Home କେନ୍ଦୁଝର ଟାଟା କମ୍ପାନୀଙ୍କର ଫେରୋ ମାଙ୍ଗାନିଜ ପ୍ଲାଣ୍ଟ ଏମ୍ଲୋଇଜ ୟୁନିଏନ ନିର୍ବାଚନ : ନବକୃଷ୍ଣ ସାଧାରଣ ସମ୍ପାଦକ...

ଟାଟା କମ୍ପାନୀଙ୍କର ଫେରୋ ମାଙ୍ଗାନିଜ ପ୍ଲାଣ୍ଟ ଏମ୍ଲୋଇଜ ୟୁନିଏନ ନିର୍ବାଚନ : ନବକୃଷ୍ଣ ସାଧାରଣ ସମ୍ପାଦକ ଓ ଦେବାଶିଷ ସଭାପତି ଭାବେ ନିର୍ବାଚିତ

35

ଯୋଡା, ୨୦ା୫ (ଓଡିଆ ପୁଅ / ସେକ୍ ଜାବିର ମହମ୍ମଦ) : ଟାଟା କମ୍ପାନୀଙ୍କ ଫେରୋ ମାଙ୍ଗାନିଜ ପ୍ଲାଣ୍ଟ ଏମ୍ପେ୍ଲାଇଜ ୟୁନିଅନ୍ (ଏଫ୍‌ଏମ୍‌ପି) ର କର୍ମକର୍ତ୍ତା ଚୟନ ନିମନ୍ତେ ନିର୍ବାଚନ ବୁଧବାର ଦିନ ଅନୁଷ୍ଠିତ ହୋଇଯାଇଛି। ୧୧୫ଜଣ କର୍ମଚାରୀ ବିଶିଷ୍ଟ ଏହି ସଂଘରେ ନବକୃଷ୍ଣ ମିଶ୍ର ତୃତୀୟ ଥର ପାଇଁ ସାଧାରଣ ସମ୍ପାଦକ ଭାବେ ନିର୍ବାଚିତ ହୋଇଥିବା ଜଣାପଡିଛି। ସେହିପରି ସଭାପତି ଭାବେ ଦେବାଶିଷ ପଟ୍ଟନାଏକ ନିର୍ବାଚିତ ହୋଇଥିବା ବେଳେ ସହକାରୀ ସଭାପତି ଭାବେ ନିରଞ୍ଜନ ପରିଡ଼ା, ଉସଭାପତି ସନ୍ଦିପ ଚୌରସିଆ, ଯୁଗ୍ମ ସମ୍ପାଦକ ଭାବେ ମନୋଜ କୁମାର ନାଏକ ଓ ହିତେନ୍ଦ୍ର ପ୍ରଧାନ ଓ କୋଷାଧ୍ୟକ୍ଷ ଭାବେ ମନୋଜ ପାତ୍ର ନିର୍ବାଚିତ ହୋଇଥିବା ଜଣାପଡିଛି। ଏହି ସଂଘଟିରେ ୨ଟି ଗୋଷ୍ଠୀ ପଇଡ ଏବଂ ଛତା ଚିହ୍ନରେ ନିର୍ବାଚନ ଲଢୁଥିବା ବେଳେ ନବକୃଷ୍ଣ ମିଶ୍ର, ଦେବାଶିଷ ପଟ୍ଟନାଏକ ଓ ମୋନଜ କୁମାର ନାଏକ ପଇଡ ଚିହ୍ନରେ ବିଜୟ ହୋଇଥିବା ବେଳେ ନିରଞ୍ଜନ ପରିଡା, ସନ୍ଦିପ ଚୌରସିଆ, ହିତେନ୍ଦ୍ର ପ୍ରଧାନ ଓ ମନୋଜ ପାତ୍ର ଛତା ଚିହ୍ନରେ ବିଜୟ ହୋଇଥିବା ଜଣାପଡିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.