଦନ୍ତ ହୋଇଥିବାରୁ ଜଣେ ପ୍ରକୃତ ହିତାଧିକାରୀ ରାସନପାଇବାରେ ବଞ୍ଚିତ ହୋଇଥିବା ଅଭିଯୋଗ ହେଉଛି। ଉପଖଣ୍ଡ ପ୍ରଶାସନ ପୁନଃ ତଦନ୍ତକରି ରାସନକାର୍ଡ ଯୋଗାଇ ଦେବାକୁ ଜ଼ିଲ୍ଲା ବିଜେପି ସଭାପତି ଜଗନ୍ନାଥ ସାହୁ ଓ ବରିଷ୍ଠ ବିଜେପି ନେତା କମଳାକାନ୍ତ ପାଣ୍ଡେ ଦାବି କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.