Home କେନ୍ଦ୍ରାପଡ଼ା ଆବର୍ଜନା ପୂର୍ଣ୍ଣ ଭୋଟ ଗଣନା କେନ୍ଦ୍ର : ସଫେଇ କଲେ ସାମ୍ବାଦିକ

ଆବର୍ଜନା ପୂର୍ଣ୍ଣ ଭୋଟ ଗଣନା କେନ୍ଦ୍ର : ସଫେଇ କଲେ ସାମ୍ବାଦିକ

24

କେନ୍ଦ୍ରାପଡ଼ା ୨୭ -୨ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) : କୁଢକୁଢ ଆବର୍ଜନା ଭିତରେ ଚାଲିଛି ମତଗଣନା। କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟ ବାଣିଜ୍ୟ ବିଭାଗ ବ୍ଲକ ପରିସରରେ କିଛି ଏମିତି ଦୃଶ୍ୟ ଦେଖିବାକୁ ମିଳିଥିଲା। ଏଣେତେଣେ ଜମା ହୋଇଛି ପୁଳା ପୁଳା ପଲିଥିନ, ଖାଲି ପାଣିବୋତଲ, ଅଇଁଠାପତ୍ର, ଥର୍ମକୁଲ ଠୋଲା ପ୍ରଭୃତି। ପ୍ରଥମ ଦିନ ମତଗଣନା ପରେ କଲେଜ ପରିସରରେ ଯେଉଁ ଆବର୍ଜନା ଜମା ହେଲା ସେସବୁକୁ ଅନ୍ୟତ୍ର ଉଠାଇ ନେବା ସହ ପରିସ୍କାର ପରିଛନ୍ନତା ପାଇଁ ପ୍ରଶାସନ ପକ୍ଷରୁ କୈାଣସି ବ୍ୟବସ୍ଥା କରାଯାଇନଥିଲା। ଫଳରେ ମତଗଣନାର ଦ୍ୱିତୀୟ ଦିନରେ ପରିବେଶ ଅତ୍ୟନ୍ତ ଅପରିସ୍କାର ହୋଇ ପଡିଥିଲା। ତେବେ ଦ୍ୱିତୀୟ ଦିନ ସକାଳୁ ମିଡିଆ ଗ୍ୟାଲେରୀ ସମେତ ବିଭିନ୍ନ ସ୍ଥାନରେ ଜମା ହୋଇ ରହିଥିବା କୁଢ କୁଢ ଆବର୍ଜନାକୁ ଉପସ୍ଥିତ ସାମ୍ବାଦିକମାନେ ଝାଡୁ କରି ପରିସ୍କାର ପରିଛନ୍ନ କରିଥିଲେ। ମତଗଣନାର ଦ୍ୱିତୀୟ ସନ୍ଧ୍ୟା ସୁଦ୍ଧା ଆବର୍ଜନା ପରିମାଣ ଆହୁରି ବଢି ଯାଇଥିଲା। ବିଭିନ୍ନ ଖାଦ୍ୟ ଷ୍ଟଲ ନିକଟରେ ଅଇଁଠା ପତ୍ର ମଧ୍ୟ ଜମା ହୋଇ ରହିଥିବା ଦେଖିବାକୁ ମିଳିଥିଲା। ସୂଚନା ଯୋଗ୍ୟ ଯେ କେନ୍ଦ୍ରାପଡା କଲେଜ ପରିସରରେ ଭୋଟ ଗଣତି କେନ୍ଦ୍ର କରାଯାଇଛି। ନାନା ଅବ୍ୟବସ୍ଥା ମଧ୍ୟରେ ଦୁଇ ଦିନ ଧରି ଭୋଟ ଗଣତି ଚାଲିଛି। ଏଠାରେ ଡଷ୍ଟବିନ ଟିଏ ନାହିଁ। ଫଳରେ ମତଗଣନା କାର୍ଯ୍ୟରେ ନିୟୋଜିତ ସରକାରୀ କର୍ମଚାରୀମାନେ ଆବର୍ଜନା ଏଣେତେଣେ ପକାଇବାକୁ ବାଧ୍ୟ ହେଉଛନ୍ତି। ଦୁର୍ଗନ୍ଧ ପୂର୍ଣ୍ଣ ପରିବେଶ ଯୋଗୁଁ ଦାୟୀତ୍ୱରେ ଥରବା ପୋଲିସ ଅଧିକାରୀ ଓ କର୍ମଚାରୀଙ୍କ ସମେତ ଖବର ସଂଗ୍ରହ ପାଇଁ ଉପସ୍ଥିତ ଥିବା ସାମ୍ବାଦିକମାନେ ନାନା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏନେଇ ପ୍ରଶାସନର କୈାଣସି ଚିନ୍ତା ନଥିବା ଦେଖାଦେଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.