Home ଓଡ଼ିଶା ପୋଲିସ ଦ୍ୱାରା ୪୦ ଲିଟର ଆସ୍କାଫଟି ଜବତ ଜଣେ କୋର୍ଟ ଚାଲାଣ

ପୋଲିସ ଦ୍ୱାରା ୪୦ ଲିଟର ଆସ୍କାଫଟି ଜବତ ଜଣେ କୋର୍ଟ ଚାଲାଣ

30

ନୟାଗଡ଼ ୨୦/୦୫ (ଓଡ଼ିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ) – ନୟାଗଡ ଜିଲ୍ଲା ଚାନ୍ଦପୁର ପୋଲିସ ନୟାଗଡରେ ନୂତନ ଆରକ୍ଷୀ ଅଧିକ୍ଷକ ଭାବେ ଅଲେଖ ଚନ୍ଦ୍ର ପହି ଯୋଗଦାନ କରିବା ପରେ ଅବକାରୀ ଚଢାଉକୁ ବ୍ୟାପକ କରିଥିବା ଜଣାପଡିଛି। ଗତ ମେ ୧୯ ତାରିଖ ଅପରାହ୍ନରେ ଚଡାଉକରି ଜଣେ ପୁରୁଣା ମଦ ବେପାରୀ କେରଣ୍ଡାଟାଙ୍ଗୀ ଗ୍ରାମର ମହେଶ୍ୱର ସ୍ୱାଇଁ ଓରଫ୍ ଟୁଲୁ କୁ ଗିରଫ କରିବା ସହ ଓ ଡି ୦୨ ଏ ଭି ୪୫୧୫ ନମ୍ବର ବିଶିଷ୍ଟ ମୋଟର ସାଇକଲେ ସହ ୪୦ ଲିଟର ଆସ୍କାଫଟି ମଦ କୁ ଜବତ କରିଥିବା ଜଣାପଡିଛି।

ଅଭିଯୁକ୍ତ ମହେଶ୍ୱର କୁ ରଣପୁର ଅଦାଲତ କୁ ଚାଲାଣ କରିବା ପରେ ଜାମିନ୍ ନାମଞ୍ଜୁର ହେବାରୁ ରଣପୁର ଜେଲ ହାଜତକୁ ପଠାଇ ଦିଆଯାଇଥିବା ଜଣାପଡିଛି। ଚାନ୍ଦପୁର ଥାନା ନିରୀକ୍ଷକ ଙ୍କ ସୂଚନା ଅନୁଯାଇ ନୟାଗଡ ରେ ଆରକ୍ଷୀ ଅଧିକ୍ଷକ ଭାବେ ଅଲେଖ ଚନ୍ଦ୍ର ପହି ଯୋଗଦାନ କରିବା ପରେ ୨ ଗୋଟି ଡକାୟତି ଦଳ ଙ୍କୁ ଗିରଫ କରିବା ସହ ୩ ଗୋଟି ବଡଧରଣ ର ଅବକାରୀ ଚଢାଉ କରି ଅଭିଯୁକ୍ତ ମାନଙ୍କୁ ଅଦାଲତ ଚାଲାଣ କରିଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.