Home ଓଡ଼ିଶା ପେଟ୍ରୋଲ, ଡିଜେଲ, ରନ୍ଧନ ଗ୍ୟାସ ଦର ବୃଦ୍ଧି ପ୍ରତିବାଦରେ କଂଗ୍ରେସ ର ବନ୍ଦ

ପେଟ୍ରୋଲ, ଡିଜେଲ, ରନ୍ଧନ ଗ୍ୟାସ ଦର ବୃଦ୍ଧି ପ୍ରତିବାଦରେ କଂଗ୍ରେସ ର ବନ୍ଦ

149

କଳାହାଣ୍ଡି -(ଓଡିଆ ପୁଅ/ଦୁଷ୍ମନ୍ତ କୁମାର ପଣ୍ଡା) ସର୍ବଭାରତୀୟ ସ୍ତରରେ କଂଗ୍ରେସ ପକ୍ଷରୁ କେନ୍ଦ୍ର ସରକାରଙ୍କ ଦ୍ୱାରା ପେଟ୍ରୋଲ, ଡିଜେଲ, ରନ୍ଧନ ଗ୍ୟାସ ଦର ବୃଦ୍ଧି ପ୍ରତିବାଦରେ ସୋମବାର ଦିନ ଭାରତ ବନ୍ଦ ଡାକରାରେ ସାମିଲ ହୋଇ କଳାହାଣ୍ଡି ଜିଲ୍ଲାରେ ମଧ୍ୟ ବନ୍ଦ ପାଳନ କରାଯାଇଛି। ସଦରମହକୁମା ଭବାନୀପାଟଣା ଠାରେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଭକ୍ତ ଦାସଙ୍କ ନେତୃତ୍ୱରେ ଜିଲ୍ଲା କଂଗ୍ରେସ କମିଟୀ ତରଫରୁ ଜିଲ୍ଲା କଂଗ୍ରେସର ବିିନ୍ନ କର୍ମକର୍ତା ମାନେ ପ୍ଲାକାର୍ଡ ମାନ ଧରି କେନ୍ଦ୍ର ସରକାରଙ୍କ ଅହେତୁକ ତୈଳଦର ବୃଦ୍ଧି ପ୍ରତିବାଦରେ ବିକ୍ଷୋଭ ପ୍ରଦର୍ଶନ ପୂର୍ବକ ବନ୍ଦ ପାଳନ କରିଥିଲେ। ପୂର୍ବରୁ ରାଜ୍ୟ ସରକାରଙ୍କ ଗୃହ ବିଭାଗ ଦ୍ୱାରା ସମସ୍ତ ସମସ୍ତ ଜିଲ୍ଲାପାଳ ମାନଙ୍କୁ ଆଇନ ଶୃଙ୍ଖଳା ପରିସ୍ଥିତି ପ୍ରତି ଦୃଷ୍ଟି ରଖିବାକୁ କଡା ନିର୍ଦ୍ଦେଶ ଦିଆଯାଇଥିବା ପ୍ରକାଶ। ଏହାବ୍ୟତୀତ ସମସ୍ତ ଶିକ୍ଷାନୁଷ୍ଠାନ ଗୁଡିକୁ ବନ୍ଦ ରଖିବାକୁ ନିଷ୍ପତି ନିଆଯାଇଥିବାରୁ ସମସ୍ତ ଶିକ୍ଷାନୁଷ୍ାନ ବନ୍ଦ ରହିଥିବା ଦେଖାଯାଇଥିଲା। ଜିଲ୍ଲାସାରା କଂଗ୍ରେସ କର୍ମୀ ମାନେ ପିକେଟିଂ କରି ବିଭିନ୍ନ ପ୍ରତିଷ୍ଠାନ ଗୁଡିକୁ ବନ୍ଦ କରିବାକୁ ଚେଷ୍ଟା କରିଥିଲେ। ଡାକ୍ତରଖାନା ଓ ଔଷଧ ଦୋକାନ ବ୍ୟତୀତ ପ୍ରାୟ ଅନ୍ୟାନ୍ୟ ସମସ୍ତ ଦୋକାନ ବଜାର ପ୍ରାୟତଃ ବନ୍ଦ ରହିଥିବା ଦେଖାଯାଇଥିଲା। ସେହିପରି ଜୁନାଗଡ ସହରରେ ମଧ୍ୟ ବ୍ଲକ ଓ ଏନଏସି କଂଗ୍ରେସ କମିଟୀ ପକ୍ଷରୁ ବନ୍ଦ ପାଳନ କରାଯାଇଥିଲା। ବ୍ଲକ କଂଗ୍ରେସ କମିଟୀ ଓ ଯୁବ କଂଗ୍ରେସ କମିଟୀ ପକ୍ଷରୁ ହାତୀନଦୀ ପୋଳ ପାଖରେ ରାସ୍ତା ଅବରୋଧ କରାଯିବା ସହିତ ବିଭିନ୍ନ ଅଫିସ ଓ ଦୋକାନ ବଜାର ସବୁ ପିକେଟିଂ କରି ବନ୍ଦ କରାଯାଇଥିଲା। ଧର୍ମଗଡ, ଜୟପାଟଣା, ଗୋଲାମୁଣ୍ଡା, କେସିଙ୍ଗା, ଲାଂଜିଗଡ, ମରାମପୁର ଆଦି ସମସ୍ତ ବ୍ଲକ ଅଂଚଳରେ ସ୍ଥାନୟ କଂଗ୍ରେସ କର୍ମୀମାନେ ପିକେଟିଂ କରି ଦୋକାନ ବଜାର ବନ୍ଦ କରିବା ସହିତ କେନ୍ଦ୍ର ସରକାରଙ୍କ ବିରୋଧରେ ପ୍ରତିବାଦ ପ୍ରଦର୍ଶନ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.