Home ଆନ୍ତର୍ଜାତୀୟ ପୋଷଣ ପୁରୁଷ ବସନ୍ତ କୁମାର କରଙ୍କୁ ଅନ୍ତର୍ଜାତୀୟ ସମ୍ମାନ

ପୋଷଣ ପୁରୁଷ ବସନ୍ତ କୁମାର କରଙ୍କୁ ଅନ୍ତର୍ଜାତୀୟ ସମ୍ମାନ

128

କାଠମାଣ୍ଡୁ, ନେପାଳ ୭-୧୧ (ଓଡ଼ିଆ ପୁଅ) ପୋଷଣ ପୁରୁଷ ବସନ୍ତ କୁମାର କରଙ୍କ ସଫଳ କାହାଣୀରେ ଯୋଡି ହୋଇଛି ଉପଲବ୍ଧିର ଆଉ ଏକ ବିଶେଷ ଫରଦ। ନେପାଳ ରାଜଧାନୀ କାଠମାଣ୍ଡୁରେ ଆୟୋଜିତ ଏକ ଭବ୍ୟ ସମାରୋହରେ ୨୦୧୯- Global Transform Nutrition Champion ସମ୍ମାନରେ ସମ୍ମାନିତ କରାଯାଇଛି। ମିଳିତ ଜାତିସଂଘ ଦ୍ୱାରା ଆୟୋଜିତ Scaling up Nutrition Global Gathering ( SUN GG) e GK ର ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଶ୍ରୀୟୁକ୍ତ ବସନ୍ତ କୁମାର କରଙ୍କୁ ଏହି ସମ୍ମାନଜନକ ପୁରସ୍କାର ପ୍ରଦାନ କରାଯାଇଛି। ଏହି ଉପଲବ୍ଧି ହାସଲ କରିବାରେ ସମଗ୍ର ବିଶ୍ୱରେ ଶ୍ରୀୟୁକ୍ତ କର ହେଉଛନ୍ତ ସପ୍ତମ ବ୍ୟକ୍ତି।

ସାମ୍ପ୍ରତିକ ସ୍ଥିତିରେ ସମଗ୍ର ବିଶ୍ୱ କୁପୋଷଣ ଭଳି ସମସ୍ୟା ସହ ୟୁଝୁଥିବାବେଳେ ଏହାର ମୁକାବିଲା ଏବଂ ଏଥିପାଇଁ ଲାକଙ୍କୁ ସଚେତନ କରବାକୁ ମିଳିତ ଜାତିସଂଘ ଅହରହ ତାର ପ୍ରୟାସ ଜାରି ରଖିଛି। ସେଥିପାଇଁ ସ୍ୱତନ୍ତ୍ର ଭାବରେ Scaling up Nutrition
ଆନ୍ଦୋଳନ ଚାଲିଥିବାବେଳେ ବିଶ୍ୱର ଅନେକ ଦେଶ ଏଥିରେ ସାମିଲ ହୋଇଛନ୍ତି। ନଭେମ୍ବର ୫ ତାରିଖରେ ନେପାଳରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ୬୧ ଦେଶର ୧ ହଜାରରୁ ଅଧିକ ପୋଷଣ କାର୍ଯକଚାର୍। ଏଥିରେ ସାମିଲ ହାଇଥିଲେ। ତେବେ ସୁସ୍ଥ ଶରୀର, ବିକଶିତ ବିଶ୍ୱ ଦିଗରେ ବିଶେଷ ଅବଦାନ ଏବଂ ନେତୃତ୍ୱ ପାଇଁ ଶ୍ରୀଯୁକ୍ତ ବସନ୍ତ କୁମାର କରଙ୍କୁ ଏହି ସମ୍ମାନଜନକ ପୁରସ୍କାର ପ୍ରଦାନ କରାଯାଇଛି। ମୁଖ୍ୟତଃ ବୟସ୍କ, ମହିଳା ଏବଂ ଶିଶୁ ମାନଙ୍କୁ କିଭଳି ସୁସ୍ଥ ସୁବଳ ଏବଂ ନିରୋଗ ରଖାଯାଇପାରି ସେ ଦିଗରେ ଆରମ୍ଭ ହୋଇଥିବା ବିଭିନ୍ନ କାର୍ଯ୍ୟକ୍ରମ ପାଇଁ ଶ୍ରୀଯକ୍ତ କରଙ୍କ ଅବଦାନ ଏବଂ ପ୍ରେରଣା ଯୋଗୁଁ ସେ ଏହି ସମ୍ମାନଜନକ ପୁରସ୍କାର ହାସଲ କରିଛନ୍ତି।

