Home ଜିଲ୍ଲା ପରିକ୍ରମା ସତ୍ୟସାଇ ସେବା ସଂଗଠନ ଭାରତ ପକ୍ଷରୁ ରକ୍ତଦାନ ଶିବିର ଅନୁଷ୍ଠିତ

ସତ୍ୟସାଇ ସେବା ସଂଗଠନ ଭାରତ ପକ୍ଷରୁ ରକ୍ତଦାନ ଶିବିର ଅନୁଷ୍ଠିତ

116

ବଲାଙ୍ଗୀର ୨୦ -୧୧ (ଓଡ଼ିଆ ପୁଅ/ସନ୍ତୋଷ ନାୟକ) ସତ୍ୟସାଇ ସେବା ସଂଗଠନ ଟିଟିଲାଗଡ ସମିତି ଅନ୍ତର୍ଗତ ଖୋଲାନ ଭଜନ ମଣ୍ଡଳୀ ପରିସରରେ ସତ୍ୟ ସାଇ ବାବା ଙ୍କ ୯୬ ତମ ଜୟନ୍ତୀ ଉପଲକ୍ଷେ ଏକ ରକ୍ତ ଦାନ ଶିବିର କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ସତ୍ୟ ସାଇ ସଂଗଠନ ପକ୍ଷରୁ ସାରା ଦେଶରେ ପ୍ରେମ ସଂଜୀବନୀ ନାମକ କାର୍ଯ୍ୟକ୍ରମ ଅନ୍ତର୍ଗତ ରକ୍ତଦାନ ଶିବିର ଆୟୋଜିତ ହେଉଥିବା ବେଳେ ଏହି ପରିପ୍ରେକ୍ଷୀରେ ଟିଟିଲାଗଡ ସତ୍ୟ ସାଇ ସଂଗଠନ ପକ୍ଷରୁ ଏହି ରକ୍ତଦାନ ଶିବିର ଆୟୋଜିତ କରାଯାଇଛି।ସଂଗଠନ ର ଜିଲ୍ଲା ସଭାପତି କ୍ଷୀରୋଦ ସାହୁ ଏବଂ ଟିଟିଲାଗଡ ସମିତି ର ସମସ୍ତ ସଦସ୍ୟ ଏହି କାର୍ଯ୍ୟକ୍ରମ ରେ ଉପସ୍ଥିତ ରହି ସଂପୂର୍ଣ୍ଣ ସହଯୋଗ କରିଥିବା ବେଳେ ଖୋଲାନ୍ ଭଜନ ମଣ୍ଡଳୀ ର ଆବାହକ ସତ୍ୟ ନାରାୟଣ ପଟେଲ, ରାକେଶ ସାହୁ, ଛନ୍ଦା ଚରଣ ସ୍ୱାଇଁ, ଚୈତନ୍ୟ ନାୟକ, ଶିବ ସ୍ୱାଇଁ, ପୂଜା ପଟେଲ, ଯାଜ୍ଞସେନି ପୁଟେଲ, ତନୁଜା ନାୟକ, ସୁପ୍ରିୟା ସ୍ୱାଇଁ, ଧରିତ୍ରୀ ନାୟକ ପ୍ରମୁଖ ଙ୍କ ସହ ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ। ଟିଟିଲାଗଡ ରକ୍ତ ଭଣ୍ଡାର ର ବରିଷ୍ଠ ପରିଚାଳକ ଗଜେନ୍ଦ୍ର ନାଥ ରାଉତ ଓ ଜୟରାମ ମଛଖଣ୍ଡ ଉପସ୍ଥିତି ରହି ରକ୍ତ ସଂଗ୍ରହ କାର୍ଯ୍ୟ ସମ୍ପାଦନ କରିଥିଲେ। ଆୟୋଜିତ ଏହି ରକ୍ତଦାନ ଶିବିରରେ ୨୮ ଜଣ ସତ୍ୟ ସାଇ ସଂଗଠନ ର କର୍ମକର୍ତ୍ତା ରକ୍ତ ଦାନ କରିଥିଲେ। ଚଳିତ ମାସ ଶେଷ ପର୍ଯ୍ୟନ୍ତ ପ୍ରେମ ସଂଜୀବନୀ କାର୍ଯ୍ୟକ୍ରମ ଅନ୍ତର୍ଗତ ବିଭିନ୍ନ ସ୍ଥାନରେ ରକ୍ତଦାନ ଶିବିର ଆୟୋଜିତ ହେବାକୁ ଥିବା ନେଇ ଜିଲ୍ଲା ସଭାପତି କ୍ଷୀରୋଦ ସାହୁ ପ୍ରକାଶ କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.