Home ଓଡ଼ିଶା ଖଜୁରୀପଡ଼ା ଏଟିଏମରେ ୫୦୦ଟଙ୍କିଆ ନୋଟ ବଦଳରେ ମିଳୁଛି ୫ଟଙ୍କା

ଖଜୁରୀପଡ଼ା ଏଟିଏମରେ ୫୦୦ଟଙ୍କିଆ ନୋଟ ବଦଳରେ ମିଳୁଛି ୫ଟଙ୍କା

402

କନ୍ଧମାଳ ୧୮-୫ (ଓଡ଼ିଆ ପୁଅ/ସଞ୍ଜୟ କୁମାର ପାଣିଗ୍ରାହୀ) କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ଷ୍ଟେଟ ବ୍ୟାଙ୍କ ଏଟିଏମ ରେ ଦେଖିବାକୁ ମିଳିଛି ଅଦ୍ଭୁତଗତ ତ୍ରୁଟି ଅଭିଯୋଗ ଖଜୁରୀପଡ଼ା ଷ୍ଟେଟବ୍ୟାଂକ ଏଟିଏମ ରୁ ଚଳିତ ମାସ ୬ ତାରିଖରେ ରଣପାଟୁଳି ଗ୍ରାମ ର ଅଜୟ କୁମାର ସାହୁ ଏଟିଏମ ରୁ ୫ ହଜାର ଟଙ୍କା ଉଠାଣ କରିଥିବା ବେଳେ ୯ ଗୋଟି ୫ ଶହ ଟଙ୍କିଆ ନୋଟ୍ ଆସିଥିବା ବେଳେ ଗୋଟିଏ ୫ ଟଙ୍କିଆ ନୋଟ୍ ଆସିଥିଲା। ଅଜୟ ଟଙ୍କା ଗଣିବା ପରେ ୪ ହଜାର ୫ ଶହ ୫ ଟଙ୍କା ରହିଥିବା ଦେଖି ବ୍ୟାଙ୍କ ମ୍ୟାନେଜର ଙ୍କୁ ଅଭିଯୋଗ କରିବା ପରେ ମ୍ୟାନେଜରଙ୍କ ପରାମର୍ଶ ଅନୁଯାୟୀ ଅନଲାଇନ୍ ଅଭିଯୋଗ ମଧ୍ଯ କରିଥିଲେ।କିନ୍ତୁ ଏଯାଏଁ ଏଟିଏମ କର୍ତ୍ତୃପକ୍ଷ ସମସ୍ୟା ସମାଧାନ କରିନଥିବାରୁ ସେ ଅସନ୍ତୋଷ ପ୍ରକାଶ କରିବା ସହ ଭବିଷ୍ଯତ ରେ ଯେଭଳି ଅନ୍ୟ ଗ୍ରାହକ ଙ୍କ ସମସ୍ୟା ନହୁଏ ସେଥିପ୍ରତି କତ୍ତୃପକ୍ଷ ଧ୍ଯାନ ଦେବାକୁ ଦାବୀ କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.