ଏହି ପୁରସ୍କାର ଗ୍ରହଣ ଅବସରରେ ଶ୍ରୀଯୁକ୍ତ କର ତାଙ୍କର ବକ୍ତବ୍ୟରେ ଜନ୍ମମାଟି ଓଡିଶାରେ ରହିଥିବା କୁପୋଷଣ ଜନିତ ସମସ୍ୟା ସମ୍ପର୍କରେ ଉଲ୍ଲେଖ କରିଥିଲେ। ତାଙ୍କ ନିଜ ଜନ୍ମମାଟି ଓଡିଶାରେ ସେ କୁପୋଷଣ ଓ ଅପପୁଷ୍ଟିର ଭୟାବହ କରୁଣ ଚିତ୍ରକୁ ପ୍ରଥମେ ଦେଖିଥିଲେ ଏବଂ ତାପରେ ଏଦିଗରେ ଲୋକଙ୍କୁ ସଚେତନ କରିବା ସହ କେମିତି ଭାବରେ କୁପୋଷଣ ଭଳି ସମସ୍ୟାର ସମାଧାନ ହୋଇପାରିବ, ତାର ସଫଳ ମୁକାବିଲା କରାଯାଇାରିବ ସେ ଦିଗରେ କାର୍ଯ୍ୟ କରିବା ଆରମ୍ଭ କରିଥିଲେ। ଶ୍ରୀଯୁକ୍ତ କରଙ୍କ ମତରେ ଉକ୍ରୃଷ୍ଟ ଖାଦ୍ୟ, ସଠିକ ପୋଷଣ ହିଁ ସୁସ୍ଥ ନିରାମୟ ଜୀବନର ଆଧାର। ସେଥିପାଇଁ କୁପୋଷଣ, ଅପପୁଷ୍ଟି ଭଳି ସମସ୍ୟା ସହ ଲଢିବା ମଧ୍ୟ ସେତିକି ଆବଶ୍ୟକ। ପ୍ରତ୍ୟେକ ମଣିଷକୁ ସମ୍ମାନ ସହ ବଂଚିବାର ଅଧିକାର ଥିବାବେଳେ ସେଥିପାଇଁ ଉଚାମ ଭୋଜନ, ପୁଷ୍ଟିକର ଖାଦ୍ୟର ସେହି ଅନୁପାତରେ ଆବଶ୍ୟକତା ରହିଛି। ତେବେ ଏଥିରେ ବାଧକ ସାଜେ କୁପୋଷଣ ଏବଂ ଅପପୁଷ୍ଟି ଭଳି ସମସ୍ୟା। ତେଣୁ ଏହାକୁ ସମାଜରୁ ଦୂର କରିବାକୁ ହେବ ଏବଂ ଏହାର ମୁଳୋତ୍ପାଟନ ଦିଗରେ ସମସ୍ତଙ୍କୁ ସଚେତନ ମଧ୍ୟ ହେବାକୁ ପଡିବ।

ସେଥିପାଇଁ ପ୍ରଧାନମନ୍ତ୍ରୀଙ୍କ ପୋଷଣ ଅଭିଯାନ ଏକ ଦିଗରେ ଏକ ବୈପ୍ଳବିକ ସଚେତନତା ଆଣିଛି ଏବଂ କୁପୋଷଣକୁ ସମୂଳ ମୂଳପେ୍ଧକ୍ତ କରିବାକୁ ଲୋକଙ୍କ ମଧ୍ୟରେ ସତେତନତା ସୃଷ୍ଟି ହୋଇଛି। ତେଣୁ ଶ୍ରୀଯୁକ୍ତ ବସନ୍ତ କମାର କର ତାଙ୍କର ଏହି ସମ୍ମାନକୁ ସେମାନଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗୀକୃତ କରଛନ୍ତି ଯେଉଁମାନେ ପ୍ରକୃତରେ କୁପୋଷଣ ସହ ନିରବରେ ଅହରହ ଲଢେଇ କରୁଛନ୍ତି। ଅପରପକ୍ଷେ କୁପୋଷଣ ବିରୁଦ୍ଧରେ ଲଢେଇ କରିବାକୁ ଶ୍ରୀଯୁକ୍ତ କର ମଧ୍ୟ ତାଙ୍କର ଅଦମ୍ୟ ଉତ୍ସାହ ଦେଖାଉଛନ୍ତି। କେଉଁ ଉପାୟେ କୁପୋଷଣ ଏବ ଅପପୁଷ୍ଟି ଭଳି ସମସ୍ୟାକ ମୁକାବିଲା ସମ୍ଭବ ହୋଇପାରିବ ସେ ଦିଗରେ ବିଭିନ୍ନ ପଦକ୍ଷେପ ନେଉଛନ୍ତି। ବିଶ୍ୱ ପୋଷଣ ଅଭିଯାନକୁ ନେଇ ରହିଥିବା ବିଭିନ୍ନ ସମଚେନତା ବାଚାର୍ାକୁ ଲୋକଙ୍କ ପାଖରେ ପହଂଚାଉଛନ୍ତି ଏବଂ ଭବିଷ୍ୟତରେ ମଧ୍ୟ ଲୋକଙ୍କ ସହ ମିଶି ଏହି ଅଭିଯାନକୁ ଅଧିକ କ୍ରିୟାଶୀଳ କରିବାକୁ ଲକ୍ଷ୍ୟ ରଖିଛନ୍ତି।

