Home ଜିଲ୍ଲା ପରିକ୍ରମା ପୌର ପରିଷଦ ପକ୍ଷରୁ ସହରର ରାସ୍ତାକଡ଼ ଦେକାନିଙ୍କୁ ଉଚ୍ଛେଦ ସହ ଭେଣ୍ଡିଁଙ୍ଗ ଜୋନରେ ୧୧ ଜଣଙ୍କୁ...

ପୌର ପରିଷଦ ପକ୍ଷରୁ ସହରର ରାସ୍ତାକଡ଼ ଦେକାନିଙ୍କୁ ଉଚ୍ଛେଦ ସହ ଭେଣ୍ଡିଁଙ୍ଗ ଜୋନରେ ୧୧ ଜଣଙ୍କୁ ଥଇଥାନ

44

ବଲାଙ୍ଗୀର ୨୦ -୧୧ (ଓଡ଼ିଆ ପୁଅ/ସନ୍ତୋଷ ନାୟକ) ଟିଟିଲାଗଡ ସହରରେ ଦିନକୁ ଦିନ ଜନସଂଖ୍ୟା ବୃଦ୍ଧି ତଥା ଅହେତୁକ ଯାନ, ବାହାନ ବୃଦ୍ଧି ଏବଂ ମୁଖ୍ୟତଃ ରାସ୍ତା କଡର ଜବର୍ ଦଖଲ ଯୋଗୁଁ ଦିନ କୁ ଦିନ ଏହି ସମସ୍ୟା ଉତ୍କଟ ରୂପ ଧାରଣ କରି ପ୍ରଶାସନ ପାଇଁ ମୁଣ୍ଡ ବିନ୍ଧାର କାରଣ ପାଲଟିଥିବା ବେଳେ ଏହାକୁ ନିୟତ୍ରଣ କରିବା ଉଚ୍ଛେଦ ଓ ଥଇଥାନ ବ୍ୟବସ୍ଥା ଆରମ୍ଭ କରାଯାଇଛି। ସହର ମଧ୍ୟରେ ବେଆଇନ ପାର୍କିଂ ତଥା ଉଠା ଦୋକାନୀ ଙ୍କୁ ଉଚ୍ଛେଦ କରିବା ପାଇଁ ଏବଂ ଦେକାନ ଗୃହ ବାହାରେ ମୁଖ୍ୟ ରାସ୍ତାକୁ ମାଡ଼ି ବସିଥିବା ଦୋକାନୀ ମାନଙ୍କୁ ନିଜ, ନିଜ ସୀମା ମଧ୍ୟରେ ରହିବା ପାଇଁ ଗତ କିଛିଦିନ ଧରି ପୌର ପରିଷଦ କାର୍ଯ୍ୟାଳୟ ପକ୍ଷରୁ ଡ଼ାକବାଜି ଯନ୍ତ୍ର ମାଧ୍ୟମରେ ଘୋଷଣା କରାଯାଇଥିଲେ ମଧ୍ୟ କିଛି କ୍ଷୁଦ୍ର ବ୍ୟବସାୟୀ ମାନେ ଏହାକୁ ଅଣଦେଖା କରିଥିଲେ।ଫଳରେ ପୌର ପରିଷଦ ପକ୍ଷରୁ ପୌର ନିର୍ବାହୀ ଅଧିକାରୀ ତଥା ଟିଟିଲାଗଡ ଉପଜିଲ୍ଲାପାଳ ମହାଜନ ମନୋଜ ସତ୍ୟବାନ, ଟିଟିଲାଗଡ ଏସ ଡିପିଓ ସୁରେନ୍ଦ୍ରନାଥ ଶତପଥୀ, ଅତିରିକ୍ତ ତହସିଲଦାର କର୍ଣ୍ଣ ମଲ୍ଲିକ ଏବଂ ପୋଲିସ ଟିମ ଓ ପୌର କର୍ମଚାରୀ ଙ୍କ ଏକ ମିଳିତ ଟିମ୍ ବାହାରି ଉପଜିଲ୍ଲାପାଳ ନିଜେ ଉପସ୍ଥିତ ଏହି ଆଜି ସକାଳୁ ସହରର ପେଟ୍ରୋଲ ପମ୍ପ ଛକ ଠାରୁ ମାଉସୀ ମା ମନ୍ଦିର ଛକ ପର୍ଯ୍ୟନ୍ତ ରାସ୍ତା କଡର ଉଠା ଦୋକାନି ଙ୍କୁ ଉଠାଇ ଜବର ଦାଖଲ ଉଚ୍ଛେଦ କରିଥିଲେ। ବଲାଙ୍ଗୀର ଜିଲ୍ଲାର ଟିଟିଲାଗଡ ଏକ ମୁଖ୍ୟ ସହର ହୋଇଥିବା ବେଳେ ଏଠାରେ କୋର୍ଟ, କଚେରି, ତହସିଲ ଅଫିସ, ମୁଖ୍ୟ ଡାକଘର ସମେତ ଚିକିତ୍ସାଳୟ ମଧ୍ୟ ରହିଛି।