Home କେନ୍ଦ୍ରାପଡ଼ା ପୋଲିସ କର୍ମଚାରୀଙ୍କୁ ଦିଆଯାଉଛି ବାସିଖାଦ୍ୟ

ପୋଲିସ କର୍ମଚାରୀଙ୍କୁ ଦିଆଯାଉଛି ବାସିଖାଦ୍ୟ

44

କେନ୍ଦ୍ରାପଡ଼ା ୨୭ -୨ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ): କେନ୍ଦ୍ରାପଡା ବ୍ଲକ ପକ୍ଷରୁ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପରେ କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟରେ ଭୋଟବାକ୍ସ ରଖିବା ଓ ମତଗଣନା କରାଯିବାକୁ ବ୍ୟବସ୍ଥା କରାଯାଇଛି। ସେହି ଅନୁଯାଇ ସେଠାରେ ପୋଲିସ ଫୋର୍ସ ଓ ପୋଲିସ ଅଧିକାରୀମାନେ ଦାୟୀତ୍ୱ ନିର୍ବାହ କରି ଆସୁଛନ୍ତି। କିନ୍ତୁ ପ୍ରଶାସନ ପକ୍ଷରୁ ସେମାନଙ୍କୁ ଦିଆଯାଉଥିବା ଖାଦ୍ୟ ନିମ୍ନମାନର ଓ ବାସିଖାଦ୍ୟ ବୋଲି ପୋଲିସ କର୍ମଚାରୀ ଓ ଅଧିକାରୀମାନେ ଅଭିଯୋଗ କରିଛନ୍ତି। ଜନୈକ ପୋଲିସ କର୍ମଚାରୀ ନିଜ ନାମ ଗୋପନ ରଖିବା ସର୍ତ୍ତରେ କହିଛନ୍ତି ଯେ ସରକାରୀ କର୍ମଚାରୀଙ୍କୁ ଦୈନିକ ଖାଇବା ବାବଦକୁ ସରକାର ୨୩୦ଟଙ୍କା ପ୍ରଦାନ କରୁଥିବା ବେଳେ ସେମାନଙ୍କୁ ସେହି ଅନୁଯାୟୀ ଖାଦ୍ୟ ପ୍ରଦାନ କରାଯାଉନାହିଁ। ସକାଳ ୧୦ଟାରେ ନିମ୍ନମାନର ଉପମା, ମଧ୍ୟାହ୍ନରେ ଭାତ, ଡାଲମା ଓ ରାତିରେ ରୁଟି ଓ ଡାଲମା ଦିଆଯାଉଛି। ଯେଉଁ ଖାଦ୍ୟ ଦିଆଯାଉଛି ତାହା ମଧ୍ୟ ବାସୀ। ଏହା ଖାଇବା ଉପେଯାଗୀ ହେଉନାହିଁ। ବାଧ୍ୟ ହୋଇ ଆମେ ଭୋକରେ ଡ୍ୟୁଟି କରୁଛୁ। ଏପରିକି ଆମକୁ ପିଇବାକୁ ପାଣି ମଧ୍ୟ ଦିଆଯାଉନାହିଁ। ଏନେଇ ପୋଲିସ କର୍ମଚାରୀଙ୍କ ମଧ୍ୟରେ ଗଭୀର ଅସନ୍ତୋଷ ସୃଷ୍ଟି ହୋଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.