କେନ୍ଦ୍ରାପଡା ଜିଲ୍ଲା ଡେରିବିଶ ବ୍ଲକ୍ ଚାତରା ଶାସନରେ ଜନ୍ମଗ୍ରହଣ କରିଥିବା ବସନ୍ତ କୁମାର କର ଦାରିଦ୍ର୍ୟ ଏବଂ କୁପୋଷଣ ସହ ଲଢେଇକୁ ଅତି ନିକଟରୁ ଦେଖିଛନ୍ତି, ଉପଲବ୍ଧ କରିଛନ୍ତି। ସେହି ଦିନରୁ ହିଁ ସେ ଏହି ସମସ୍ୟା ସହ କେମିତି ଲଢିବେ ତାହା ଚିନ୍ତା କରଥିଲେ। ବ୍ୟକ୍ତିଗତ ଭାବରେ ନୁହେଁ ବରଂ ସାମୂହିକ ଭାବରେ ଏଭଳି ସମସ୍ୟାର ମୁକାବିଲା ସମ୍ଭବ ଏବଂ ଏକତ୍ର ଭାବରେ ହିଁ ସମାଜରେ ପରିବଚାର୍ନ ଆଣିହେବ ବୋଲି ସେ ହୃଦୟଙ୍ଗମ କରିଥିଲେ। ସେଥିପାଇଁ କୁପୋଷଣ ଏବଂ ଅପପୁଷ୍ଟି ସହ ଲଢିବାକୁ ସେ ତୃଣମୂଳ ସ୍ତରରେ ହିଁ ପ୍ରଥମେ ଲୋକଙ୍କୁ ସଚେତନ କରିଥିଲେ। ଏଦିଗରେ ଅଭିଯାନ ଆରମ୍ଭ କରିବା ପରେ ଶ୍ରୀଯୁକ୍ତ କରଙ୍କୁ ଅନେକ ସଫଳତା, ସ୍ୱୀକୃତି ଏବଂ ସମ୍ମାନ ମିଳିଛି। ଦକ୍ଷିଣ ଏସିଆରେ ଆଦର୍ଶ ଉପଲବ୍ଧି ପାଇଁ ୨୦୧୬ରେ “Transform Nutrition Champions Award” ପ୍ରଦାନ କରାଯାଇଥିଲା। ଭାରତ ଏବଂ ବାଂଲାଦେଶରେ ଏହି ପୁରସ୍କାର ହାସଲ କରିବାରେ ସେ ହେଉଛନ୍ତି ଏକମାତ୍ର ବ୍ୟକ୍ତି। ୨୦୧୬ରେ ହିଁ ଶ୍ରୀଯୁକ୍ତ ବସନ୍ତ କୁମାର କରଙ୍କୁ ଓଡିଶାରେ ପୋଷଣ ଯୋଜନା ଏବଂ ଅଭିଯାନରେ ଉଲ୍ଲେଖନୀୟ ଅବଦାନ ପାଇଁ ଙୟସଗ୍ଦଷବ ଖସଙ୍ଖସଦ୍ଭଶ ଖରଶରଦ୍ଭୟ ପୁରସ୍କାର ପ୍ରଦାନ କରାଯାଇଛି। ୨୦୧୮ରେ ଜାତୀୟ ପୋଷଣ ଅଭିଯାନ ପାଇଁ କେନ୍ଦ୍ର ସରକାରଙ୍କ ଦ୍ୱାରା ମଧ୍ୟ ସେ ସମ୍ମାନିତ ହୋଇଛନ୍ତି। ସମ୍ପ୍ରତି ଶ୍ରୀୟୁକ୍ତ ବସନ୍ତ କୁମାର କର କେନ୍ଦ୍ର