Home ଓଡ଼ିଶା ଭଦ୍ରକ : ନାଗ ମା’ ସହ ୪୮ ଟି ଛୁଆ ଓ ୫୮ ଟି ଅଣ୍ଡା...

ଭଦ୍ରକ : ନାଗ ମା’ ସହ ୪୮ ଟି ଛୁଆ ଓ ୫୮ ଟି ଅଣ୍ଡା ଉଦ୍ଧାର

478

ଭଦ୍ରକ, ୨୬ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ଭଦ୍ରକର ସାପଧରାଳି ମିର୍ଜା ଆରିଫ୍ ୪୮ଟି ଛୋଟ ସାପ, ୫୮ଟି ଅଣ୍ଡା ଓ ମାଧ ନାଗକୁ ଉଦ୍ଧାର କରିବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି। ଏଠାରେ ସୂଚନାଯୋଗ୍ୟ ଭଦ୍ରକ ବ୍ଲକ୍ କଲେଇ ପଂଚାୟତର ରଙ୍ଗରାଜପୁର ଗ୍ରାମର ବିଜୟ ବିଶ୍ୱାଳଙ୍କ ପରିବାର ଗତ ୮ଦିନ ହେଲା ନିଜ ଘର ପାଖରେ ସାପ ଏଣେତେଣେ ବୁଲୁଥିବାର ଦେଖିବା ସହ ମାଟି ଘରେ ବିଭିନ୍ନ ସ୍ଥାନରେ ସାପ କଣା କରିଥିଲା। ପରିବାର ଲୋକେ ଭୟରେ ସେମାନେ ଘର ବାହାରେ ଶୋଉଥିଲେ। ଆଜି ସକାଳୁ ଶ୍ରୀ ବିଶ୍ୱାଳ ଭଦ୍ରକର ସାପଧରାଳି ମିର୍ଜା ଆରିଫକୁ ଯୋଗାଯୋଗ କରିବାରୁ ସେ ଘଟଣାସ୍ଥଳରେ ପହଞ୍ଚି ଦୀର୍ଘ ୬ ଘଣ୍ଟା ପରିଶ୍ରମ କରି ମାଟିଘରର କାନ୍ଥ ଓ ତଳ ଖୋଳାଖୋଳି କରି ଗୋଟିଏ ନାଗା ମା’ ସହ ୪୮ ଟି ଛୋଟ ସାପ ଓ ୫୮ ଟି ଅଣ୍ଡାକୁ ଉଦ୍ଧାର କରିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.