Home ଓଡ଼ିଶା ପ୍ରକାଶ୍ୟ ଦିବାଲୋକରେ ମହିଳାଙ୍କ ଠାରୁ ଲୁଟିନେଲେ ଲକ୍ଷାଧିକ ଟଙ୍କା

ପ୍ରକାଶ୍ୟ ଦିବାଲୋକରେ ମହିଳାଙ୍କ ଠାରୁ ଲୁଟିନେଲେ ଲକ୍ଷାଧିକ ଟଙ୍କା

186

ଓଡିଆ ପୁଅ(ଦେବୀ ପ୍ରସାଦ ଆଚାର୍ଯ୍ୟ)୧୮/୦୯-ନୟାଗଡ ଜିଲ୍ଲ୍‌ା ଚାନ୍ଦପୁର ଥାନା ଅଂଚଳରେ ପୁଣି ମାତିଲେ ପଲ୍‌ସର୍ ଏର୍‌ଗୁଲ୍ଲା ଗ୍ରୁପ୍ । ଦିନ ଦ୍ୱି ପ୍ରହରରେ ଚାନ୍ଦପୁର ମେଡିକାଲ୍ ଛକରୁ ମହିଳାଙ୍କ ଠାରୁ ଝିଙ୍କି ନେଲେ ଏକ ଲକ୍ଷ ତେପନ ହଜାର ଟଙ୍କା । ମହିଳା ଜଣଙ୍କ ମୋଟର୍ ସାଇକେଲ୍ ରୁ ପଡି ଗୁରୁତର । ଘଟଣାରୁ ପ୍ରକାଶ ଯେ ଚାନ୍ଦପୁର   ଷ୍ଟେଟ୍ ବ୍ୟାଙ୍କରୁ ଅରଖପଦା ଗ୍ରାମର ଯୋଗେନ୍ଦ୍ର ପାତ୍ର ଓ ତାଙ୍କ ସ୍ତ୍ରୀ ସୁଲୋଚନା ପାତ୍ର ଦିନ ଗୋଟାଏ ବେଳେ ଷ୍ଟେଟ୍ ବ୍ୟାଙ୍କରୁ ଏକ ଲକ୍ଷ ତେପନ ହଜାର ଟଙ୍କା ଉଠାଇ ଘରକୁ ଫେରୁଥିଲେ । ଚାନ୍ଦପୁର ମେଡିକାଲ୍ ଛକ ହମ୍ପ୍‌ସ୍ ନିକଟରେ ପଛପଟୁ ଏକ କଳା ପଲ୍‌ସର୍ ଆସି ସୁଲୋଚନା ପାତ୍ର ଧରିଥିବା ଟଙ୍କା ବ୍ୟାଗ୍‌ଟିକୁ ଝିଙ୍କି ନେଇ ପଳାଇଥିଲେ । କିନ୍ତୁ ଯୋଗେନ୍ଦ୍ର ପାତ୍ରଙ୍କ ମେଟର୍ ସାଇକେଲ୍ ରୁ ତାଙ୍କ ସ୍ତ୍ରୀ ଲହୁଲୁହାଣ ହୋଇ ପଡିଥିଲେ ମଧ୍ୟ ପଲ୍‌ସର୍ ଚୋରଙ୍କ ପଛରେ ଗୋଡାଇ ଗୋଡାଇ ନିରାଶ ହୋଇ ଫେରିଥିଲେ ।

ସ୍ଥାନୀୟ ଲୋକମାନେ ଆମ୍ବୁଲାନ୍‌ସ୍ ଯୋଗେ ଆହତ ସୁଲୋଚନା ପାତ୍ରଙ୍କୁ ଟାଙ୍ଗି ସ୍ୱାସ୍ଥ୍ୟକେନ୍ଦ୍ରକୁ ଚିକିତ୍ସା ପାଇଁ ପଠାଇଥିବା ଜଣାପଡିଛିା । ଚାନ୍ଦପୁର ଥାନା ଇନିସ୍ ପେକ୍ଟର୍ ରଶ୍ମିରଂଜନ ଦାସଙ୍କ ସହ ଯୋଗାଯୋଗ କରିବାରେ କୁହନ୍ତି କୋଭିଡ୍ କଟକଣା ମଧ୍ୟରେ ଲୁଟ୍ ଅଭିଯୋଗ ମଧ୍ୟ ଥାନାରେ ହୋଇଅଛି । ଏହି ଲୁଟ୍ ଘଟଣା ଚାନ୍ଦପୁର ଥାନା ଇନିସ୍ ପେକ୍ଟର୍ ରଶ୍ମିରଂଜନ ଦାସଙ୍କ ପ୍ରତି ଏର୍‌ଗୁଲ୍ଲା ଲୁଟେରା ଗ୍ରୁପ୍‌ର ଗୋଟେ ଚ୍ୟାଲେଞ ବୋଲି ଜନସାଧାରଣରେ ଆଲୋଚନା ହେଉଛି । କାରଣ ଇନିସ୍ ପେକ୍ଟର୍ ରଶ୍ମିରଂଜନ ଦାସ ପୂର୍ବରୁ ରଣପୁର ଥାନାରେ କାର୍ଯ୍ୟ କରୁଥିବା ବେଳେ ରଣପୁର ଅଂଚଳରୁ ଲୁଟେରା ,ଚୋରି ସହ ଅସାମାଜିକ ଯୁବକମାନଙ୍କୁ ଜେଲ୍ ହାଜତ ଭିତରକୁ ପଠାଇଥିଲେ । ଯାହା ଦ୍ୱାରା କି  ଇନିସ୍ ପେକ୍ଟର୍ ରଶ୍ମିରଂଜନ ଦାସଙ୍କ ପ୍ରତି ରଣପୁର ଥାନା ଅଂଚଳରେ ଚୋର ,ଡକାୟତ ଓ ଅସାମାଜିକ ବ୍ୟକ୍ତିମାନେ ଭୟଭୀତ ହୋଇପଡିଥିଲେ । ପୁଣି ଭଞନଗର ଓ ଆସିକା ଅଂଚଳରୁ କଳା ପଲ୍‌ସର୍‌ଧାରୀ ଏର୍ ଗୁଲ୍ଲା ଗ୍ରୁପ୍ ଦିନ ଦ୍ୱି ପ୍ରହରରେ ଛକ ଉପରୁ ଲୁଟ୍ କରି ପୋଲିସ୍ କୁ ଚ୍ୟାଲେଞ୍ ଦେଇଥିବା ଆଲୋଚନା ହେଉଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.