ସରକାରଙ୍କ ନିତି ଆୟୋଗରେ ପୋଷଣ ଉପଦେଷ୍ଟା ମଣ୍ଡଳୀର ଉପଦେଷ୍ଟା ଭାବରେ କାର୍ଯ୍ୟରତ ଏବଂ ଏଦିଗରେ କେନ୍ଦ୍ର ସରକାରଙ୍କ ବିଭିନ୍ନ କାର୍ଯ୍୍ୟକ୍ରମ ଏବଂ ଯୋଜନା ପ୍ରଣୟନ କ୍ଷେତ୍ରରେ ସେ ଗୁରୁତ୍ୱପୂ୍ର୍ଣ୍ଣ ଭୂମିକା ନିର୍ବାହ କରୁଛନ୍ତି। କେନ୍ଦ୍ର ମହିଳା ଏବଂ ଶିଶୁ ବିକାଶ ମନ୍ତ୍ରାଳୟରେ ମଧ୍ୟ ବିଶେଷଜ୍ଞ ସଦସ୍ୟ ରହିଛନ୍ତି। Prevention of Malnutrition and Infant and Child Nutrition (IYNC) ସଂସ୍ଥାର ସଦସ୍ୟ ଭାବରେ ମଧ୍ୟ ସେ ବିଭିନ୍ନ ନିର୍ଦ୍ଦେଶବଳୀ ପ୍ରସ୍ତୁତ କରୁଛନ୍ତି। ଖ୍ୟାତନାମା ବୈଜ୍ଞାନିକ ପ୍ରଫେସର ଏମ.ଏସ.ସ୍ୱାମୀନାଥନଙ୍କ ନେତୃତ୍ୱରେ ପୋଷଣ ସମ୍ବନ୍ଧିତ ଅଭିନବ କାର୍ଯ୍ୟକ୍ରମ The Coalition for Food and Nutrition Security ଆରମ୍ଭ କରିଛନ୍ତି। ପୁଣି ବିଶ୍ୱର ପୋଷଣ ଏବଂ ସ୍ୱାସ୍ଥ ସୂଚକାଙ୍କକୁ ଆଧାର କରି ୨୦୧୬ରେ ଭାରତରେ ଗ୍ଲୋବାଲ ରିପୋର୍ଟ ପ୍ରସ୍ତୁତ କରିଥିଲେ ଶ୍ରୀୟୁକ୍ତ କର। ଦେଶର ଅନ୍ୟତମ ଅଗ୍ରଣୀ ଗଣମାଧ୍ୟମ ସଂସ୍ଥା ଆଉଟଲୁକ୍ ମିଡିଆର ମିଳିତ ସହଯୋଗରେ ଭାରତରେ ପ୍ରଥମ ପୋଷଣ ସମ୍ମାନ ଆରମ୍ଭ କରିଥିଲେ। ଏହି ଉଦ୍ୟମକୁ ଭାରତର ଉପ-ରାଷ୍ଟ୍ରପତି ମଧ୍ୟ ବେଶ୍ ପ୍ରଶଂସା କରିଥିଲେ। କୁପୋଷଣ ଏବଂ ଅପପୁଷ୍ଟିକୁ ନେଇ ବସନ୍ତ କୁମାର କରଙ୍କ ପୁସ୍ତକ ସଙ୍କଳନ The Unfold Pinnacle କୁ ନୋବେଲ ଶାନ୍ତି ପୁରସ୍କାର ପ୍ରାପ୍ତ ପ୍ରଫେସର ମହମ୍ମଦ ୟୁନୁସ ମଧ୍ୟ ବେଶ୍ ପ୍ରଶଂସା କରିଛନ୍ତି।