ଅପର ପକ୍ଷରେ ଦେଶ ର ଏହା ଏକ ପ୍ରମୁଖ ରେଳ ଜଙ୍କସନ ହୋଇଥିବା ଯୋଗୁଁ ପ୍ରତିଦିନ ଏଠାରେ ହଜାର ହଜାର ରେଳ ଯାତ୍ରୀ ଙ୍କ ଯାତାୟାତ ମଧ୍ୟ ହୋଇଥାଏ।ସହର ର ସମସ୍ତ ମୁଖ୍ୟ ରାସ୍ତା ଅଣ ଓସାରିଆ ହୋଇଥିବା ଯୋଗୁଁ ଅନେକ ଯାନ ବାହାନ ବିଭିନ୍ନ ଦୋକାନ ସମ୍ମୁଖରେ ରହି ନିୟମିତ ଟ୍ରାଫିକ ସମସ୍ୟା ସୃଷ୍ଟି କରୁଛି।ସହର ମଧ୍ୟରେ ବିଭିନ୍ନ ବ୍ୟାଙ୍କ ରାସ୍ତା ଉପରେ ଥିବାବେଳେ ସେମାନଙ୍କ ନିଜସ୍ଵ ପାର୍କିଂ ବ୍ୟବସ୍ଥା ନ ଥିବା ଯୋଗୁଁ ବ୍ୟାଙ୍କ କାରବାର ସମୟରେ ରାସ୍ତା ଜାମ ଭଳି ପରିସ୍ଥିତି ପ୍ରତିଦିନ ସୃଷ୍ଟି ହୋଇଥାଏ।ଟ୍ରାଫିକ ସମସ୍ୟା ଯୋଗୁଁ ସହର ମଧ୍ୟରେ ବାରମ୍ବାର ବିଭିନ୍ନ ଦୁର୍ଘଟଣା ଘଟି ଅନେକ ଧନ ଜୀବନ ନଷ୍ଟ ହେଉଥିବା ମଧ୍ୟ ନଜିର ରହିଛି। ରାସ୍ତା ଉପରେ ଗାଇ ଗୋରୁ ନ ଛାଡ଼ିବା ପାଇଁ ମଧ୍ୟ ପୌର ପରିଷଦ ତରଫରୁ ଡ଼ାକବାଜି ଯନ୍ତ୍ର ମାଧ୍ୟମରେ ଅନେକ ଥର ତାଗିଦ କରାଯାଇଥିଲା ବେଳେ ଲୋକେ ଏହାକୁ ଭ୍ରୁକ୍ଷେପ କରୁ ନଥିବା ଦେଖାଯାଇଛି। ସହର ମଧ୍ୟରେ ଟ୍ରାଫିକ ନିୟନ୍ତ୍ରଣ ଉଦ୍ଦେଶ୍ୟରେ କିଛିଦିନ ତଳେ ଟିଟିଲାଗଡ ଉପଜିଲ୍ଲାପାଳ ପତ୍ର ସଂଖ୍ୟା ୫୨୫୪/୧୨.୧୧.୨୦୨୧ ମାଧ୍ୟମରେ ଏକ ଆଦେଶ ଜାରି କରି ସହର ମଧ୍ୟକୁ ସକାଳ ୬ ଘଣ୍ଟା ରୁ ରାତି ୧୦ ଘଣ୍ଟା ପଯ୍ୟନ୍ତ ସମସ୍ତ ବ୍ୟବସାୟିକ ଭାରି ଯାନ ର ପ୍ରବେଶ କୁ ନିଷେଧ କରିଥିବା ବେଳେ କେବଳ ପିଡିଏସ ଯୋଗାଣ ଗାଡ଼ି କୁ ଅନୁମତି ଦିଆଯାଇଛି। ତେବେ ରାସ୍ତା କଡ଼ ର ଜବର ଦଖଲ ଉଚ୍ଛେଦ କରାଯିବାସହ ୧୧ ଜଣ ଉଠା ଦୋକାନୀଙ୍କୁ ଲଟେରୀ ମାଧ୍ୟମରେ କିଛିଦିନ ପୂର୍ବରୁ ସ୍ଥାନୀୟ ବିଧାୟିକା ତଥା ମନ୍ତ୍ରୀ ଙ୍କ ଦ୍ଵାରା ଉଦଘାଟିତ ହୋଇଥିବା ଭେଣ୍ଡିଙ୍ଗ ଜୋନ ରେ ଥଇଥାନ କରାଯାଇଛି। ତେବେ ଉପଜିଲ୍ଲାପାଳ ଙ୍କ ଏହି ପଦକ୍ଷେପ କୁ ସହରର ବୁଦ୍ଧିଜୀବୀ ମହଲରେ ସ୍ବାଗତ କରାଯାଇଥିବା ବେଳେ ଏହାର ସ୍ଥାୟୀ ସମାଧାନ ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ଜନ ସାଧାରଣ ରେ ଦାବି ଉଠିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.