Home ଜିଲ୍ଲା ପରିକ୍ରମା ପୋଲିସ ପ୍ରଶାସନ ତରଫରୁ ମେଗା ରକ୍ତଦାନ ଶିବିର ଆୟୋଜନ – ୩୧୬ ୟୁନିଟ ରକ୍ତ ସଂଗ୍ରହ

ପୋଲିସ ପ୍ରଶାସନ ତରଫରୁ ମେଗା ରକ୍ତଦାନ ଶିବିର ଆୟୋଜନ – ୩୧୬ ୟୁନିଟ ରକ୍ତ ସଂଗ୍ରହ

67

ବଲାଙ୍ଗୀର, ୨୫-୦୬ (ଓଡ଼ିଆ ପୁଅ/ସନ୍ତୋଷ ନାୟକ) ବଲାଙ୍ଗୀର ଜିଲ୍ଲା ପୋଲିସ ପ୍ରଶାସନ ତରଫରୁ ଟିଟିଟିଲାଗଡ଼ ଉପଖଣ୍ଡ ପୋଲିସ ପ୍ରଶାସନ ପକ୍ଷରୁ ମେଗା ରକ୍ତ ଦାନ ଶିବିର ଆୟୋଜନ କରାଯାଇଥିବା ବେଳେ ତିନି ଶହ ଷୋହଳ ୟୁନିଟ ରକ୍ତ ସଂଗ୍ରହ କରାଯାଇଛି। ବର୍ତ୍ତମାନର କୋଭିଡ-୧୯ ମୁକାବିଲା ସମୟରେ ରକ୍ତ ର ଆବଶ୍ୟକତା କୁ ଦୃଷ୍ଟିରେ ରଖି ବଲାଙ୍ଗୀରରେ ପୋଲିସ ପ୍ରଶାସନ ତରଫରୁ ମଧ୍ୟ ଏପରି ଏକ ଶିବିର ଆୟୋଜନ କରାଯାଇ ଥିବା ବେଳେ୨୧୬ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା।

ଓଡ଼ିଶାର ବିଭିନ୍ନ ରକ୍ତ ଭଣ୍ଡାର ରେ ରକ୍ତ ର ଅଭାବ ଦେଖା ଦେବାରୁ ଓଡ଼ିଶା ସରକାର ରକ୍ତ ସଂଗ୍ରହ କରିବା ପାଇଁ ରାଜ୍ୟର ବିଭିନ୍ନ ସ୍ଥାନରେ ରକ୍ତ ଦାନ ଶିବିର ର ଆୟୋଜନ କରୁଛନ୍ତି। ବଲାଙ୍ଗୀର ଆରକ୍ଷୀ ଅଧିକାରୀଙ୍କ ନେତୃତ୍ୱରେ ଟିଟିଲାଗଡ ପୋଲିସ ପକ୍ଷରୁ ମୋ ସରକାର ଯୋଜନା ରେ ଏକ ମେଗା ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ରାଜ୍ୟ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ, ମିଶନ ଶକ୍ତି ମନ୍ତ୍ରୀ ଶ୍ରୀମତୀ ଟୁକୁନୀ ସାହୁ ଉପସ୍ଥିତ ହୋଇ ଫିତା କାଟି ରକ୍ତ ଦାନ ଶିବିର କୁ ଉଦଘାଟନ କରିଥିଲେ। ଏହି ରକ୍ତ ଦାନ ଶିବିର ରେ ଟିଟିଲାଗଡ ପୋଲିସ ଷ୍ଟେସନ ଏସ ଆଇ ମନୋଜ ମୁଣ୍ଡା ଙ୍କ ସହିତ ଅନେକ ପୋଲିସ କର୍ମଚାରୀ, ହୋମ ଗାର୍ଡ ମଧ୍ୟ ରକ୍ତ ଦାନ କରିଥିଲେ। ଏଥିରେ ଟିଟିଲାଗଡ ପୋଲିସ ର ଡିଏସପି ଶ୍ରୀଯୁକ୍ତ ଏସ ଏନ୍ ଶତପଥୀ, ଆଇଆଇସି ପ୍ରଭାତ ରଞ୍ଜନ ମହାନ୍ତି, ଏସ ଆଇ ମନୋଜ କୁମାର ମୁଣ୍ଡା ପରିଚାଳନା କରିଥିଲେ। ରକ୍ତ ଭଣ୍ଡାର ଅଧିକାରୀ ଗଜେନ୍ଦ୍ର ନାଥ ରାଉତ, ଦିନେସ ବାବୁ ଓ ଅନ୍ୟ ବିଭିନ୍ନ ଅନୁଷ୍ଠାନର ସଦସ୍ୟ, ରେଡ୍ କ୍ରସ ର ସଦସ୍ୟ, ଟିଟିଲାଗଡ ଅଞ୍ଚଳର ବିଭିନ୍ନ ପଞ୍ଚାୟତର ସରପଞ୍ଚ, ଉପସ୍ଥିତ ରହି ଥିବା ବେଳେ ମହମ୍ମଦ ସଲିମ, ବନମାଳୀ ବେହେରା, ସୁରେନ୍ଦ୍ର ମିଶ୍ର ପ୍ରମୁଖ ବହୁ ସ୍ବେଚ୍ଛାସେବୀ ସକ୍ରିୟ ଅଂଶ ଗ୍ରହଣ କରି ପରିଚାଳନା କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.