ଏସବୁ ବ୍ୟତୀତ ଶ୍ରୀଯୁକ୍ତ କର ନିଜ ରାଜ୍ୟ ଓଡିଶାରେ ମଧ୍ୟ ଅନେକ ଯୋଜନା ଆରମ୍ଭ କରିଛନ୍ତି। ଓଡିଶାକୁ ଫାଇଲେରିଆ, ମ୍ୟାଲେରଆ ଏବଂ କୁପୋଷଣ ମୁକ୍ତ କରିବାକୁ ସେ ଅଭିଯାନ ଆରମ୍ଭ କରିଛନ୍ତି। ଦେଶର ମ୍ୟାଲେରିଆ ଆକ୍ରାନ୍ତଙ୍କ ମଧ୍ୟରେ କେବଳ ୪୦ ପ୍ରତିଶତ ଓଡିଶାରେ ଥିବାରୁ ସେ ଏହାକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି। ୧୯୯୯ ମହାବାତ୍ୟା ପରବଚାର୍ୀ ସମୟରେ Community Based Rehabilitation (CBR) ଯୋଜନାରେ ମହିଳା ଏବଂ ଶିଶୁଙ୍କ ପାଇଁ ଅନେକ କାର୍ଯ୍ୟ କରି ପ୍ରଶଂସିତ ହୋଇଥିଲେ। ଏହାଛଡା ପଡୋଶୀ ଛତିଶଗଡରେ ମଧ୍ୟ କୁପୋଷଣ ବିରୁଦ୍ଧରେ ସଂଗ୍ରାମ ଜାରି ରଖିବା ସହ ସେଠିକାର ସରକାରଙ୍କ ୁ ବିଭିନ୍ନ ବୈଷୟି ସହାୟତା ଯୋଗାଇ ଦେଉଛନ୍ତି। ସେହିଭଳି ବିହାରରେ ଜୀବିକା କାର୍ଯ୍ୟକ୍ରମ ଜରିଆରେ ମହିଳା ମାନଙ୍କୁ ନେଇ କୁପୋଷଣ ବିରୁଦ୍ଧରେ ଏକ ଅଭିନବ ଯୋଜନା ଆରମ୍ଭ କରିଛନ୍ତି। କେବଳ ଏତିକି ନୁହେଁ ଶ୍ରୀଯୁକ୍ତ ବସନ୍ତ କୁମାର କର ବାଂଲାଦେଶର ବିଦ୍ୟାଳୟରେ ପ୍ରଥମଥର ପାଇଁ ମଧ୍ୟାହ୍ନଭୋଜନ ବ୍ୟବସ୍ଥାର ଶୁଭାରମ୍ଭ କରିଛନ୍ତି ଏବଂ ଏଥିପାଇଁ ସୁଷମ ଖାଇବା ତେଲର ବ୍ୟବହାରକୁ ବାଧ୍ୟତାମୂଳକ କରିଛନ୍ତି। ଏହାର ପରିଣାମ ସ୍ୱରୂପ ବଚାର୍ମାନର ସମୟରେ ବାଂଲାଦେଶ ଜନସଂଖ୍ୟାର ୮୫ ପ୍ରତିଶତ ଲୋକଙ୍କୁ ଏହାର ଫାଇଦା ମିଳିପାରୁଛି। ଏଭଳି ଭାବରେ ବାଂଲାଦେଶରେ ମଧ୍ୟ Scaling Up Nutrition(SUN) ଅଭିଯାନକୁ ବ୍ୟାାପ୍ତ କରିବାରେ ତାଙ୍କର ପ୍ରମୁଖ ଭୂମିକା ରହିଛି। ଏହାଛଡା ସମଗ୍ର ଦକ୍ଷିଣ ଏସିଆରେ କୁପୋଷଣ ନିରାକର ଏବଂ ବିକାଶ ଦିଗରେ ଚାଲିଥିବା ଅଭିଯାନରେ ସେ ସଦସ୍ୟ ରହିଛନ୍ତି।

୨୦୧୨ରେ ସ୍ୱିଜରଲାଣ୍ଡର Sight and Life ସଂସ୍ଥା ପକ୍ଷରୁ ଆରମ୍ଭ ହୋଇଛି। ଶ୍ରୀଯୁକ୍ତ ବସନ୍ତ କମାର କରଙ୍କ ପୂର୍ବରୁ ବିଶ୍ୱର ୬ ଜଣଙ୍କୁ ଏହି ସମ୍ମାନଜନକ ପୁରସ୍କାର ମିଳିସାରିଛି। ୨୦୧୨ରେ ଡେଭିଡ ନାବାରୋ, ୨୦୧୩ରେ ଡ. ରୋବର୍ଟ ବ୍ଲାକ୍, ୨୦୧୪ରେ ଆନ୍ନା ଲାର୍ଟି, ୨୦୧୫ରେ ଶନ୍ ବେକର, ୨୦୧୬ରେ ଶିଳ୍ପା ଭାଟ୍ଟେ, ୨୦୧୭ରେ ଏଲିନା ପିୱୋଜଙ୍କୁ ଏହି ସମ୍ମାନ ମିଳିସାରିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.