Home ଓଡ଼ିଶା ପୋଲିସ ମାଡ଼ରେ ଅଭିଯୁକ୍ତର ହାଜତ ମୃତ୍ୟୁ ଅଭିଯୋଗ : ନାୟୀକ ତଦନ୍ତ ଦାବି କଲା ପୁରୀ...

ପୋଲିସ ମାଡ଼ରେ ଅଭିଯୁକ୍ତର ହାଜତ ମୃତ୍ୟୁ ଅଭିଯୋଗ : ନାୟୀକ ତଦନ୍ତ ଦାବି କଲା ପୁରୀ ଓକିଲ ସଂଘ

66

ପୁରୀ, ୧୯/୨୦ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) : ପୋଲିସ ମାଡ଼ରେ ଅଭିଯୁକ୍ତ କେ-ରମେଶ ହାଜତ ମୃତ୍ୟୁ ହୋଇଥିବା ଅଭିଯୋଗ। ଏହି ଅଭିଯୋଗ ଆସିବା ପରେ ଏନ୍‌ଏଚ୍‌ଆର୍‌ସି ଗାଇଡ଼୍ ଲାଇନ୍ ଅନୁଯାୟୀ ଘଟଣାର ତଦନ୍ତ ହେବ, ଟିମ୍ ଅଫ୍ ଡ଼ାକ୍ତର ଦ୍ୱାରା ଶବ ବ୍ୟବଚ୍ଛେଦ, ଫଟୋଗ୍ରାଫି ଓ ଭିଡ଼ିଓଗ୍ରାଫି ହେବ। ହାଜତ ମୃତ୍ୟୁ ନେଇ ଥାନାରେ ମାମଲା ରୁଜୁ ହୋଇଛି ବୋଲି ପୁରୀ ଏସ୍‌ପି କହିଛନ୍ତି। ଆଜ ଏସ୍‌ପି ଅଖିଳେଶ୍ୱର ସିଂ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ଏସ୍‌ପିଙ୍କ ସୂଚନା ଅନୁଯାୟୀ ଅଭିଯୁକ୍ତ କେ-ରମେଶ ନାଁରେ ସଦର, ସାକ୍ଷୀଗୋପାଳ ଥାନାରେ ଏକାଧିକ ମାମଲା ରହିଛି। ନିକଟରେ ତାଳଚେର ଜେଲ୍‌ରୁ ଜାମିନ୍‌ରେ ଆସିବାପରେ ଗତକାଲି ମାରଣାଅସ୍ତ୍ର ଧରି ସେ ଡ଼କାୟତି ଉଦ୍ଦ୍ୟମ କରିଥିଲେ। ଖବର ପାଇ ପୋଲିସ୍ ଟିମ୍ ପହଁଞ୍ଚିବା ପରେ ତାସହ ଧସ୍ତାଧସ୍ତି ହୋଇଥିଲା। ପରେ ତାକୁ ଥାନା ହାଜତକୁ ନିଆଯାଇଥିଲା। ଯନ୍ତ୍ରଣାର ଅନୁଭବ କରିବାରୁ ତାକୁ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲେ ହେଁ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ମୃତ କେ- ରମେଶର ହାତ, କାନ ଓ ଶରୀରରେ ଗଭୀର ମାଡ଼ଦାଗ ଥିବାରୁ ଶେଷରେ ପୋଲିସ ବାଧ୍ୟ୍ୟ ହୋଇ ହାଜତ ମୃତ୍ୟୁ ମାମଲା ରୁଜୁ କରିଛି। ଅତିରିକ୍ତ ଏସ୍‌ପି ଓ ଡ଼ିଏସ୍‌ପିଙ୍କ ଦ୍ୱାରା ଘଟଣାର ତଦନ୍ତ ହେବ। ଏହାକୁ ଏକ ସମ୍ବେଦନଶୀଳ ମାମଲା ଭାବେ ପୋଲିସ ଗ୍ରହଣ କରିଛି। ଦୁଇଦିନ ପୂର୍ବରୁ ଛୁଟିରେ ଯାଇଥିବା ବାସେଳୀ ସାହି ଥାନା ଆଇଆଇସି ଘଟଣା ପରେ ଆଜି ପୁନର୍ବାର କାର୍ଯ୍ୟରେ ଯୋଗ ଦେଇଛନ୍ତି। ମୃତକଙ୍କ ବାପାଙ୍କ ଉପସ୍ଥିତିରେ ଶବର ପଞ୍ଚନାମା କରାଯାଇଛି। ଏହି ଘଟଣାର ଭିଡ଼ିଓ ରେକଡ଼ିଙ୍ଗ କରାଯାଇଛି। ଘଟଣାପରେ ମୋଚିସାହି ଛକରେ ଉତ୍ତେଜନା ପ୍ରକାଶ ପାଇଥିଲା। ଅନ୍ୟ ପଟରେ ପୁରୀ ଜିଲ୍ଲା ଓକିଲ ସଂଘ, ଯୁବ କଂଗ୍ରେସ ଓ ବିଜେପି ପକ୍ଷରୁ ଘଟଣାର ତୀବ୍ର ନିନ୍ଦା କରାଯିବା ସହ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ମୃତ ରମେଶଙ୍କ ବାପା, ମା’ ଓ ଦାଦାଙ୍କୁ ସାକ୍ଷୀଗୋପାଳ ଥାନାରେ ପୋଲିସ ଅଟକ ରଖିଥିବା ଅଭିଯୋଗ ହୋଇଛି। ସାତ ଦିନ ତଳୁ ପୋଲିସ ଅଭିଯୁକ୍ତ କେ ରମେଶଙ୍କୁ ଘରୁ ଉଠାଇଆଣି ଥାର୍ଡ଼ ଡ଼ିଗ୍ରୀ ଟର୍ଚ୍ଚର କରିଥିବାରୁ ମୃତ୍ୟୁ ହୋଇଥିବା ଅଭିଯୋଗ ଆସିଛି। ତେବେ ଏହାକୁ ଏସପି ଅସ୍ୱିକାର କରିଛନ୍ତି। ଶବ ବ୍ୟବଚ୍ଛେଦ କରାଯାଇ ଘଟଣାର ତଦନ୍ତ ପରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଏସପି କହିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.