Home କେନ୍ଦୁଝର କାଠିଆସରାରେ ସ୍ୱଚ୍ଛ ଭାରତ ଅଭିଯାନ

କାଠିଆସରାରେ ସ୍ୱଚ୍ଛ ଭାରତ ଅଭିଯାନ

21

ହାଟଡିହି-୧୯/୧୧ :(ଓଡିଆପୁଅ / ବିକାଶ ବିଶ୍ୱାଳ) ହାଟଡିହି ବ୍ଲକ ଅକରୁଆ ପଞ୍ଚାୟତ କାଠିଆସରା ଗ୍ରାମରେ ଭାରତୀୟ ଜନତା ପାର୍ଟି ତରଫରୁ ଏକ ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ପରିପ୍ରେକ୍ଷିରେ ଯଜେ୍ଞଶ୍ୱରାୟ ମନ୍ଦିର ପ୍ରାଙ୍ଗଣ, ହନୁମାନ ମନ୍ଦିର ପରିସର ଓ ଗ୍ରାମର ସାହି ରାସ୍ତା ଗୁଡିକୁ ପରିଷ୍କାର କରି ଅଳିଆ ଆବର୍ଜନା ମୁକ୍ତ କରିଛନ୍ତି । ବଞ୍ଚୋ ମଣ୍ଡଳ ଯୁବମୋର୍ଚ୍ଚା ସଭାପତି ଶୁଭାଦ୍ରୀ ବଳିୟାରସିଂଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବରିଷ୍ଠ ବିଜେପି ନେତା ସନାତନ ସେଠୀ, ଆନନ୍ଦ ଖଟୁଆ, ପ୍ରଭାତ କୁମାର ସେଠୀ, ରବିନ୍ଦ୍ର ବେହେରା, ଅଶୋକ ଖୁଣ୍ଟିଆ, ସୁବାସ ଚନ୍ଦ୍ର ଖଟୁଆ, ଚନ୍ଦ୍ରମଣୀ ସେଠୀ, ରିତୁନୁ ଜେନା, ସୁଦାମ ସେଠୀ, ଚତୁର୍ଭୁଜ ଜେନା, ଦୀପକ କୁମାର ସେଠୀ, ତପନ ସାହୁ, ସୁଧାଶୁଂ ଜେନା, ରୁଦ୍ରମାଧବ ଜେନା, ଶ୍ରୀକାନ୍ତ ସେଠୀ ପ୍ରମୂଖ ସାମିଲ ହୋଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.