Home ଜିଲ୍ଲା ପରିକ୍ରମା ଅବହେଳିତ ବସ୍ତି ଶିଶୁଙ୍କ ସହ ଜନ୍ମଦିନ ପାଳିଲେ‘ପ୍ରୟାଂଶ’

ଅବହେଳିତ ବସ୍ତି ଶିଶୁଙ୍କ ସହ ଜନ୍ମଦିନ ପାଳିଲେ‘ପ୍ରୟାଂଶ’

74

ବାଲେଶ୍ୱର, ୨୪ା୬ (ଓଡ଼ିଆ ପୁଅ/ଅଭୟ ଦାସ) : କରୋନା ମହାମାରୀ ସମୟରେ ଅତ୍ୟନ୍ତ ଦୟନୀୟ ସ୍ଥିତିରେ ଥିବା ଗରିବ ଓ ଦୁଃଖୀଙ୍କ ଗହଣରେ ନଜର ଜନ୍ମଦିନ ପାଳନ କରି ରେମୁଣା ଅଞ୍ଚଳର ୫ ବର୍ଷର ପ୍ରୟାଂଶ ଅନ୍ୟମାନଙ୍କ ପାଇଁ ପ୍ରେରଣା ହୋଇପାରିଛନ୍ତି। ସେ ନିଜର ଜନ୍ମ ଦିନକୁ ଧୁମଧାମରେ ପାଳନ ନ କରି ଗରିବ, ନିଃସହାୟ ଲୋକଙ୍କ ମୁହଁରେ ହସ ଫୁଟାଇବାକୁ ଚେଷ୍ଟା କରିଛନ୍ତି। ତାଙ୍କର ଏହି ମହତ କାର୍ଯ୍ୟରେ ‘ଆଚ୍ଛା’ ସ୍ୱେଚ୍ଛାସେବୀ ସଂଗଠନ ସହଯୋଗ କରିଥିଲେ। ଏମିତିକି ସେ ତାଙ୍କ ଜନ୍ମଦିନରେ ମଧ୍ୟ ଉଭୟ ଅନୁଗୁଳ ଓ ବାଲେଶ୍ୱର ଜିଲ୍ଲାରେ ଗରିବ ପରିବାରଙ୍କ ମଧ୍ୟରେ ରାସନ ବାଣ୍ଟିିଥିଲେ। ଅନୁଗୁଳର ଯୁବ ଦନ୍ତ ଚିକିତ୍ସକ ଡାଃ ଶକ୍ତି ପ୍ରସାଦ ସାହୁ ଓ ସହଧର୍ମିଣୀ ସ୍ୱର୍ଣ୍ଣପ୍ରଭା ସାହୁଙ୍କ ଏକମାତ୍ର ପୁଅ ପ୍ରୟାଂଶୁ ଜନ୍ମ ଦିନ ଅବସରରେ ନୂଆ କିଛି କରିବାକୁ ଚାହିଁଥିଲେ। ସାମାଜିକ ସଂଗଠନ ‘ଆଚ୍ଛା’ ଜରିଆରେ ରେମୁଣା ବ୍ଲକ ଅନ୍ତର୍ଗତ ଶ୍ରୀକୃଷ୍ଣପୁର ବସ୍ତିରେ କିଛି ଗରିବ ପରିବାରଙ୍କ କୁନିକୁନି ପିଲାମାନଙ୍କ ସହ ଜନ୍ମ ଦିବସ ପାଳନ କରିବା ସହ ସେମାନଙ୍କୁ ଖାଦ୍ୟ ପ୍ରଦାନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଆଚ୍ଛା ସଙ୍ଗଠନର ସଭାପତି ବିସ୍ମିତ ରଞ୍ଜନ ଦାସ, ସମ୍ପାଦକ ରଣଜିତ କୁମାର ପୃଷ୍ଟି, ଈଶ୍ୱର ଟିଭିର ନିର୍ଦ୍ଦେଶକ ଲୋକନାଥ ପିରି, ସମ୍ପାଦିକା ଅମିତା ପିରି, ଶ୍ୟାମ ଅଗ୍ରୱାଲ, ପିଙ୍କି ଅଗ୍ରୱାଲଙ୍କ ଉପସ୍ଥିତରେ ଅସହାୟ ପରିବାରଙ୍କୁ ଶୁଖିଲା ଖାଦ୍ୟ ପ୍ରଦାନ ସହ କୁନିକୁନି ପିଲାଙ୍କ ଗହଣରେ ପ୍ରୟାଂଶ କେକ କାଟି ପିଲାମାନଙ୍କୁ ବିସ୍କୁଟ, କେକ ଓ ଚକୋଲେଟ ବାଣ୍ଟିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.