Home ଓଡ଼ିଶା ପୌରାଚଂଳ ସହ ବିଭିନ୍ନ ବ୍ଲକରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ସ୍ମାର୍ଟ କାର୍ଡ ବଟିଂଲେ ମନ୍ତ୍ରୀ...

ପୌରାଚଂଳ ସହ ବିଭିନ୍ନ ବ୍ଲକରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ସ୍ମାର୍ଟ କାର୍ଡ ବଟିଂଲେ ମନ୍ତ୍ରୀ ମାନେ

54

ମାଲକାନଗିରି,୨୪ା୮ (ଓଡିଆ ପୁଅ ) ମାଲକାନଗିରି ପୌରପରିଷଦ ଅଚଂଳରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ହେଲ୍‌ଥ ସ୍ମାର୍ଟ କାର୍ଡ ବଟଂନ କରିଛନ୍ତି ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା । ଚିଦାନନ୍ଦ ସାହି ପ୍ରାଥମିକ ବିଦ୍ୟାଳୟ ପରିସରରେ ପୌରପରିଷଦ ନିର୍ବାହି ଅଧିକାରୀ ତ୍ରୀଶୁଳ ମାର୍ଡି ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଟିତ ସଭାରେ ମୁଖ୍ୟଅତିଥି ଭାବେ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ଯୋଗ ଦେଇ ବିଜୁ ସ୍ୱାସ୍ଥ୍ୟକଲ୍ୟାଣ ଯୋଜନାର ହେଲ୍‌ଥ ସ୍ମାର୍ଟ କାର୍ଡ ହିତାଧିକାରୀ ମାନଙ୍କୁ ବାଟିଂଛନ୍ତି । ଚିଦାନନ୍ଦ ସାହିରେ ୩୦୦ଜଣ ହିତାଧିକାରୀ ଙ୍କୁ ହେଲ୍‌ଥ ସ୍ମାର୍ଟ କାର୍ଡ ବଟାଂଯିବା ପାଇଁ ବ୍ୟବସ୍ଥା ହୋଇଛି । ଏହି କାର୍ଯ୍ୟକ୍ରମରେ ଅନ୍ୟାନ ମାନଙ୍କ ମଧ୍ୟରେ ପୌରପରିଷଦ ପୁବ ର୍ତନ ଉପାଧ୍ୟକ୍ଷ ମନୋଜ କୁମାର ବାରିକ,ସମାଜସେବୀ ଓ ଜିଲ୍ଲା ସାମ୍ବାଦିକ ସମନ୍ୱୟ କମଟି ଅଧ୍ୟକ୍ଷ ରତ୍ନାକରଦାଶ, ବିଜେଡି ଯୁବନେତା ଜଗବନ୍ଧୁ ପରିଆଡି,ହୃଦାନନନ୍ଦ ସାହୁ,ପୌରପରିଷଦ କନିଷ୍ଟ ଯନ୍ତ୍ରୀ ଲିଙ୍ଗରାଜ ପାଳ ପ୍ରମୁଖ ଉପସ୍ଥିତ ଥିଲେ ।ଗତ ଦୁଇଦିନହେଲା ପୌରାଚଂଳରେ ହେଲ୍‌ଥ ସ୍ମାର୍ଟ କାର୍ଡ ବାଟିଂବାପରେ ମନ୍ତ୍ରୀ ଭୁବନେଶ୍ୱରକୁ ପ୍ରତ୍ୟାବର୍ତନ କରିଛନ୍ତି ।ଠିକ ସେହିପରି କାଲିମେଳା ବ୍ଲକ ରେ ମନ୍ତ୍ରୀ ଜଗନ୍ନାଥ ସାରକା,ଖଇରପୁଟ ବ୍ଲକରେ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ,ମାଥିଲି ବ୍ଲକରେ ମନ୍ତ୍ରୀ ଅରୁଣ କୁମା ସାହୁ,କୋରକୁଣ୍ଡା ବ୍ଲକରେ ମନ୍ତ୍ରୀ ତୁଶାରକାନ୍ତି ବେହେରା,ପଡିଆ ବ୍ଲକରେ ମନ୍ତ୍ରୀ ନବକୋଶାର ଦାଶ,ମାଲକାନଗିରି ବ୍ଲକରେ ମନ୍ତ୍ରୀ ସମୀର ରଂଜନ ଦାଶ,ବାଲିମେଳା ଏନଏଏସିରେ କୁନା ତ୍ରୀପାଠୀ ହିତାଧିକାରୀ ମାନଙ୍କୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ସ୍ମାର୍ଟ କାର୍ଡ ବଟଂନ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.