Home ଜିଲ୍ଲା ପରିକ୍ରମା ପୋଷ୍ଟାଲ ନିର୍ଦ୍ଦେଶକଙ୍କ ଜିଲ୍ଲା ମୁଖ୍ୟ ଡାକଘର ପରିଦର୍ଶନ

ପୋଷ୍ଟାଲ ନିର୍ଦ୍ଦେଶକଙ୍କ ଜିଲ୍ଲା ମୁଖ୍ୟ ଡାକଘର ପରିଦର୍ଶନ

50

ବାଲେଶ୍ୱର, ୨୪ା୬ (ଓଡ଼ିଆ ପୁଅ/ଅଭୟ ଦାସ) : ଓଡ଼ିଶା ଡାକ ପରିମଣ୍ଡଳର ନିର୍ଦ୍ଦେଶକ ଆଦିତ୍ୟ କୁମାର ନାୟକ ଆଜି ବାଲେଶ୍ୱର ପ୍ରଧାନ ଡାକ ଘର ପରିଦର୍ଶନ କରିଛନ୍ତି। ସେ ଭୁବନେଶ୍ୱରରୁ ଆସି ପ୍ରଧାନ ଡାକଘରେ ପହଞ୍ଚି ଉପସ୍ଥିତ ସମସ୍ତ କର୍ମଚାରୀଙ୍କ ସହିତ ଡାକ ବିଭାଗର କାର୍ଯ୍ୟ ସମ୍ପର୍କରେ ବିଭିନ୍ନ ଆଲୋଚନା ଓ ପର୍ଯ୍ୟାଲୋଚନା କରିଥିଲେ। ଆଲୋଚନା ବେଳେ ବାଲେଶ୍ୱର ପୋଷ୍ଟାଲ ଡିଭିଜନର ସୁପରିନଟେଣ୍ଡେଣ୍ଟ ବାଳକୃଷ୍ଣ କର, ସହ ଅଧୀକ୍ଷକ ରବିନାରାୟଣ ବେହେରା, ପୋଷ୍ଟ ମାଷ୍ଟର ଉମାକାନ୍ତ ଲେଙ୍କା ପ୍ରମୁଖ ଉପସ୍ଥିତ ଥିଲେ। ଆଲୋଚନା ପରେ ପୋଷ୍ଟ ଅଫିସ ସମ୍ମୁଖରେ ଥିବା ପାର୍କରେ ବୃକ୍ଷ ରୋପଣ କରିଥିଲେ ଓ କରୋନା ସମ୍ପର୍କରେ ନିଆଯାଇଥିବା ପ୍ରତିଷେଧକ ବ୍ୟବସ୍ଥା ବୁଲି ଦେଖିଥିଲେ। ଡାକ ବିଭାଗର ବିଭିନ୍ନ ବ୍ୟବସାୟିକ କାର୍ଯ୍ୟଧାରାର ଉନ୍ନତି ପାଇଁ କର୍ମଚାରୀମାନଙ୍କର ମନୋବଳ ବୃଦ୍ଧି ଉପରେ ସେ ଗୁରୁତ୍ୱାରୋପ କରିଥିଲେ। ନିର୍ଦ୍ଦେଶକଙ୍କ ପରିଦର୍ଶନ କାର୍ଯ୍ୟକ୍ରମରେ ଡାକ ନିରୀକ୍ଷକ ସପନ କୁମାର ପାଣିଗ୍ରାହୀ ଓ ପୋଷ୍ଟାଲ ଲୋକ ସମ୍ପର୍କ ନିରୀକ୍ଷକ ମନୋଜ କୁମାର ବେହେରା ପ୍ରମୁଖ ସହଯୋଗ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.